ଥାନାକୁ ଗଲେ କଙ୍ଗନା

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ପ୍ରାୟତଃ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏପରିକି ଥାନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ହୋଇଛି। ଏଭଳି ହିଁ ଏକ ମାମଲାକୁ ନେଇ ଆଜି ମୁମ୍ବାଇର ଖାର୍‌ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି କଙ୍ଗନା ରଣାୱତ। ସୋଶାଲ ମିଡିଆ ପୋଷ୍ଟରେ କଙ୍ଗନା କଥିତ ରୂପେ କୃଷକଙ୍କ ତୁଳନା ଖଲିସ୍ଥାନୀଙ୍କ ସହ କରିଥିଲେ ଏପରିକି କୃଷକଙ୍କ ଅପମାନ […]

Kangana

Madhupriya Mistry
  • Published: Thursday, 23 December 2021
  • , Updated: 23 December 2021, 01:28 PM IST

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ପ୍ରାୟତଃ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏପରିକି ଥାନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ହୋଇଛି। ଏଭଳି ହିଁ ଏକ ମାମଲାକୁ ନେଇ ଆଜି ମୁମ୍ବାଇର ଖାର୍‌ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି କଙ୍ଗନା ରଣାୱତ।

ସୋଶାଲ ମିଡିଆ ପୋଷ୍ଟରେ କଙ୍ଗନା କଥିତ ରୂପେ କୃଷକଙ୍କ ତୁଳନା ଖଲିସ୍ଥାନୀଙ୍କ ସହ କରିଥିଲେ ଏପରିକି କୃଷକଙ୍କ ଅପମାନ ମଧ୍ୟ କରିଥିଲେ। ଏହାକୁ ନେଇ ଶିଖ୍‌ ସଙ୍ଗଠନ କଙ୍ଗନାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଏହି ମାମଲାରେ ଆଜି ସେ ନିଜ ବୟାନ ରେକର୍ଡ କରିବା ପାଇଁ ଥାନରେ ପହଞ୍ଚିଛନ୍ତି।

ଚଳିତ ମାସ ଆରମ୍ଭରେ ପୁଲିସ କଙ୍ଗନାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଥିଲା। ୨୫ ଜାନୁଆରୀ ପର୍ଯ୍ୟନ୍ତ କଙ୍ଗନା ରାନାୱତ ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇଛନ୍ତି।

କଙ୍ଗନା ରାନାୱତଙ୍କ ବିରୋଧରେ ଏକ ଶିଖ୍ ସଂଗଠନ ଏହି ଅଭିଯୋଗ ଆଣିଥିଲା। ସେ ଅଭିଯୋଗ କରିଥିଲେ ଯେ, କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ଖିଲିସ୍ଥାନୀ ଆନ୍ଦୋଳନ ବୋଲି ବର୍ଣ୍ଣନା କରିଥିଲେ। ଚଳିତ ମାସରେ କଙ୍ଗନ ଏହି ମାମଲରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଖାର୍‌ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ସେ ଅନୁରୋଧ କରିଥିଲେ।

ସୂଚନା ମୁତାବକ, କଙ୍ଗନାଙ୍କ ଏହା ପ୍ରଥମ ମାମଲା ନୁହେଁ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇସାରିଛି। କଙ୍ଗନା ନିଜ ବିବାଦୀୟ ଟ୍ୱିଟ୍‌ ଯୋଗୁଁ ସର୍ବଦା କିଛି କିଛି ନା କଥାକୁ ନେଇ ଟାର୍ଗେଟରେ ରୁହନ୍ତି।

Related story