ତିନୋଟି ଛୁଆର ମା' କନିକା କପୁର ପୁଣି ବିବାହ କରିବେ

ମୁମ୍ବାଇ: ପୁଣି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିବେ ନିଜ ବୈବାହିକ ଜୀବନ। ବାଜିବ ଶାହାନାଇ ସେ ସାଜିବେ ବଧୂ। ‘ବେବି ଡଲ୍‌’ ଫେମ୍‌ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍‌ରେ ଚଜୋରସୋରରେ ଚର୍ଚ୍ଚା। କନିକା ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ଏନ୍‌ଆର୍‌ଆଇ ବିଜନେସ୍‌ମ୍ୟାନ୍‌ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ ତାରିଖରେ […]

kanika kapoor

Madhupriya Mistry
  • Published: Wednesday, 30 March 2022
  • , Updated: 30 March 2022, 11:01 AM IST

ମୁମ୍ବାଇ: ପୁଣି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। ତିନୋଟି ଛୁଆର ମା' କନିକା ପୁଣି ଆରମ୍ଭ କରିବେ ନିଜ ବୈବାହିକ ଜୀବନ। ବାଜିବ ଶାହାନାଇ ସେ ସାଜିବେ ବଧୂ। 'ବେବି ଡଲ୍‌' ଫେମ୍‌ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍‌ରେ ଚଜୋରସୋରରେ ଚର୍ଚ୍ଚା।

କନିକା ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ଏନ୍‌ଆର୍‌ଆଇ ବିଜନେସ୍‌ମ୍ୟାନ୍‌ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ' ୨୦ ତାରିଖରେ ଏ ଦୁହେଁ ହାତକୁ ଦି ହାତ ହେବେ ବୋଲି ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯାଏଁ ବିବାହ ଖବରକୁ ନେଇ କନିକା କିନ୍ତୁ କିଛି ମୁହଁ ଖୋଲି ନାହାନ୍ତି। ତାଙ୍କ ତରଫରୁ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ।

ସେପଟେ ନିକଟରେ କନିକା ନିଜ ବିବାହକୁ ନେଇ ଜୋର ପ୍ରସ୍ତୁତି ଚଳାଇଥିବା ନେଇ ଖବର ସାମ୍ନାକୁ ଆସିଛି। ସେ ବିବାହର ସପିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ କପିକା ଏବଂ ଗୌତମ ୬ ମାସ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି କାରଣ ବଶତଃ ଉଭୟଙ୍କ ବିବାହ ଘୁଞ୍ଚି ଯାଇଥିଲା।

 

୧୮ ବର୍ଷ ବୟସରେ କନିକା ରାଜ ଚନ୍ଦୋକଙ୍କୁ ପ୍ରଥମ ବିବାହ କରିଥିଲେ। ରାଜ ମଧ୍ୟ ଏନ୍‌ଆର୍‌ଆଇ ବିଜନେସମ୍ୟାନ୍‌ ଥିଲେ। ବିବାହ ପରେ ଉର୍ଭଙ୍କ ତିନୋଟି ଛୁଆ ଅଛି। ଏହି ତିନି ଛୁଆଙ୍କ ନାଁ ଅୟାନା, ସମାରା ଓ ଯୁବରାଜ। ତେବେ ବିବାହର ୧୫ ବର୍ଷ ପରେ କନିକା ଏବଂ ରାଜ ୨୦୧୨ରେ ଅଲଗା ହୋଇଯାଇଥିଲେ।

ବଲିଉଡରେ କନିକାଙ୍କ ବେଶ୍‌ ନାଁ ରହିଛି। ସେ ଜଣାଶୁଣା ଗାୟିକାଙ୍କ ମଧ୍ୟରୁ ଜଣେ। ୨୦୧୨ରେ କନିକା ଯୁଗନୀ ଗୀତରୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଗୀତକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।

Related story