ଅଭିନେତାଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

ମୁମ୍ବାଇ: ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳା ଓ ନାଗା ସାଧୁଙ୍କ ଉପରେ ପୋଷ୍ଟ କରିବା ଅଭିନେତା କରଣ ୱାହିଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଏବେ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଖୋଦ୍ କରଣ ଏହାର ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ ହରିଦ୍ୱାରରେ ନାଗା ସାଧୁଙ୍କର ପବିତ୍ର ସ୍ନାନ ଏବଂ କୁମ୍ଭମେଳାକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲା, ଯାହା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। କରଣ ଇନଷ୍ଟାଗ୍ରାମରେ ଲେଖିଥିଲେ କ’ଣ ନାଗା ବାବାଙ୍କ […]

Karan-Wahi

Ranjit Kumar Jena
  • Published: Thursday, 15 April 2021
  • , Updated: 15 April 2021, 08:31 PM IST

ମୁମ୍ବାଇ: ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳା ଓ ନାଗା ସାଧୁଙ୍କ ଉପରେ ପୋଷ୍ଟ କରିବା ଅଭିନେତା କରଣ ୱାହିଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଏବେ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଖୋଦ୍ କରଣ ଏହାର ସୂଚନା ଦେଇଛନ୍ତି।

କରୋନା ମହାମାରୀ ସମୟରେ ହରିଦ୍ୱାରରେ ନାଗା ସାଧୁଙ୍କର ପବିତ୍ର ସ୍ନାନ ଏବଂ କୁମ୍ଭମେଳାକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲା, ଯାହା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। କରଣ ଇନଷ୍ଟାଗ୍ରାମରେ ଲେଖିଥିଲେ କ'ଣ ନାଗା ବାବାଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଭଳି କଲଚର୍ ନାହିଁ? ଯେପରିକି ଗଙ୍ଗାରୁ ଜଳ ନେଇ ଘରେ ସ୍ନାନ କରିପାରିବେ।

କରଣଙ୍କ ଏହି ବିବାଦୀୟ ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ମିଳିଛି। କିଛି ୟୁଜର କରଣ ୱାହିଙ୍କ ଉପରେ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ଆଣିଛନ୍ତି। ଏହାର ଜବାବରେ କରଣ ଲେଖିଛନ୍ତି, 'ମୋତେ ଏବେ ଗାଳିଗୁଲଜ ଓ ଅପମାନଜନକ ମେସେଜ୍ ମିଳୁଛି। ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳୁଛି। ବହୁତ ବଢ଼ିଆ ଭାରତବାସୀ। ଯଦି ଜଣେ ହିନ୍ଦୁ ହେବାର ଅର୍ଥ କୋଭିଡର ପ୍ରୋଟୋକଲକୁ ଅଣଦେଖା କରିବା, ତାହେଲେ ଆପଣଙ୍କ ମଧ୍ୟରୁ ଅନେକ ଲୋକ ପଢ଼ିବା ଦରକାର ଯେ ହିନ୍ଦୁ ହେବାର ଅର୍ଥ କ'ଣ।'

ଏହା ପରେ କରଣ ଆଉ ଏକ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, କାଶ, ଆପଣମାନେ ମୋର ଫଟୋକୁ ଯଦି ଏତେ ଗୁରୁତ୍ୱ ଦେଇଥାନ୍ତ, ତାହେଲେ ଭଲ ହୋଇଥାନ୍ତା।

ରିପୋର୍ଟ ଅନୁଯାୟୀ, ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାରେ କରୋନାର ଆତଙ୍କ ଦେଖିବାକୁ ମିଳିଛି। ସେଠାରେ ୧୦୨ ତୀର୍ଥଯାତ୍ରୀଙ୍କ ବ୍ୟତୀତ ୨୦ ସାଧୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Related story