କରୋନାରୁ ସୁସ୍ଥ ହେବା ପରେ ବିନା ମାସ୍କରେ ବୁଲିଲେ କରୀନା

ମୁମ୍ବାଇ: କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡର ବେବୋ ଓରଫ କରୀନା କପୁର ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତେବେ ସୁସ୍ଥ ହେବା ପରେ ସେ ପୁଣି ଥରେ ପାର୍ଟି ମୁଡ୍‌କୁ ଫେରିଛନ୍ତି। ଆଉ ବିନା ମାସ୍କରେ ବୁଲିଛନ୍ତି କରୀନା କପୁର। କେବଳ ସେ ନୁହନ୍ତି ତାଙ୍କ ଘନିଷ୍ଠ ବାନ୍ଧବୀ ଅମୃତା ଅରୋରା ମଧ୍ୟ ବିନା ମାସ୍କରେ ନଜର ଆସିଛନ୍ତି। ସୂଚନା ମୁତାବକ, କରୀନା କପୁର ଖାନ୍‌ ଓ […]

kareena and amruta

Madhupriya Mistry
  • Published: Monday, 27 December 2021
  • , Updated: 27 December 2021, 01:13 PM IST

ମୁମ୍ବାଇ: କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡର ବେବୋ ଓରଫ କରୀନା କପୁର ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତେବେ ସୁସ୍ଥ ହେବା ପରେ ସେ ପୁଣି ଥରେ ପାର୍ଟି ମୁଡ୍‌କୁ ଫେରିଛନ୍ତି। ଆଉ ବିନା ମାସ୍କରେ ବୁଲିଛନ୍ତି କରୀନା କପୁର। କେବଳ ସେ ନୁହନ୍ତି ତାଙ୍କ ଘନିଷ୍ଠ ବାନ୍ଧବୀ ଅମୃତା ଅରୋରା ମଧ୍ୟ ବିନା ମାସ୍କରେ ନଜର ଆସିଛନ୍ତି।

ସୂଚନା ମୁତାବକ, କରୀନା କପୁର ଖାନ୍‌ ଓ ଅମୃତା ଅରୋରା କରୋନା ନେଗେଟିଭ୍‌ ହେବା ପରେ ପୁଣି ପାର୍ଟି ମୁଡ୍‌କୁ ଆସିଛନ୍ତି। ଦୁଇ ଅଭିନେତ୍ରୀ କରିଶ୍ମା କପୁରଙ୍କ ଘରେ ପାର୍ଟି କରିଛନ୍ତି। ଏହି ସମୟରେ କ୍ୟାମେରା ଆଗରେ ଦୁହେଁ କଏଦ୍‌ ହୋଇଛନ୍ତି।

କରୀନା ସ୍ୱାମୀ ସୈଫ ଅଲ୍ଲି ଖାନ୍‌ଙ୍କ ସହ ଓ ପୁଅ ତେମୁର ସହ ଏହି ପାର୍ଟିରେ ଯୋଗ ଦେଇଥିଲେ। ସେହିପରି ଅମୃତା ମଧ୍ୟ ନିଜ ସ୍ୱାମୀ ଶକିଲଙ୍କ ସହ ନଜର ଆସିଥିଲେ। ପାର୍ଟି ବେଳର କିଛି ଫଟୋକୁ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର ମଧ୍ୟ କରିଛନ୍ତି। ଫଟୋ ଶେଆର କରି ସେ କ୍ୟାପସନ୍‌ରେ ' ଆମେ ପୁଣି ଫେରିଲୁ' ବୋଲି ଲେଖିଛନ୍ତି। ତେବେ ଏସବୁ ଭିତରେ କରୋନାରୁ ସୁସ୍ଥ ହୋଇଥିବା ସତ୍ତ୍ୱେ କରୀନା ଓ ଅମୃତା ଦୁହିଁଙ୍କ ମୁହଁରେ ମାସ୍କ ନଥିଲା। ଦୁହେଁ ବିନା ମାସ୍କରେ ବାହାରେ ବୁଲିଥିଲେ ଆଉ ପାର୍ଟି କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ଦୁହିଁଙ୍କୁ ଟ୍ରୋଲ କରାଯାଉଛି।

ସୂଚନା ମୁତାବକ ଏହି ପାର୍ଟିରେ ସୈଫ ଅଲ୍ଲି ଖାନ୍‌ଙ୍କ ବ୍ୟତୀତ ମଲାଇକା ଅରୋରା ଓ ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁର ମଧ୍ୟ ନଜର ଆସିଥିଲେ। ଗତ କିଛି ଦିନ ତଳେ କରଣ ଜୋହରଙ୍କ ପାର୍ଟିରେ ଯୋଗ ଦେବା ପରେ କରୀନା କପୁର, ଅମୃତା ଅରୋରା, ମହିପ କପୁର ଓ ସୀମା ଖାନ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଏମାନଙ୍କ ଘରକୁ ବିଏମ୍‌ସି ସିଲ୍‌ କରି ସାନିଟାଇଜ୍‌ କରିଥିଲା। ଏପରିକି କରଣ ଜୋହରଙ୍କୁ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଥିଲା। କରଣଙ୍କ ଘର କରୋନା ହଟ୍‌ସ୍ପଟ ପାଲଟିଥିବା ନେଇ ଚର୍ଚ୍ଚା ହୋଇଥିଲା।

Related story