ଜେଜେଙ୍କ ଗୀତରେ କରୋନା ସଚେତନତା, ପୁଲିସଙ୍କୁ ସାଲ୍ୟୁଟ୍‌ କଲେ କରୀନା

ମୁମ୍ବାଇ: ବଲିଉଡର ବେବୋ ଓରଫ କରୀନା କପୁର। ସେ ଦିବଙ୍ଗତ ଅଭିନେତା ରାଜ କପୁର ତଥା ତାଙ୍କ ଜେଜେଙ୍କ ଥିଲେ ଖୁବ୍‌ ନିକଟତର। ଏନେଇ ସେ କ୍ୟାମେରା ସାମ୍ନାରେ ବହୁଥର ଖୁଲାସା କରିସାରିଛନ୍ତି। ଏବେ ନିକଟରେ ଜେଜେ ରାଜ କପୁରଙ୍କ ଗୀତରେ କରୋନା ସେଚତନତା ବାର୍ତ୍ତା ଦିଆଯାଉଥିବା ଦେଖି ସେ ପୁଣି ତାଙ୍କୁ ମନେ ପକାଇଛନ୍ତି। ନିକଟରେ ପୁଣେ ପୁଲିସ କରୋନା ସଚେତନତା ପାଇଁ ଏକ ନିଆରା ଉପାୟ ଆପଣାଇଛି। ଦିବଙ୍ଗତ ଅଭିନେତା ରାଜ କପୁରଙ୍କ ଫିଲ୍ମ […]

Kareena Kapoor

Madhupriya Mistry
  • Published: Monday, 17 January 2022
  • , Updated: 17 January 2022, 03:53 PM IST

ମୁମ୍ବାଇ: ବଲିଉଡର ବେବୋ ଓରଫ କରୀନା କପୁର। ସେ ଦିବଙ୍ଗତ ଅଭିନେତା ରାଜ କପୁର ତଥା ତାଙ୍କ ଜେଜେଙ୍କ ଥିଲେ ଖୁବ୍‌ ନିକଟତର। ଏନେଇ ସେ କ୍ୟାମେରା ସାମ୍ନାରେ ବହୁଥର ଖୁଲାସା କରିସାରିଛନ୍ତି। ଏବେ ନିକଟରେ ଜେଜେ ରାଜ କପୁରଙ୍କ ଗୀତରେ କରୋନା ସେଚତନତା ବାର୍ତ୍ତା ଦିଆଯାଉଥିବା ଦେଖି ସେ ପୁଣି ତାଙ୍କୁ ମନେ ପକାଇଛନ୍ତି।

ନିକଟରେ ପୁଣେ ପୁଲିସ କରୋନା ସଚେତନତା ପାଇଁ ଏକ ନିଆରା ଉପାୟ ଆପଣାଇଛି। ଦିବଙ୍ଗତ ଅଭିନେତା ରାଜ କପୁରଙ୍କ ଫିଲ୍ମ 'ମେରା ନାମ ଜୋକର'ରୁ ପ୍ରେରିତ ହୋଇ ଆରମ୍ଭ କରିଛି କ୍ୟାମ୍ପେନ। ରାଜ କପୁରଙ୍କ ଗୀତ ଗାଇ ଲୋକଙ୍କୁ ମାସ୍କ ପିନ୍ଧିବା ସହ କରୋନାକୁ ହଲକାରେ ନ ନେବା ପାଇଁ କହୁଛି ପୁଲିସ। ' ଏ ଭାଇ ଜରା ଦେଖ କେ ଚଲୋ...' ଗୀତଟିକୁ ପୁଲିସ ଏକ ଭିନ୍ନ ଟ୍ୱିଷ୍ଟ ସହ ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏବେ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

କ୍ୟାପସନ୍‌ରେ କରୀନା ଲେଖିଛନ୍ତି, 'ଅଦ୍ଭୁତ ବିଡିଓ।' ଏଥିସହ ପୁଣେ ପୁଲିସକୁ ସେ ସାଲ୍ୟୁଟ ମଧ୍ୟ କରିଛନ୍ତି। ତାଳି ମାରିବା ଇମୋଜି ଦେଇ #ରାଜ କପୁର ଲେଖିଛନ୍ତି।

ସୂଚନା ମୁତାବକ, ରାଜ କପୁରଙ୍କ ଫିଲ୍ମ 'ମେରା ନାମ ଜୋକର' ୧୯୭୦ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା, ଏଡିଟ୍‌ ଏବଂ ପ୍ରଡ୍ୟୁସ ଆର୍‌କେ ଫିଲ୍ମ ବ୍ୟାନର ତଳେ ରାଜ କପୁର ହିଁ କରିଥିଲେ। ଏହି ଫିଲ୍ମଟିକୁ ଖ୍ୱାଜା ଅହମ୍ମଦ ଅବ୍ବାସ ଲେଖିଥିଲେ। ଫିଲ୍ମରେ ରାଜ କପୁର ଲିଡ୍‌ ରୋଲରେ ଥିବା ବେଳେ ସିମି ଗରେୱାଲ, ରିଷି କପୁର, ସୋନିଆ ରିୟାବିନାକିନା, ପଦ୍ମିନୀଙ୍କ ବ୍ୟତୀତ ମନୋଜ କୁମାର, ଧର୍ମେନ୍ଦ୍ର ଏବଂ ରାଜେନ୍ଦ୍ର କୁମାର ମଧ୍ୟ ଥିଲେ।

 

View this post on Instagram

 

A post shared by Kareena Kapoor Khan (@kareenakapoorkhan)

Related story