ବିକ୍କିଙ୍କୁ ନେଇ ଅଧିକ ପୋଜେସିଭ୍ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ । ଦୀର୍ଘ ଦିନ ହେବ ବି-ଟାଉନ୍‌ରେ ତାଙ୍କର ଏବଂ ବିକ୍କି କୌଶଲଙ୍କ ରିଲେସନ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏଯାଏଁ କ୍ୟାଟ୍ରିନା ନିଜ ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା କରିନାହାନ୍ତି। ଏହାରି ଭିତରେ ଏକ ଖବର ଏବେ ସାମ୍ନାକୁ ଆସିଛି। ବିକ୍କଙ୍କୁ ନେଇ ସେ ଅଧିକ ପୋଜେସିଭ ହୋଇଯାଇଥିବା ଶୁଣିବାକୁ ମିଳିଛି। ପରଦାରେ ବିକ୍କି ଅନ୍ୟ କାହା ସହ କ୍ଲୋଜ ହୋଇଗଲେ କ୍ୟାଟ୍ରିନାଙ୍କୁ ଭାରି ବାଧୁଛି। ବିକ୍କିଙ୍କ […]

vicky-kaushal and katrina-kaif

Madhupriya Mistry
  • Published: Saturday, 05 June 2021
  • , Updated: 05 June 2021, 05:16 PM IST

ମୁମ୍ବାଇ: ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ । ଦୀର୍ଘ ଦିନ ହେବ ବି-ଟାଉନ୍‌ରେ ତାଙ୍କର ଏବଂ ବିକ୍କି କୌଶଲଙ୍କ ରିଲେସନ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏଯାଏଁ କ୍ୟାଟ୍ରିନା ନିଜ ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା କରିନାହାନ୍ତି। ଏହାରି ଭିତରେ ଏକ ଖବର ଏବେ ସାମ୍ନାକୁ ଆସିଛି। ବିକ୍କଙ୍କୁ ନେଇ ସେ ଅଧିକ ପୋଜେସିଭ ହୋଇଯାଇଥିବା ଶୁଣିବାକୁ ମିଳିଛି।

ପରଦାରେ ବିକ୍କି ଅନ୍ୟ କାହା ସହ କ୍ଲୋଜ ହୋଇଗଲେ କ୍ୟାଟ୍ରିନାଙ୍କୁ ଭାରି ବାଧୁଛି। ବିକ୍କିଙ୍କ ଇଣ୍ଟିମେଟ୍ ସିନ୍‌କୁ ନେଇ ମୁହଁ ଫୁଲାଇ ଦେଉଛନ୍ତି ଏହି ଅଭିନେତ୍ରୀ। କେବଳ ସେତିକି ନୁହେଁ ସେ ପରଦାରେ ଅନ୍ୟ କାହା ସହ ଅଧିକ କ୍ଲୋଜ ହୋଇଗଲେ ମଧ୍ୟ ତାଙ୍କ ଦେହ ସହୁନି। ବିକ୍କି ପରଦାରେ କାହା ସହ ଇଣ୍ଟିମେଟ୍ ନ ହୁଅନ୍ତୁ ବୋଲି କ୍ୟାଟ୍ରିନା ଚାହୁଁଥିବା କୁଆଡେ ଶୁଣିବାକୁ ମିଳୁଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, କ୍ୟାରିଅରର ପିକ୍‌ରେ କୌଣସି ବଡ ପଦକ୍ଷେପ ନନେବା ପାଇଁ ବିକ୍କିଙ୍କ ବାପା ବିକ୍କିଙ୍କୁ ସତର୍କ କରାଇଦେଛନ୍ତି। କେବଳ ଲଭ୍ ରିଲେସନ୍‌କୁ ନେଇ ତାଙ୍କ ପୁଅ ହେଡ୍‌ଲାଇନ୍ ଖବର ବନନ୍ତୁ ବୋଲି ସେ ଚାହାନ୍ତି ନାହିଁ।

ସୂଚନା ମୁତାବକ, କ୍ୟାଟ୍ରିନା କୈଫ ବିକ୍କିଙ୍କ ଠାରୁ ୪ ବର୍ଷ ବଡ। କ୍ୟାଟ୍ରିନାଙ୍କ ପୂର୍ବରୁ ବିକ୍କି ‘ବ୍ରୋକନ୍ ବଟ୍ ବ୍ୟୁଟିଫୁଲ୍‌’ ଫେମ୍ ହର୍‌ଲିନ୍ ସେଠ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ସେପଟେ କ୍ୟାଟ୍ରିନା ମଧ୍ୟ ରଣବୀର କପୁରଙ୍କୁ ଡେଟ୍ କରୁଥିଲେ। ରଣବୀରଙ୍କ ସହ ବ୍ରେକଅନ୍ ପରେ ଦୀର୍ଘ ଦିନ ଧରି କ୍ୟାଟ୍ରିନା ସିଙ୍ଗିଲ୍ ଥିଲେ। ଏହାପରେ ତାଙ୍କ ଜୀବନରେ ବିକ୍କି ଏଣ୍ଟି କରିଥିଲେ। ଏତେ ସବୁ ଚର୍ଚ୍ଚା ପରେ ମଧ୍ୟ ଏବେ ବି ଉଭୟ ବିକ୍କି ଏବଂ କ୍ୟାଟ୍ରିନା ନିଜ ରିଲେସନ୍‌ଙ୍କୁ ନେଇ ମିଡିଆ ମୁହଁ ଖୋଲୁନାହାନ୍ତି।

Related story