ବଲିଉଡ୍ରେ କରୋନା ଆତଙ୍କ, କ୍ୟାଟ୍ରିନା ବି ପଜିଟିଭ୍
ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍। ପ୍ରତିଦିନ ବଲିଉଡର କୌଣସି ନା କୌଣସି କଳାକାର କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି।
ଏଏନଆଇ ଟ୍ୱିଟ୍ କରିଛି ଯେ, ଅଭିନେତ୍ରୀ କ୍ୟାଟରିନା କୈଫଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ କ୍ୟାଟରିନା ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି।
କ୍ୟାଟ୍ରିନା ମଧ୍ୟ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି। କ୍ୟାଟ୍ରିନା ଲେଖିଛନ୍ତି, ସବୁ ସତର୍କତା ସତ୍ତ୍ୱେ କରୋନା ପଜିଟିଭ୍ ରିପୋର୍ଟ ଆସିବା ଦୁର୍ଭାଗ୍ୟଜନକ। ଏବେ ମୁଁ ସବୁ ପ୍ରୋଟକଲ୍ ପାଳନ କରି ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ମେଡିସିନ୍ ନେଉଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ପରୀକ୍ଷା କରାଇବା ପାଇଁ ଅନୁରୋଧ କରୁଛି। ସମସ୍ତେ ନିଜର ଯତ୍ନ ଓ ସୁରକ୍ଷିତ ରୁହନ୍ତୁ।
Actor Katrina Kaif tests positive for #COVID19; she is under home quarantine.
(File photo) pic.twitter.com/EEZi1sgg2S
— ANI (@ANI) April 6, 2021
କ୍ୟାଟ୍ରିନାଙ୍କ ପୂର୍ବରୁ ଅନେକ ଆଗଧାଡ଼ିର ବଲିଉଡ୍ କଳାକାର କରୋନା କବଳକୁ ଆସିସାରିଛନ୍ତି। ଖିଲାଡି ଷ୍ଟାର୍ ଅକ୍ଷୟ କୁମାର, ଆମୀର ଖାନ୍, ଭିକି କୌଶଲ ଓ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।