ବିକ୍କି-କ୍ୟାଟ୍ରିନାଙ୍କ ବିବାହ, ପହଞ୍ଚିଲା ୮୦ କିଲୋର ମିଠେଇ

ମୁମ୍ବାଇ: ଚାଲିଛି ବଲିଉଡର ହାଓ ଇଜ୍‌ ଦା ଜୋସ୍‌ ବୟ ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର। ଆଜି ସାତ ଜନ୍ମର ସାଥୀ ହେବେ ଭିକ୍‌ଟ୍ରିନା। ସେପଟେ ବିକ୍କି-କ୍ୟାଟ୍ରିନାର ବିବାହରେ ପହଞ୍ଚିଛି ୮୦ କିଲୋଗ୍ରାମର ମିଠେଇ। ଅତିଥିମାନେ ରାଜସ୍ଥାନ ଓ ଗୁଜରାତି ଖାଦ୍ୟର ମଜା ନେଉଛନ୍ତି। ରାଜସ୍ଥାନ ସୱାଇ ମାଧୋପୁର ସ୍ଥିତ ଜନତା ଜୋଧପୁର ସ୍ୱିଟ୍‌ ହୋମ୍‌ରୁ ୧୦ ପ୍ରକାରର ମିଠେଇ ସିକ୍ସ ସେନ୍ସ ଫର୍ଟରେ ପହଞ୍ଚିଛି। ଏନେଇ ଉକ୍ତ ମିଠା ଦୋକାନର ମାଲିକ ସୂଚନା […]

Katrina and Vicky

Madhupriya Mistry
  • Published: Thursday, 09 December 2021
  • , Updated: 09 December 2021, 03:57 PM IST

ମୁମ୍ବାଇ: ଚାଲିଛି ବଲିଉଡର ହାଓ ଇଜ୍‌ ଦା ଜୋସ୍‌ ବୟ ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର। ଆଜି ସାତ ଜନ୍ମର ସାଥୀ ହେବେ ଭିକ୍‌ଟ୍ରିନା। ସେପଟେ ବିକ୍କି-କ୍ୟାଟ୍ରିନାର ବିବାହରେ ପହଞ୍ଚିଛି ୮୦ କିଲୋଗ୍ରାମର ମିଠେଇ। ଅତିଥିମାନେ ରାଜସ୍ଥାନ ଓ ଗୁଜରାତି ଖାଦ୍ୟର ମଜା ନେଉଛନ୍ତି।

ରାଜସ୍ଥାନ ସୱାଇ ମାଧୋପୁର ସ୍ଥିତ ଜନତା ଜୋଧପୁର ସ୍ୱିଟ୍‌ ହୋମ୍‌ରୁ ୧୦ ପ୍ରକାରର ମିଠେଇ ସିକ୍ସ ସେନ୍ସ ଫର୍ଟରେ ପହଞ୍ଚିଛି। ଏନେଇ ଉକ୍ତ ମିଠା ଦୋକାନର ମାଲିକ ସୂଚନା ଦେଇଛନ୍ତି।

ମିଠା ଦୋକାନର ମାଲିକ ଅର୍ଜୁନ ଉପାଧ୍ୟାୟ କହିଛନ୍ତି, 'ଅତିଥିମାନଙ୍କୁ ଜୋଧପୁରର ପ୍ରସିଦ୍ଧ ମିଠେଇ ମାୱା କଚୋଡି ଏବଂ ବିକାନରେର ଗୋନ୍ଦ ପାକ ଚାଖିବାକୁ ମିଳିବ। ଜଳଖିଆରେ ଗୁଜରାତି ଢ଼ୋକଲା ପରସା ଯାଇଛି। ସିଙ୍ଗଡା, ଢ଼ୋକଲା ଏବଂ କଚୋଡି ହଳଦି ସେରେମୋନି ବେଳେ ହୋଟଲ ଭିତରକୁ ପଠାଯାଇଥିଲା।

ୱେଡିଂ ଭେନ୍ୟୁରେ ପ୍ରାୟ ୮୦ କିଲୋଗ୍ରାମର ମିଠେଇ ପଠାଇଯାଇଛି। ଏଥିରେ ମୁଗ ଡାଲିର ବର୍ଫି, ଗୁଜରାତି ବଖଳାୟା, କାଜୁ ପାନ ଏବଂ ଚକୋ ହ୍ୱାଇଟ୍‌ ସାମିଲ ଅଛି। କେବଳ ସେତିକି ବିଭିନ୍ନ ପ୍ରକାରର ୧୦୦ ପିସ୍‌ ସିଙ୍ଗଡା ମଧ୍ୟ ଯାଇଛି।'

ଗତକାଲି ବିକ୍କି-କ୍ୟାଟ୍ରିନାଙ୍କ ସଙ୍ଗୀତ ସେରେମୋନି ଥିଲା। ଏହି ସେରେମୋନି ପାଇଁ ସାଢ଼େ ୪ ଲକ୍ଷ ଟଙ୍କାର କେକ୍‌ ଆସିଥିଲା। ଉକ୍ତ କେକ୍‌କୁ ଦିଲ୍ଲୀର ମାୟରା ଝୁନ୍‌ଝୁନ୍‌ ବାଲା ତିଆରି କରିଥିଲେ।

ଏହି ହାଇପ୍ରୋଫାଇଲ୍‌ ସେଲେବ୍ରିଟି ବିବାହରେ ସଲମାନ ଖାନ, ଅକ୍ଷୟ କୁମାର, ଶାହରୁଖ ଖାନ୍‌, ମିକା ସିଂହ, ରୋହିତ ଶେଟ୍ଟୀ ସମେତ ଅନେକ ଷ୍ଟାର ସାମିଲ ହୋଇପାରିବେ ନାହିଁ, କାରଣ ସମସ୍ତେ ଶୁଟିଂରେ ବ୍ୟସ୍ତ। ଏହା ବ୍ୟତୀତ ବିରାଟ କୋହଲି ଏବଂ ଅନୁଷ୍କା ବିବାହରେ ଯୋଗ ଦେବେ। ଏହି ବିବାହରେ ପ୍ରାୟ ୧୨୦ ଲୋକ ସାମିଲ ହେଉଥିବା ସୂଚନା ରହିଛି। ଏଥିରେ କେବଳ ୯ ଜଣ ହିଁ ବଲିଉଡ ଷ୍ଟାର ଅଛନ୍ତି।

Related story