କେଜିଏଫ-୨ରେ କମାଲ କଲେ ଡ୍ରାଇଭରଙ୍କ ପୁଅ

ମୁମ୍ବାଇ: ସାରା ଭାରତରେ ଏବେ ଯେଉଁ ଗୋଟିଏ ଫିଲ୍ମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ସେ ଫିଲ୍ମଟି ହେଉଛି ଜେଜିଏଫ୍‌-ଟୁ। କନ୍ନଡ ସୁପରଷ୍ଟାର ୟସ୍‌ଙ୍କ ଏହି ଫିଲ୍ମ ହଜାରେ କୋଟି ବ୍ଲକ୍‌ ଆଡକୁ ଗତି କରୁଛି। ଏତେ ବଡ଼ ଷ୍ଟାରଙ୍କ ପିଲାଦିନ କାହାଣୀ ସମ୍ପର୍କରେ କିନ୍ତୁ ବହୁତ କମ୍‌ ଲୋକ ଜାଣିଥିବେ। ଆଜିକାଲିର ବଲିଉଡ୍‌ ଷ୍ଟାରଙ୍କ ଭଳି ୟଶ୍‌ ନଥିଲେ ଷ୍ଟାର କିଡ୍‌। ଷ୍ଟାରଡମ୍‌ ସହ ନଥିଲା କୌଣସି ସମ୍ପର୍କ। ୟଶ୍‌ ନାଁରେ ପରିଚିତ ଥିବା ଏହି ସୁପରଷ୍ଟାରଙ୍କ […]

'KGF' star Yash

Tapas Behera
  • Published: Saturday, 23 April 2022
  • , Updated: 23 April 2022, 08:04 PM IST

ମୁମ୍ବାଇ: ସାରା ଭାରତରେ ଏବେ ଯେଉଁ ଗୋଟିଏ ଫିଲ୍ମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ସେ ଫିଲ୍ମଟି ହେଉଛି ଜେଜିଏଫ୍‌-ଟୁ। କନ୍ନଡ ସୁପରଷ୍ଟାର ୟସ୍ଙ୍କ ଏହି ଫିଲ୍ମ ହଜାରେ କୋଟି ବ୍ଲକ୍ଆଡକୁ ଗତି କରୁଛି। ଏତେ ବଡ଼ ଷ୍ଟାରଙ୍କ ପିଲାଦିନ କାହାଣୀ ସମ୍ପର୍କରେ କିନ୍ତୁ ବହୁତ କମ୍ଲୋକ ଜାଣିଥିବେ। ଆଜିକାଲିର ବଲିଉଡ୍ଷ୍ଟାରଙ୍କ ଭଳି ୟଶ୍ନଥିଲେ ଷ୍ଟାର କିଡ୍। ଷ୍ଟାରଡମ୍ସହ ନଥିଲା କୌଣସି ସମ୍ପର୍କ। ୟଶ୍ନାଁରେ ପରିଚିତ ଥିବା ଏହି ସୁପରଷ୍ଟାରଙ୍କ ପ୍ରକୃତ ନାଁ ହେଉଛି- ନବୀନ କୁମାର ଗୌଡ଼ା। ନବୀନଙ୍କ ବାପା- ଅର୍ଜୁନ୍ କୁମାର, ପେଶାରେ ଥିଲେ ଜଣେ ସରକାରୀ ବସ୍ଡ୍ରାଇଭର।

ମାପୁଷ୍ପଲତା ଥିଲେ ଜଣେ ହାଉସ୍ୱାଇଫ୍। ମହିଶୂରରେ ପାଠ ପଢ଼ିବା ସମୟରେ ହିଁ ଅଭିନୟ ଆଡକୁ ଢ଼ଳିଥିଲେ ୟସ୍। କେଜିଏଫ୍ର ହିରୋ ଭଳି ଭିଲେନ୍ଙ୍କ କାହାଣୀ ବି ସେଭଳି ରୋଚକ। କାରଣ, କେଜିଏଫ୍ଚାପ୍ଟର ୱାନ୍ରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଗରୁଡ଼ା ଚରିତ୍ର ସମ୍ପର୍କରେ ଆପଣ ଜାଣିଥିବେ। ହେଲେ ବହୁତ କମ୍ଲୋକ ଜାଣିଥିବେ ଯେ, ଗରୁଡ଼ା ଭୂମିକାରେ ଅଭିନୟ କରିଥିବା ରାମଚନ୍ଦ୍ର ରାଜୁ, ପେଶାରେ ୟଶ୍ଙ୍କ ବଡ଼ିଗାର୍ଡ ଥିଲେ। କେଜିଏଫ୍କାହାଣୀ ଶୁଣାଇବାକୁ ୟଶ୍ଙ୍କ ଘରକୁ ଫିଲ୍ମର ନିର୍ଦ୍ଦେଶକ ତାଙ୍କ ଘରକୁ ଆସିଥିବା ସମୟରେ  ରାମଚନ୍ଦ୍ର ରାଜୁଙ୍କୁ ଦେଖିଥିଲେ। ରାମଚନ୍ଦ୍ରଙ୍କୁ ଦେଖିବା ପରେ ନିର୍ଦ୍ଦେଶକ ପ୍ରଶ୍ନ କରିଥିଲେ ସିନେମାରେ ଅଭିନୟ କରିବେ କି ?

ସେ କିଛି ଉତ୍ତର ଦେଇନଥିଲେ। କାରଣ, ରାମଚନ୍ଦ୍ର ରାଜୁଙ୍କୁ ଅଭିନୟରବି ଜଣାନଥିଲା। ଫିଲ୍ମର ନିର୍ଦ୍ଦେଶକ କହିଥିଲେ- ଦାଢ଼ି ବଢ଼ାଇବା ଆରମ୍ଭ କର। ବେଶ କିଛି ଦିନ ଯାଏଁ କୌଣସି ଉତ୍ତର ନଆସିବାରୁ ନିରାଶ୍ ହୋଇଯାଇଥିଲେ ରାମଚନ୍ଦ୍ର ରାଜୁ। ହେଲେ ଅଚାନକ୍ ତାଙ୍କୁ ଅଡିସନ୍ପାଇଁ ଡାକରା ଆସିଥିଲା। ଆଉ କେଜିଏଫ୍ଫିଲ୍ମର ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏବେ ରାମଚନ୍ଦ୍ର ରାଜୁଙ୍କ ହାତରେ ତାମିଲ୍‌, ତେଲୁଗୁ ଏବଂ କନ୍ନଡ ଭାଷାର ଏକାଧିକ ଫିଲ୍ମ। ବିନା କୌଣସି ଗଡ୍ଫାଦରରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି ସାଉଥ୍କଳକାରଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା।

Related story