ହିନ୍ଦୁମାନେ ବିଶ୍ୱର ସବୁଠୁ ଅଧିକ 'ସଭ୍ୟ ଓ ସହିଷ୍ଣୁ'

ମୁମ୍ବାଇ: ‘ହିନ୍ଦୁମାନେ ବିଶ୍ୱର ସବୁଠାରୁ ଅଧିକ ଭଦ୍ର ଏବଂ ସହିଷ୍ଣୁ ବହୁସଂଖ୍ୟକ। ଭାରତ କଦାପି ଆଫଗାନିସ୍ତାନ ହୋଇପାରିବ ନାହିଁ। କାରଣ ଏହା କଟ୍ଟରପନ୍ଥୀ ନୁହେଁ।’ ଆର୍‌ଏସ୍‌ଏସ୍‌ ଏବଂ ବିଶ୍ୱହିନ୍ଦୁ ପରିଷଦକୁ ତାଲିବାନ ସହ ତୁଲନା କରିବା ପରେ ହିନ୍ଦୁମାନଙ୍କୁ ନେଇ ବଲିଉଡର ଜଣାଶୁଣା ଗୀତିକାର ଜାବେଦ ଅଖତର ଶିବସେନାର ‘ସାମନା’ରେ ଏଭଳି କିଛି ଲେଖିଛନ୍ତି। ଶାନ୍ତି ବାର୍ତ୍ତାରେ ଜାବେଦ ଲେଖିଛନ୍ତି, ‘ହିନ୍ଦୁତ୍ୱକୁ ତାଲିବାନ ସହ ଯୋଡିବା ହିନ୍ଦୁ ସଂସ୍କୃତିର ଅପମାନ କରିବା ସହ ସମାନ। ସଭ୍ୟ ହେବା […]

Javed Akhtar

Madhupriya Mistry
  • Published: Wednesday, 15 September 2021
  • , Updated: 15 September 2021, 02:59 PM IST

ମୁମ୍ବାଇ: 'ହିନ୍ଦୁମାନେ ବିଶ୍ୱର ସବୁଠାରୁ ଅଧିକ ଭଦ୍ର ଏବଂ ସହିଷ୍ଣୁ ବହୁସଂଖ୍ୟକ। ଭାରତ କଦାପି ଆଫଗାନିସ୍ତାନ ହୋଇପାରିବ ନାହିଁ। କାରଣ ଏହା କଟ୍ଟରପନ୍ଥୀ ନୁହେଁ।' ଆର୍‌ଏସ୍‌ଏସ୍‌ ଏବଂ ବିଶ୍ୱହିନ୍ଦୁ ପରିଷଦକୁ ତାଲିବାନ ସହ ତୁଲନା କରିବା ପରେ ହିନ୍ଦୁମାନଙ୍କୁ ନେଇ ବଲିଉଡର ଜଣାଶୁଣା ଗୀତିକାର ଜାବେଦ ଅଖତର ଶିବସେନାର 'ସାମନା'ରେ ଏଭଳି କିଛି ଲେଖିଛନ୍ତି।

ଶାନ୍ତି ବାର୍ତ୍ତାରେ ଜାବେଦ ଲେଖିଛନ୍ତି, 'ହିନ୍ଦୁତ୍ୱକୁ ତାଲିବାନ ସହ ଯୋଡିବା ହିନ୍ଦୁ ସଂସ୍କୃତିର ଅପମାନ କରିବା ସହ ସମାନ। ସଭ୍ୟ ହେବା ଭାରତର ଡିଏନ୍‌ଏରେ ରହିଛି।'

ତେବେ ଜାବେଦ ନିଜ ପୂର୍ବ ମନ୍ତବ୍ୟରେ କାଏମ ରହିଛନ୍ତି।  ସେ କହିଛନ୍ତ, 'ଯେଉଁମାନେ ତାଙ୍କୁ ଟାର୍ଗେଟ କରୁଥିଲେ, ସେମାନେ କ୍ରୋଧରେ ଥିଲେ। କାରଣ ତାଲିବାନର ମାନସିକତା ଏବଂ ହିନ୍ଦୁ ଅଧିକାର ମଧ୍ୟରେ ସମାନତା ରହିଛି। ଧର୍ମ ଉପରେ ଆଧାର କରି ତାଲିବାନ ଏକ ଇସଲାମିକ ସରକାର ଗଠନ କରୁଥିବାବେଳେ ହିନ୍ଦୁ ଦକ୍ଷିଣପନ୍ଥିମାନେ ଏକ ହିନ୍ଦୁ ରାଷ୍ଟ୍ର ଚାହୁଁଛନ୍ତି। ତାଲିବାନ ମହିଳାଙ୍କ ଅଧିକାର ଉପରେ ରୋକ ଲଗାଇବାକୁ ଚାହୁଁଛି। ଏପଟେ ଦକ୍ଷିଣପନ୍ଥିମାନେ ମଧ୍ୟ ମହିଳାଙ୍କ ସ୍ୱାଧୀନତା ପସନ୍ଦ କରନ୍ତି ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।'

ଏସବୁ ଭିତରେ ଜାବେଦ କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଖରାପ ଆଲୋଚକମାନେ ମଧ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ଭେଦଭାବ କିମ୍ବା ଅଭିଯୋଗ ଲଗାଇପାରିବେ ନାହିଁ। ଏଭଳି ସ୍ଥିତିରେ ଉଦ୍ଧବ ସରକାରଙ୍କୁ କିଏ କିଭଳି ତାଲିବାନ ସହ ତୁଳନା କରିପାରେ?' ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଜାବେଦ ଅଖତର ଏକ ସାକ୍ଷାତକାରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳକୁ ତାଲିବାନ ସହ ତୁଳନା କରିଥିଲେ। ଏହି ସଙ୍ଗଠନକୁ ସମର୍ଥନ କରୁଥିବା ଲୋକଙ୍କ ମାନସିକତା ଏବଂ ତାଲିବାନ ସମର୍ଥକଙ୍କ ମାନସିକତା ସମାନ।' ଜାବେଦଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଥିଲା। ଶିବସେନା ତରଫରୁ ମଧ୍ୟ ତାଙ୍କୁ ଭର୍ତ୍ସନା କରାଯାଇଥିଲା।

Related story