ମନ୍ତ୍ରୀଙ୍କ ଧମକରେ ଡରିଗଲେ ସନ୍ନି ! ବଦଳିବ ଗୀତ

ମୁମ୍ବାଇ: ବଦଳିବ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଭିଡିଓ ଆଲବମ୍‌। ସନ୍ନିଙ୍କ ଅଭିନୀତି ଭିଡିଓରେ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦିଆଯାଇଥିବା ଅଭିଯୋଗ ଆସିବା ପରେ ଗୀତରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବିବାଦ ବଢ଼ିବା ପରେ  ଭିଡିଓର ପ୍ରସ୍ତୁତକର୍ତ୍ତା ‘ସାରେଗାମା ମ୍ୟୁଜିକ୍’ ମୁହଁ ଖୋଲିଛି। ବିବାଦୀୟ ଗୀତ ‘ମଧୁବନ ମେ ରାଧିକା ନାଚେ’ ଆଲବମ ପରିବର୍ତ୍ତନ କରାଯିବ ବୋଲି ରବିବାର କମ୍ପାନୀ କହିଛି। କମ୍ପାନୀ କହିଛି ଯେ, ସାମ୍ପ୍ରତିକ ମତାମତ ଏବଂ ଦେଶବାସୀଙ୍କ ଭାବନାକୁ […]

sunny-leone

Tapas Behera
  • Published: Sunday, 26 December 2021
  • , Updated: 26 December 2021, 10:32 PM IST

ମୁମ୍ବାଇ: ବଦଳିବ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଭିଡିଓ ଆଲବମ୍‌। ସନ୍ନିଙ୍କ ଅଭିନୀତି ଭିଡିଓରେ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦିଆଯାଇଥିବା ଅଭିଯୋଗ ଆସିବା ପରେ ଗୀତରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବିବାଦ ବଢ଼ିବା ପରେ  ଭିଡିଓର ପ୍ରସ୍ତୁତକର୍ତ୍ତା ‘ସାରେଗାମା ମ୍ୟୁଜିକ୍’ ମୁହଁ ଖୋଲିଛି। ବିବାଦୀୟ ଗୀତ ‘ମଧୁବନ ମେ ରାଧିକା ନାଚେ’ ଆଲବମ ପରିବର୍ତ୍ତନ କରାଯିବ ବୋଲି ରବିବାର କମ୍ପାନୀ କହିଛି। କମ୍ପାନୀ କହିଛି ଯେ, ସାମ୍ପ୍ରତିକ ମତାମତ ଏବଂ ଦେଶବାସୀଙ୍କ ଭାବନାକୁ ସମ୍ମାନ ଦେଇ ଗୀତଟିକୁ  ବଦଳାଯିବ।

ପିଟିଆଇ ଏହି ରିପୋର୍ଟ କରିଛି।  ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ଏହି ଗୀତ ବଦଳାଯିବ ବୋଲି କମ୍ପାନୀ କହିଛି। ଏହି ଆଲବମକୁ ନେଇ ରବିବାର  ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଚରରମବାଣୀ ଶୁଣାଇଥିଲେ। ୭୨ ଘଣ୍ଟାରେ ଏହି ଭିଡିଓକୁ ହଟାଇବା ପାଇଁ ଦାବି ସେ ଦାବି କରିଥିଲେ। ଏହା ନକଲେ ସେ ସନ୍ନିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ। ଉକ୍ତ ଭିଡିଓକୁ ଅଶାଳୀନ ଢଙ୍ଗରେ ପ୍ରସ୍ତୁତ କରାଯାଇ ହିନ୍ଦୁ ଭାବନା ପ୍ରତି ଆଘାତ ଦିଆଯାଇଛି ବୋଲି ସେ ‌ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଆମେ ରାଧା-କୃଷ୍ଣଙ୍କୁ ପୂଜା କରୁ। ହେଲେ ଏହି ଭିଡିଓରେ ଉଭୟଙ୍କୁ ଅପମାନ କରାଯାଇଛି। ଏହା ପୂର୍ବରୁ ଉକ୍ତ ଭିଡିଓକୁ ବ୍ୟାନ୍‌ କରିବା ପାଇଁ  ବୃନ୍ଦାବନ ଏବଂ ମଥୁରାର ସାଧୁମାନେ ଦାବି କରିଛନ୍ତି । ସାରେଗାମା ମ୍ୟୁଜିକ୍ ପକ୍ଷରୁ ଏହି ଆଲବମଟି ପ୍ରସ୍ତୁତ କରାଯାଇଛି। ଏହି ମ୍ୟୁଜିକ୍ ଭିଡିଓ ଟାଇଟଲ ରହିଛି ‘ମଧୁବନ’। ଯେଉଁଥିରେ ସେ ଏକ ଆଇଟମ୍‌ ଗର୍ଲ ଭାବେ ସନି ଲିଓନି ନୃତ୍ୟ ପରିବେଶଣ କରୁଛନ୍ତି। ଗୀତଟିକୁ କରୀନିକା କାପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। କୃଷ୍ଣ ଏବଂ ରାଧାଙ୍କ ପ୍ରେମକୁ ଅଧାର କରି ଗୀତଟିକୁ ଅସାଳୀନ ଢ଼ଙ୍ଗରେ ପ୍ରସ୍ତୁତ କରାଯାଇଥିବା ବେଳେ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି। ୧୯୬୦ରେ ଏହି ଗୀତକଟିକୁ ମୂଳତଃ କୋହିନୂର ଫିଲ୍ମରେ ମହମ୍ମଦ ରଫି ଗାନ କରିଥିଲେ ।

Related story