ଅର୍ଜୁନଙ୍କୁ ଭୁଲି ପୁଣି ଅରବାଜଙ୍କ ହାତ ଧରିଲେ ମଲାଇକା!

ମୁମ୍ବାଇ: ପୁଣି ଏକାଠି ହେଲେ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ତଥା ଫିଲ୍ମ ମେକର ଅରବାଜ ଖାନ୍‌। ମଲାଇକା ଏବେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କୁ ଭୁଲି ପୁଣିଥରେ ନିଜ ପୂର୍ବତନ ସ୍ୱାମୀ ଅ‍ରବାଜଙ୍କ ହାତ ଧରିଛନ୍ତି। ଛାଡପତ୍ର ପରେ ଏଦୁହେଁ ପୁଣି ନିକଟତର ହୋଇଥିବା ଦେଖିବାକୁ ମିଳିଛି।

ପ୍ରକୃତରେ ଅରବାଜ୍ ଖାନ୍ ଏବଂ ମଲାଇକା ଆରୋରା ଝାଡପ୍ରତ ହୋଇଯାଇଛି, କିନ୍ତୁ ଦୁହେଁ ସମୟ ସମୟରେ ଏକାଠି ନଜର ଆସନ୍ତି। ଛାଡପତ୍ର ହେବା ପରେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇନାହିଁ। ଉଭୟ ପ୍ରାୟତଃ ପରସ୍ପରର ଫ୍ୟାମେଲି ଇଭେଣ୍ଟରେ ଦେଖିବାକୁ ମିଳିନ୍ତି। କେତେବେଳେ ଫ୍ୟାମିଲି ଲଞ୍ଚରେ ଯାଆନ୍ତି ତ ଆଉ କେତେବେଳେ ପାର୍ଟିରେ। ଏବେ ପୁଣିଥରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଛି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୁଅ ଅରହାନ ପାଇଁ ଏକାଠି ହୋଇଛନ୍ତି ଅରବାଜ ଓ ମଲାଇକା। ଦୁହେଁ ନିଜ ପୁଅ ଅରହାନ ଖାନଙ୍କୁ ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିବା ନଜର ଆସିଛନ୍ତି। ଶୁକ୍ରବାର ଦିନ, ମଲାଇକା-ଅରବାଜଙ୍କ ପୁଅ ଅରହାନ ବିଦେଶରୁ ମୁମ୍ବାଇ ଫେରିଛନ୍ତି, ଯାହାଙ୍କ ପାଇଁ ଉଭୟ ପୁଣିଥରେ ଏକାଠି ହୋଇଛନ୍ତି। ଅରହାନ ବିଦେଶରେ ପଢ଼ନ୍ତି। ଛୁଟିପରେ ସେ ପୁଣି ଭାରତ ଫେରିଛନ୍ତି। ଏହି ସମୟରେ ପୁଅକୁ ଆଣିବା ପାଇଁ ମଲାଇକା ଏବଂ ଅରବାଜ ଏକାଠି ବିମାନବନ୍ଦରକୁ ଯାଇଥିଲେ। ଅରହାନ ଉଭୟଙ୍କୁ ଏକାଠି ଦେଖି ବେଶ୍‌ ଖୁସି ହୋଇଥିଲେ।

Malaika Arora along with ex husband arbaaz khan spotted at airport to receive son arhaan khan watch video as malaika crazily hugs him

ମଲାଇକା ବହୁ ଦିନ ପରେ ପୁଅ ଅରହାନଙ୍କୁ ଭେଟିବା ସମୟରେ ଇମୋସନାଲ୍ ହୋଇ ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରିନେଇଥିଲେ। ଏହା ସହିତ ଅରବାଜ ମଧ୍ୟ ତାଙ୍କ ପୁଅକୁ ଆଲିଙ୍ଗନ କରି କଥା ହୋଇଥିଲେ। ଏହି ସମୟରେ, ମଲାଇକା ଏକ ଗ୍ରେ ଜମ୍ପସୁଟ୍ ଉପରେ ଅଲିଭ୍ ଗ୍ରୀନ୍ ସ୍ରଗ୍ ପିନ୍ଧିଥିବାବେଳେ ଅରବାଜ୍ ଏକ କଳା ଟି-ସାର୍ଟ ଏବଂ ନୀଳ ଡେନିମ୍ ଜିନ୍ସରେ ନଜର ଆସିଛନ୍ତି। ଉଭୟ ବାପ-ମା ନିଜ ପୁଅ ଅରହାନଙ୍କ ପାଇଁ ବହୁତ ପ୍ରୋଟେକ୍ଟିଭ ଏବଂ ତାଙ୍କ ଖୁସି ପାଇଁ ଅନେକ ସମୟରେ ଏକାଠି ସମୟ ବିତାଉଥିବାର ଦେଖାଯାଏ।

ସୂଚନା ମୁତାବକ, ଅରବାଜଙ୍କ ସହ ଛାଡ ପତ୍ର ହେବା ପରେ ଏବେ ମଲାଇକା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ନିକଟରେ ଛୁଟି ବିତାଇବା ପାଇଁ ବିଦେଶ ଯାଇଥିଲେ। ସେଠାରେ ପାଣି ଭିତରେ ଉଭୟ ଅର୍ଜୁନ ଏବଂ ମଲାଇକା ଯୋଗ କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଉଭୟ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି।

 

View this post on Instagram

 

A post shared by BollywoodNow (@bollywoodnow)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।