ବର୍ଷକ ତଳେ ଜନ୍ମ ହୋଇଛନ୍ତି ୫୫ ବର୍ଷୀୟ ମିଲିନ୍ଦ!

ମୁମ୍ବାଇ: ବଲିଉଡ ଅଭିନେତା ମିଲିନ୍ଦ ସୋମେନ ନିଜ ଫିଟ୍‌ନେସ୍ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ନିଜ ଫିଟ୍‌ନେସ୍ କି କୌଣସି ମନ୍ତିବ୍ୟ ଅବା ଫଟୋ କିମ୍ବା ଭିଡିଓକୁ ନେଇ ନୁହେଁ। ଏଥର କଥା ପୁରା ଅଲଗା। ନିଜ ଜନ୍ମ ତାରିଖକୁ ନେଇ ଏବେ ଚର୍ଚ୍ଚାରେ ମିଲିନ୍ଦ। ୫୫ ବର୍ଷୀୟ ମିଲିନ୍ଦ କୁଆଡେ ବର୍ଷକ ତଳେ ଜନ୍ମ ହୋଇଛନ୍ତି। ଏ କଥା ଆମେ କହୁନାହୁଁ […]

milind-soman

Madhupriya Mistry
  • Published: Thursday, 29 July 2021
  • , Updated: 29 July 2021, 03:20 PM IST

ମୁମ୍ବାଇ: ବଲିଉଡ ଅଭିନେତା ମିଲିନ୍ଦ ସୋମେନ ନିଜ ଫିଟ୍‌ନେସ୍ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ନିଜ ଫିଟ୍‌ନେସ୍ କି କୌଣସି ମନ୍ତିବ୍ୟ ଅବା ଫଟୋ କିମ୍ବା ଭିଡିଓକୁ ନେଇ ନୁହେଁ। ଏଥର କଥା ପୁରା ଅଲଗା।

ନିଜ ଜନ୍ମ ତାରିଖକୁ ନେଇ ଏବେ ଚର୍ଚ୍ଚାରେ ମିଲିନ୍ଦ। ୫୫ ବର୍ଷୀୟ ମିଲିନ୍ଦ କୁଆଡେ ବର୍ଷକ ତଳେ ଜନ୍ମ ହୋଇଛନ୍ତି। ଏ କଥା ଆମେ କହୁନାହୁଁ । ଖୋଦ୍ ୱିକିପିଡିଆ କହୁଛି। ଏହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ଏହି ଅଭିନେତା। ଏବେ ନିଜ ଢ଼ଙ୍ଗରେ ସେ ୱିକିପିଡିଆକୁ ଟାର୍ଗେଟ୍ କରିଛନ୍ତି।

ମିଲିନ୍ଦ ସୋମେନଙ୍କ ୱିକିପିଡିଆ ପୃଷ୍ଟାରେ ତାଙ୍କ ଜନ୍ମର ଦୁଇଟି ଭିନ୍ନ ଭିନ୍ନ ତାରିଖ ଲେଖା ଯାଇଥିଲା। ସବୁଠାରୁ କୌତୁହଳର ବିଷୟ ହେଉଛି, ଏଥିରେ ଗତ ବର୍ଷର ତାରିଖ ରହିଥିଲା । ଯେତେବେଳେ ମିଲିନ୍ଦଙ୍କ ଏହା ଉପରେ ନଜର ପଡିଲା ସେତେବେଳେ ଏହାର ଏକ ଫଟୋ ସେ ଉଠାଇଥିଲେ। ଏବେ ଏହି ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସେଆର କରିଛନ୍ତି।

ଉକ୍ତ ଫଟୋକୁ ସେଆର କରି ମିଲିନ୍ଦ ଲେଖିଛନ୍ତି, ‘କେହି ୱିକିପିଡ଼ିଆକୁ ହ୍ୟାକ୍ କରିଛନ୍ତି କି? କୁହାଯାଇଛି ଯେ ମୁଁ ଗତବର୍ଷ ଦୁଇଟି ଭିନ୍ନ ଦିନରେ ଜନ୍ମ ନେଇଥିଲି। ଏହି ପୋଷ୍ଟରେ, ମିଲିନ୍ଦ ଦିଆଯାଇଥିବା ଦୁଇଟି ଜନ୍ମ ତାରିଖ ୪ ନଭେମ୍ବର ୨୦୨୦ ଏବଂ ୨୮ ଜୁଲାଇ ୨୦୨୦କୁ ମଧ୍ୟ ସେଆର କରିଛନ୍ତି।

କେବଳ ଏତିକି ନୁହେଁ, ୱିକିପିଡ଼ିଆର ଆହୁରି ଅନେକ ଭୁଲ ବିଷୟରେ ମିଲିନ୍ଦ ଟୁଇଟ୍ କରିଛନ୍ତି। ମିଲିନ୍ଦ ସ୍କିନସଟ୍ ନେଇଥିବା ଏକ ପଟୋରେ ଗୋଲ ବୁଲାଇ ମଧ୍ୟ ସେଆର କରିଛନ୍ତି। ଏଥିରେ ଲେଖାଯାଇଛି ଯେ, “ଗୋଆ ବେଳାଭୂମିରେ ନଗ୍ନ ଅବସ୍ଥାରେ ଦୌଡିଥିବା ପାଇଁ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମିଲିନ୍ଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମିଲିନ୍ଦ କହିଛନ୍ତି, ନଗ୍ନ ହୋଇ ଦୌଡି ଥିଲି କିନ୍ତୁ କେସ୍ ରୁଜୁ ହୋଇଥିଲା? ”

ମିଲିନ୍ଦଙ୍କ ଏହି ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କେତେକ ସୋଶାଲ ମିଡିଆ ୟୁଜର ୱିକିପିଡିଆକୁ କମେଣ୍ଟ କରୁଛନ୍ତି। ସେପଟେ ମିଲିନ୍ଦଙ୍କ ଟ୍ୱିଟ୍ ପରେ ୱିକିପିଡିଆ ନିଜ ଭୁଲ୍ ସଂଶୋଧନ କରିଛି।

https://twitter.com/milindrunning/status/1420262843883016194?s=20

https://twitter.com/milindrunning/status/1420266675270668291?s=20

Related story