ପତ୍ନୀଙ୍କ ସହ ସ୍ପେନ୍‌ରୁ ଚାଲିଚାଲି ପର୍ତ୍ତୁଗାଲ ଯାଇଥିଲେ ମିଲିନ୍ଦ

ମୁମ୍ବାଇ: ଅଭିନେତା ମିଲିନ୍ଦ ସୋମନ। ନିଜର ଲୁକ୍ ଏବଂ ଫିଟ୍‌ନେସ୍ ପାଇଁ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ଏଥିସହ ସେ ନିଜ ଲଭ୍ ଲାଇଫ୍‌କୁ ନେଇ ମଧ୍ୟ ମିଡିଆରେ ଛାଇ ରହିଥା’ନ୍ତି। ମିଲିନ୍ଦ ଓ ତାଙ୍କ ପତ୍ନୀ ଅଙ୍କିତା କୋୱଁର ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ଗ୍ଲାମର ଦୁନିଆର ଏହି କପଲ୍ ଲୋକଙ୍କ ମଧ୍ୟରେ ପ୍ରେମର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ମିଲିନ୍ଦ ଓ ଅଙ୍କିତାଙ୍କୁ ଆଡଭେଞ୍ଚର କରିବା ଭାରି ପସନ୍ଦ। ପାହାଡ ଚଢ଼ିବା ଠାରୁ […]

Milind Soman And Ankita

Madhupriya Mistry
  • Published: Saturday, 03 July 2021
  • , Updated: 03 July 2021, 07:18 PM IST

ମୁମ୍ବାଇ: ଅଭିନେତା ମିଲିନ୍ଦ ସୋମନ। ନିଜର ଲୁକ୍ ଏବଂ ଫିଟ୍‌ନେସ୍ ପାଇଁ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ଏଥିସହ ସେ ନିଜ ଲଭ୍ ଲାଇଫ୍‌କୁ ନେଇ ମଧ୍ୟ ମିଡିଆରେ ଛାଇ ରହିଥା’ନ୍ତି। ମିଲିନ୍ଦ ଓ ତାଙ୍କ ପତ୍ନୀ ଅଙ୍କିତା କୋୱଁର ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ଗ୍ଲାମର ଦୁନିଆର ଏହି କପଲ୍ ଲୋକଙ୍କ ମଧ୍ୟରେ ପ୍ରେମର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ମିଲିନ୍ଦ ଓ ଅଙ୍କିତାଙ୍କୁ ଆଡଭେଞ୍ଚର କରିବା ଭାରି ପସନ୍ଦ। ପାହାଡ ଚଢ଼ିବା ଠାରୁ ଆରମ୍ଭ କରି ପୁସ୍‌ଅପ୍ ମରିବା, ଦୌଡିବା, ପାଣି ଭିତରେ ପହଁରିବ. ଘଣ୍ଟା ଘଣ୍ଟା ଧରି ଯୋଗ କରିବା ଉଭୟଙ୍କ ପସନ୍ଦ। ଭୟାନକ ଷ୍ଟଣ୍ଟ କରିବାକୁ ମଧ୍ୟ ଦୁହେଁ ବେଶ୍ ଭଲ ପାଆନ୍ତି। ତେବେ ଏସବୁ ଠାରୁ ବି ଆଉ ଟିକେ ନିଆରା ଷ୍ଟଣ୍ଟ କରିବା ପାଇଁ ମିଲିନ୍ଦ ଆଉ ଅଙ୍କିତା ନିଷ୍ପତ୍ତି ନେଇଥିଲେ। ଆଉ ସ୍ପେନ୍‌ରୁ ବାହାରି ପଡିଥିଲେ ପର୍ତ୍ତୁଗାଲକୁ। ଦୁହେଁ ହାତରେ ହାତ ମିଶାଇ ଚାଲି ଚାଲି ୩୨୦ କିଲୋମିଟର ରାସ୍ତାକୁ ଅତିକ୍ରମ କରିଥିଲେ।ଏହି ଯାତ୍ରା ସମୟରେ ସେ ଦେଶ ଦୁନିଆର ଅନେକ ରଙ୍ଗୀନ୍ ଲୋକଙ୍କ ସହ ମିଶିଥିଲେ। ସବୁଜିମା ପରିବେଶକୁ ମନଭରି ଉପଭୋଗ କରିଥିଲେ ମିଲିନ୍ଦ ଓ ଅଙ୍କିତା।

ସ୍ପେନ୍‌ରୁ ପର୍ତ୍ତୁଗାଲ ଯିବାର ପୂରା ଟ୍ରିପର ସ୍ମୃତିକୁ ଏବେ ଅଙ୍କିତା ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏଥିସହ ସେ ଟ୍ରିପ ସମୟର କିଛି ଥ୍ରୋବ୍ୟାକ୍ ଫଟୋକୁ ମଧ୍ୟ ସେଆର କରିଛନ୍ତି। ତାଙ୍କର ଫଟୋ ଓ କାହାଣୀ ଲୋକଙ୍କୁ ଚକିତ କରିଛି। ଫ୍ୟାନ୍‌ମାନେ ତାଙ୍କର ଏଭଳି ନିଆରା ଯାତ୍ରାକୁ ପ୍ରଶଂସା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ୨୦୧୮ରେ ମିଲିନ୍ଦ ସୋମନ ଅଙ୍କିତାଙ୍କୁ ବିବାହ କରିଥିଲେ। ସେତେବେଳେ ଦୁିହଁଙ୍କ ବିବାହକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଥିଲା। କାରଣ ମିଲିନ୍ଦ ନିଜ ଠାରୁ ଢ଼େର୍ ବୟସରେ ସାନ ଅଙ୍କିତାଙ୍କୁ ବିବାହ କରିଥିଲେ। ସୋଶାଲ ମିଡିଆରେ ଉଭୟଙ୍କ ବିବାହର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

 

View this post on Instagram

 

A post shared by Ankita Konwar (@ankita_earthy)

Related story