ହସ୍ପିଟାଲରୁ ଡିସଚାର୍ଜ ହେଲେ ମୁମତାଜ, ବଖାଣିଲେ କ୍ୟାନ୍‌ସର ଯନ୍ତ୍ରଣାର କାହାଣୀ

ମୁମ୍ବାଇ: ୬୦ ଦଶକର ପପୁଲାର ଅଭିନେତ୍ରୀ ମୁମତାଜ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଖୁବ୍‌ ଲୋକପ୍ରିୟ ହୋଇଥିଲେ ଏହି ବର୍ଷିଆନ୍‌ ଅଭିନେତ୍ରୀ। ରାତାରାତି ପାଲଟି ଯାଇଥିଲେ ବଲିଉଡର ସୁପରଷ୍ଟାର୍‌। ଗୋଟିଏ ଫିଲ୍ମ ସାଇନ୍‌ କରିବା ପାଇଁ ତାଙ୍କ ଆଗରେ ପ୍ରଡ୍ୟୁସରଙ୍କ ଲାଗୁଥିଲା ଲମ୍ବା ଲାଇନ୍‌। ଏବେ କିନ୍ତୁ ବଲିଉଡ ଠାରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା। ଏବେ […]

mumtaz

Madhupriya Mistry
  • Published: Friday, 06 May 2022
  • , Updated: 06 May 2022, 06:05 PM IST

ମୁମ୍ବାଇ: ୬୦ ଦଶକର ପପୁଲାର ଅଭିନେତ୍ରୀ ମୁମତାଜ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଖୁବ୍‌ ଲୋକପ୍ରିୟ ହୋଇଥିଲେ ଏହି ବର୍ଷିଆନ୍‌ ଅଭିନେତ୍ରୀ। ରାତାରାତି ପାଲଟି ଯାଇଥିଲେ ବଲିଉଡର ସୁପରଷ୍ଟାର୍‌। ଗୋଟିଏ ଫିଲ୍ମ ସାଇନ୍‌ କରିବା ପାଇଁ ତାଙ୍କ ଆଗରେ ପ୍ରଡ୍ୟୁସରଙ୍କ ଲାଗୁଥିଲା ଲମ୍ବା ଲାଇନ୍‌। ଏବେ କିନ୍ତୁ ବଲିଉଡ ଠାରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା। ଏବେ କିନ୍ତୁ ଡିସଚାର୍ଜ ହୋଇଛନ୍ତି।

ଦୁଇ ସପ୍ତାହ ପୂର୍ବେ ପେଟରେ ଇନ୍‌ଫେକ୍‌ସନ୍‌ ଯୋଗୁଁ ମୁମତାଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନ ଯାଏଁ ବ୍ରିଚ କ୍ୟାଣ୍ଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି। ସେ ଇରିଟେବୁଲ ବାଉଲ ସିଣ୍ଡ୍ରୋମ ଆଣ୍ଡ କଲିଟିସରେ ପୀଡିତ ଥିଲେ। ଯାହା ଏକ ପ୍ରକାର ଡାଇରିଆ। ଏହା ଔଷଧ ସେବନ କରିବା ଦ୍ୱାରା ଠିକ୍‌ ହୋଇନଥାଏ। ଏହି କାରଣରୁ ଅଭିନେତ୍ରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡିଥିଲା। ସୁସ୍ଥ ହେବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା।

ତେବେ ୭୪ ବର୍ଷୀୟା ମୁମତାଜ ନିଜ ସ୍ୱାସ୍ଥ୍ୟ ବିଷୟରେ କହିବା ସହ ଏକ ଚକିତ କଲା ଭଳି ଖୁଲାସା ମଧ୍ୟ କରିଛନ୍ତି। ସେ ୨୫ ବର୍ଷ ପୂର୍ବେ ସେ ସହିଛନ୍ତି କ୍ୟାନ୍‌ସର ଯନ୍ତ୍ରଣା। ତାଙ୍କୁ ବ୍ରେଷ୍ଟ କ୍ୟାନ୍‌ସର ହୋଇଥିଲା। ଚିକିତ୍ସା ବେଳେ ତାଙ୍କ ବାମ ହାତରୁ ଲିମ୍‌ଫ ନୋଡସ୍‌ ହଟାଇ ଦିଆଯାଇଥିଲା। ଏହି କାରଣରୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ତାଙ୍କୁ ଡାହାଣ ହାତରେ ହିଁ ସାଲାଇନ୍‌ ଓ ଇଞ୍ଜେକସନ ନେବାକୁ ପଡିଥିଲା। ଯାହା ବେଶ୍‌ ଯନ୍ତ୍ରଣା ଦାୟକ ଥିଲା ବୋଲି କହିଛନ୍ତି ଏହି ବର୍ଷିଆନ୍‌ ଅଭିନେତ୍ରୀ।

ମୁମତାଜ ଏବେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। କିନ୍ତୁ ସେ ଆଉ ମୁମ୍ବାଇରେ ରହିବେ ନାହିଁ। ତାଙ୍କ ସ୍ୱାମୀଙ୍କ ସହ ମେ' ୧୦ ତାରିଖରେ ସେ ଲଣ୍ଡନ ଚାଲିଯିବେ।

Related story