ଅନନ୍ୟାଙ୍କ ଘରେ ପଶିଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ମାମଲା ବଲିଉଡ୍‌ ପିଛା ଛାଡୁନି। ଶାହରୁଖ ଖାଁଙ୍କ ପୁଅ ଏହି ଡ୍ରଗ୍ସ ମାମଲାରେ ପଡ଼ି ଜେଲ୍‌ରେ ଥିବା ବେଳେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ହୋଇଛି। ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହା ସହିତ ତାଙ୍କୁ ଆଜି ଏନ୍‌ସିବି ଅଫିସ୍‌କୁ ପଚରାଉଚରା ପାଇଁ ଡକା ଯାଇଛି। ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଖର ୱେଷ୍ଟ ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କୁ ଆଜି ଅପରାହ୍ଣ ୨ଟାରେ ଏନ୍‌ସିବି […]

Ananya Pandey

Ananya Pandey

Jitendra Garnayak
  • Published: Thursday, 21 October 2021
  • Updated: 21 October 2021, 01:32 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ମାମଲା ବଲିଉଡ୍‌ ପିଛା ଛାଡୁନି। ଶାହରୁଖ ଖାଁଙ୍କ ପୁଅ ଏହି ଡ୍ରଗ୍ସ ମାମଲାରେ ପଡ଼ି ଜେଲ୍‌ରେ ଥିବା ବେଳେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ହୋଇଛି। ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହା ସହିତ ତାଙ୍କୁ ଆଜି ଏନ୍‌ସିବି ଅଫିସ୍‌କୁ ପଚରାଉଚରା ପାଇଁ ଡକା ଯାଇଛି।

ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଖର ୱେଷ୍ଟ ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କୁ ଆଜି ଅପରାହ୍ଣ ୨ଟାରେ ଏନ୍‌ସିବି ଅଫିସରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ମେସେଜ ଦିଆନିଆ ହୋଇଥିଲା, ଯାହା ଏନ୍‌ସିବି ହାତରେ ଲାଗିଥିଲା। ସେହିକ୍ରମରେ ଏନ୍‌ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକିଛି।

ଏହା ପୂର୍ବରୁ ୨ ଦିନ ତଳେ ଏକ ଖବର ଆସିଥିଲା ଯେ ଜଣେ ଅଭିନେତ୍ରୀଙ୍କ ସହିତ ଆର୍ଯ୍ୟନ ଡ୍ରଗ୍ସ ନେଇ ହ୍ୱାଟ୍ସଆପ୍‌ରେ ଚାଟ୍ କରିଥିଲେ। ଆଉ ତାହା ଏନ୍‌ସିବି ହାତରେ ଲାଗିଥିଲା। ସେହି ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା।

୨୨ ବର୍ଷୀୟା ଅନନ୍ୟା ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହା ପରେ ସେ ‘ପତି ପତ୍ନୀ ଔର ୱ’ରେ ଅଭିନୟ କରିଥିଲେ। ସେ ବେଷ୍ଟ ଫିମେଲ ଡେବ୍ୟୁ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। 

ଆଜି ଅନନ୍ୟାଙ୍କ ଘର ସହିତ ଶାହରୁଖ ଖାଁଙ୍କ ଘର ‘ମନ୍ନତ’ରେ ମଧ୍ୟ ଏନ୍‌ସିବି ଟିମ୍ ଚଢ଼ାଉ କରିଛି। ସେହିପରି ଅନ୍ୟ କିଛି ସ୍ଥାନରେ ବି ଏନ୍‌ସିବି ଟିମ୍ ଚଢ଼ାଉ କରିଛି।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଏନ୍‌ସିବି ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ସେ ପ୍ରାୟ ୩ ସପ୍ତାହ ହେଲାଣି ଜେଲ୍‌ରେ ଅଛନ୍ତି। ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟରେ ଦୁଇ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏହା ପରେ ଗତକାଲି ତାଙ୍କ ଓକିଲ ବମ୍ବେ ହାଇକୋର୍ଟ ଯାଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଆସନ୍ତା ମଙ୍ଗଳବାର ଶୁଣାଣି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos