ପୁଣି ନେହାଙ୍କ ଘରକୁ ଆସିବେ ନୂଆ ଅତିଥି

ମୁମ୍ବାଇ: ଖୁବଶୀଘ୍ର ନେହାଙ୍କ ଘରକୁ ଆସିବେ ନୂଆ ଅତିଥି। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ଏହି ଖୁସି ଖବର ଜଣାଇଛନ୍ତି। ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ନିଜ ଇନଷ୍ଟାଗ୍ରାମରେ ପୁରା ପରିବାରର ଫଟୋ ସେଆର କରିଛନ୍ତି। ଏହି ଫଟୋରେ ନେହାଙ୍କ ନିଜ ବେବି ବମ୍ପକୁ ଦେଖାଇଛନ୍ତି। ଏଥିସହ ଫଟୋରେ ନେହାଙ୍କ ଝିଅ ମେହେର ମଧ୍ୟ ନଜର […]

neha-dhupia

Madhupriya Mistry
  • Published: Monday, 19 July 2021
  • , Updated: 13 August 2021, 11:14 AM IST

ମୁମ୍ବାଇ: ଖୁବଶୀଘ୍ର ନେହାଙ୍କ ଘରକୁ ଆସିବେ ନୂଆ ଅତିଥି। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ଏହି ଖୁସି ଖବର ଜଣାଇଛନ୍ତି।

ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ନିଜ ଇନଷ୍ଟାଗ୍ରାମରେ ପୁରା ପରିବାରର ଫଟୋ ସେଆର କରିଛନ୍ତି। ଏହି ଫଟୋରେ ନେହାଙ୍କ ନିଜ ବେବି ବମ୍ପକୁ ଦେଖାଇଛନ୍ତି। ଏଥିସହ ଫଟୋରେ ନେହାଙ୍କ ଝିଅ ମେହେର ମଧ୍ୟ ନଜର ଆସିଛନ୍ତି। ଏହି ଫଟୋକୁ ସେଆର କରି ନେହା ଏବଂ ଅଙ୍ଗଦ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଖୁସି ଖବର ସାମ୍ନାକୁ ଆସିବା ପରେ ନେହା ଏବଂ ଅଙ୍ଗଦଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦାଙ୍କ ଠାରୁ ଆରମ୍ଭ କରି ଅନେକ ବିଟାଉନର ସେଲେବ୍ରିଟି କମେଣ୍ଟ କରିଛନ୍ତି।

୨୦୧୮ ମେ’ ୧୦ ତାରିଖରେ ନେହା ଓ ଅଙ୍ଗଦ ସିକ୍ରେଟ ବିବାହ ହୋଇଥିଲା। ବିବାହର ଛଅ ମାସ ପରେ ତଥା ନଭେମ୍ବରରେ ନେହା ତାଙ୍କ ପ୍ରଥମ ସନ୍ତାନ ତଥା ଝିଅ ମେହେରଙ୍କୁ ଜନ୍ମ ଦେଇଥିଲେ।

 

View this post on Instagram

 

A post shared by Neha Dhupia (@nehadhupia)

Related story