ମନି ଲଣ୍ଡରିଂ ମାମଲା: ମହାଠକ ସୁକେଶଙ୍କ ଗୁମର ଖୋଲିବେ ନୋରା

ମୁମ୍ବାଇ: ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜିଡତ ମନି ଲଣ୍ଡରିଂ ମାମଲା। ଏହାକୁ ନେଇ ପ୍ରତିଦିନ ଚକିତ କଲା ଭଳି ଖୁଲାସା ହେଉଛି। ବଲିଉଡ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ଏହି କେସ୍‌ରେ ଜଡିତ ରହିଛି। ନିକଟରେ ମନି ଲଣ୍ଡରିଂ ଆକ୍ଟ-୨୦୦୨ ଧାରା ୫୦(୨) ଏବଂ ୫୦(୩) ଅନୁଯାୟୀ ନୋରାଙ୍କ ବୟାନ ରେକର୍ଡ ହୋଇଛି। ଏବେ ନୋରାଙ୍କୁ ନେଇ ଏହି କେସ୍‌ ସହ ଜଡିତ […]

Nora Fatehi

Madhupriya Mistry
  • Published: Wednesday, 22 December 2021
  • , Updated: 22 December 2021, 02:20 PM IST

ମୁମ୍ବାଇ: ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜିଡତ ମନି ଲଣ୍ଡରିଂ ମାମଲା। ଏହାକୁ ନେଇ ପ୍ରତିଦିନ ଚକିତ କଲା ଭଳି ଖୁଲାସା ହେଉଛି। ବଲିଉଡ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ନାଁ ମଧ୍ୟ ଏହି କେସ୍‌ରେ ଜଡିତ ରହିଛି।

ନିକଟରେ ମନି ଲଣ୍ଡରିଂ ଆକ୍ଟ-୨୦୦୨ ଧାରା ୫୦(୨) ଏବଂ ୫୦(୩) ଅନୁଯାୟୀ ନୋରାଙ୍କ ବୟାନ ରେକର୍ଡ ହୋଇଛି। ଏବେ ନୋରାଙ୍କୁ ନେଇ ଏହି କେସ୍‌ ସହ ଜଡିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ତାଜା ସୂଚନା ଅନୁସାରେ, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଏବେ ସବୁ ଗୁମର ଖୋଲିବେ ନୋରା। ଏହି କେସ୍‌ରେ ଅଭିନେତ୍ରୀ ନୋରା ପାଲଟିବେ ରାଜସାକ୍ଷୀ। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ମମଲାର ତଦନ୍ତରେ ସହଯୋଗ କରିବେ।

ଠକ ସୁକେଶଙ୍କ ପତ୍ନୀ ଲୀନା ପଲ୍‌ଙ୍କ ଚେନ୍ନାଇରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ବଦଳରେ ନୋରା ଫତେହିଙ୍କୁ ବିଏମଡବ୍ଲୁ କାର ଏବଂ ଏକ ଆଇଫୋନ୍ ଦିଆଯାଇଥିଲା। ବର୍ତ୍ତମାନ ନୋରା ପୂରା ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ସାକ୍ଷୀ ଭାବରେ ହାଜର ହେବେ।

ନିକଟରେ, ନୋରା ଇଡିର ପଚରାଉଚରା ବେଳେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଅନେକ ଖୁଲାସା ମଧ୍ୟ କରିଥିଲେ। ନୋରା କହିଥିଲେ ଯେ 'ଇଭେଣ୍ଟ ପୂର୍ବରୁ କିମ୍ବା ପରେ ସେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ କୌଣସି ଗିଫ୍ଟ ଗ୍ରହଣ କରିନାହାଁନ୍ତି। ଇଭେଣ୍ଟ ସମୟରେ ସେ ଯାହା ଉପହାର ପାଇଥିଲେ ତାହା ଉପହାର ଭାବରେ ହିଁ ତାଙ୍କୁ ଦିଆଯାଇଥିଲା।'

ସୂଚନା ମୁତାବକ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ମିଳିଥିବା ଚାଟ୍ ପରେ ଇଡି ସ୍କାନର୍‌ରେ ଆସିଥିଲେ ନୋରା। ତାଙ୍କୁ ଇଡି ଅଫିସରେ ହାଜର ହେବାକୁ ପଡିଥିଲା। କିନ୍ତୁ ଏବେ ଏହି ମାମଲାରୁ ତାଙ୍କୁ ଅଳ୍ପ ଆଶ୍ୱସ୍ତି ମିଳିଛି କିନ୍ତୁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଏବେବି ଇଡି ରାଡାର୍‌ରେ ଅଛନ୍ତି।

ଇଡିର ମନି ଲଣ୍ଡରିଂ ଚାର୍ଜସିଟରେ ମୋଟ ୧୭୮ ଜଣ ସାକ୍ଷୀ ପ୍ରସ୍ତୁତ ହୋଇଥିଲେ, ଯେଉଁଥିରେ ନୋରା ଫତେହିଙ୍କ ନାମ ୪୫ ନମ୍ବର ସାକ୍ଷୀ ଭାବରେ ଉଲ୍ଲେଖ କରାଯାଇଛି। ସେହିପରି ୪୪ ନମ୍ବରରେ ସାକ୍ଷୀ ଭାବରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଓ ମେକଅପ୍ ଆର୍ଟିଷ୍ଟର ନାଁ ମଧ୍ୟ ରହିଛି। ତେବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାକ୍ଷୀ କରାଯାଇ ନାହିଁ। କାରଣ ଇଡି ସୂତ୍ର ଅନୁଯାୟୀ ତାଙ୍କ ଭୂମିକା ଏବେବି ସନ୍ଦେହ ଘେରରେ ରହିଛି।

ଇଡି ଚାର୍ଜସିଟ୍ ଅନୁଯାୟୀ ସୁକେଶ ଚନ୍ଦ୍ରଶେଖର ନୋରା ଫତେହିଙ୍କୁ ନଗଦ ୧ କୋଟି ଟଙ୍କା, ବିଏମଡବ୍ଲୁ କାର ଏବଂ ଆଇଫୋନ୍ ଉପହାର ଦେଇଛନ୍ତି। ଏଜେନ୍ସି ଦାବି କରିଛି ଯେ ଚନ୍ଦ୍ରଶେଖର ବିଏମଡବ୍ଲୁ କାର ବ୍ୟତୀତ ନୋରାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। ସୁକେଶ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

 

View this post on Instagram

 

A post shared by MEAGAN CONCESSIO (@spacemuffin27)

Related story