ସରପ୍ରାଇଜ୍‌ କଲେ ଅନୁପମ୍‌

ମୁମ୍ବାଇ: ପ୍ରଶଂସକଙ୍କୁ ଚକିତ କଲେ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର। ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେଆର କରି ଦେଲେ ସରପ୍ରାଇଜ। ୬୬ ବର୍ଷ ବୟସରେ ଲୋକଙ୍କୁ କଲେ ଘାଇଲା। ସେଆର କଲେ ସାର୍ଟଲେସ ଭିଡିଓ। ଦେଖାଇଲେ ବାଇସେପ୍‌। ନିକଟରେ ବଲିଉଡ ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମରେ ଜିମରୁ ନିଜର ଏକ ସାର୍ଟଲେସ୍ ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ତାଙ୍କ ଫିଟନେସ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ସୋଲ୍ଡର୍ ପ୍ରେସ୍ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। […]

Anupam Kher

Madhupriya Mistry
  • Published: Wednesday, 11 August 2021
  • , Updated: 11 August 2021, 03:31 PM IST

ମୁମ୍ବାଇ: ପ୍ରଶଂସକଙ୍କୁ ଚକିତ କଲେ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର। ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେଆର କରି ଦେଲେ ସରପ୍ରାଇଜ। ୬୬ ବର୍ଷ ବୟସରେ ଲୋକଙ୍କୁ କଲେ ଘାଇଲା। ସେଆର କଲେ ସାର୍ଟଲେସ ଭିଡିଓ। ଦେଖାଇଲେ ବାଇସେପ୍‌।

ନିକଟରେ ବଲିଉଡ ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମରେ ଜିମରୁ ନିଜର ଏକ ସାର୍ଟଲେସ୍ ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ତାଙ୍କ ଫିଟନେସ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ସୋଲ୍ଡର୍ ପ୍ରେସ୍ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଆତ୍ମବିଶ୍ୱାସ ଏକ ମାଂସପେଶୀ ପରି। ଯେତେ ଅଧିକ ଆପଣ ଏହାର ଉପଯୋଗ କରିଥାନ୍ତି ତାହା ସେତେ ଅଧିକ ଶକ୍ତିଶାଳୀ ହୋଇଥାଏ।'

ଅନୁପମଙ୍କ ଏହି ୱାର୍କଆଉଟ୍ ଭିଡିଓ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ଅନୁପମ୍‌ଙ୍କ ମସଲ୍ସ ଦେଖି କିଏ ଇମ୍ପ୍ରେସ ହେଉଛି ତ ଆଉ କିଏ ପ୍ରଶଂସା କରୁଛି। ଜଣେ ୟୁଜର ଲେଖିଛନ୍ତି, ଏ ବୟସରେ ଏଭଳି ଫିଟ୍‌ ରହି ଆପଣ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେପଟେ ଆଉଜଣେ ୟୁଜର ଲେଖିଛନ୍ତି, 'ବବ୍‌, ଟାଇଗର ଅଇି ଜିନ୍ଦା ହୈ'।

ଅନୁପମ ଖେର ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ପ୍ରାୟତଃ ତାଙ୍କର ମଜାଦାର ଭିଡିଓ ଓ ଫଟୋ ଅପଲୋଡ କାରିଥା'ନ୍ତି। ଯାହା ବେଳେବ ବେଳେ ଭାଇରାଲ ହୋଇଥାଏ। ସେହିପରି ରାଜନୈତିକ ହେଉ ଅବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ପ୍ରାୟତଃ ସବୁ ପ୍ରସଙ୍ଗରେ ନିଜ ମନ୍ତବ୍ୟ ମଧ୍ୟ ରଖି ଚର୍ଚ୍ଚାକୁ ଆସିଥାନ୍ତି ଅନୁପମ।

ଆଜିକାଲି ଅନୁପମ ଆମେରିକାରେ 'ଶିବ ଶାସ୍ତ୍ରୀ ବଲବୋଆ' ନାମକ ଏକ ଫିଲ୍ମର ସୁଟିଂ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ନୀନା ଗୁପ୍ତା ଅଛନ୍ତି। ଏହା ହେଉଛି ତାଙ୍କର ୫୧୯ ତମ ଫିଲ୍ମ । ଅନୁପମ ଖେର ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ଇଣ୍ଡଷ୍ଟ୍ରିରେ ଅନେକ ନାମ ଅର୍ଜନ କରିଛନ୍ତି।

 

View this post on Instagram

 

A post shared by Anupam Kher (@anupampkher)

Related story