ସୋନମଙ୍କ ଘରୁ ଅଢ଼େଇ କୋଟି ଚୋରି କରି ଧରାପଡିଲେ ନର୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଲଙ୍କାର ଚୋରି କରି ଧରାପଡିଲେ ନର୍ସ। ଏହି ଚୋରି ମାମଲାରେ ପୁଲିସ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନରେଶ ଓ ଅପର୍ଣ୍ଣା। ଏଦୁହେଁ ପତି ପତ୍ନୀ। ଅପର୍ଣ୍ଣା ନର୍ସ ଭାବେ କାମ କରନ୍ତି। ସୂଚନା ମୁତାବକ, କିଛି ଦିନ ତଳେ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ […]

sONAM kAPOOR

Madhupriya Mistry
  • Published: Wednesday, 13 April 2022
  • , Updated: 13 April 2022, 05:59 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଲଙ୍କାର ଚୋରି କରି ଧରାପଡିଲେ ନର୍ସ। ଏହି ଚୋରି ମାମଲାରେ ପୁଲିସ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନରେଶ ଓ ଅପର୍ଣ୍ଣା। ଏଦୁହେଁ ପତି ପତ୍ନୀ। ଅପର୍ଣ୍ଣା ନର୍ସ ଭାବେ କାମ କରନ୍ତି।

ସୂଚନା ମୁତାବକ, କିଛି ଦିନ ତଳେ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଲଙ୍କାର ସମେତ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ହୋଇଥିଲା। ଏହି ଘଟଣାରେ ଦିଲ୍ଲୀ ପୁଲିସ ଏବେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ସୋନମଙ୍କ ଜେଜି ଶାଶୁ ସାରଳା ଅହୁଜାଙ୍କ ବ୍ୟକ୍ତିଗତ ନର୍ସ ଥିବା ଅପର୍ଣ୍ଣା ହିଁ ଏହି ଚୋରି କରିଥିବା ଜଣାପଡିଛି।

ଦିଲ୍ଲୀ ସ୍ଥିତ ଅମୃତା ସେରଗିଲ ମାର୍ଗରେ ଥିବା ସୋନମ କପୁରଙ୍କ ଶାଶୂ ଘରକୁ ଅପର୍ଣ୍ଣା ଯିବା ଆସିବା କରୁଥିଲେ। ସେ ସୋନମଙ୍କ ଶାଶୂଙ୍କ ଦେଖାଶୁଣା କରୁଥିଲେ। ଅପର୍ଣ୍ଣାଙ୍କ ସ୍ୱାମୀ ନରେଶ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ରୂପେ କାମ କରେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ମଙ୍ଗଳବାର ରାତିରେ ଦିଲ୍ଲୀ ପୁଲିର ଏକ ଟିମ୍‌ ସରିତା ବିହାରରେ ଚଢ଼ାଉ କରିଥିଲେ। ଏଠାରୁ ହିଁ ଅପର୍ଣ୍ଣା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା।

ଅମୃତା ସେରଗିଲ୍‌ ସ୍ଥିତ ସୋନମଙ୍କ ଶାଶୂ ଘରେ କାମ କରୁଥିବା ଅଧିକାଂଶ ଲୋକଙ୍କୁ ପଚରା ଉଚରା ଜାରି ରହିଛି। ଧାରା ୩୮୧ ଅନୁଯାୟୀ ଏଫଆଇଆର୍‌ ରୁଜୁ ହୋଇଛି। ଏହି ମାମଲରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ପୁଲିସ କହିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ଘରୁ ୨.୪ କୋଟି ଟଙ୍କାର ଅଳଙ୍କାର ଓ ନଗଦ କିଛି ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଫେବ୍ରୁଆରୀ ୧୧ ତାରିଖରେ ଘରେ ଚୋରି ହୋଇଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ଫେବ୍ରୁଆରୀ ୨୩ରେ ସେମାନେ ଏଫଆଇଆର୍‌ ରୁଜୁ କରିଥିଲେ।

Related story