ହସ୍ପିଟାଲରେ ଭର୍ତ୍ତି ହେଲେ ନୁସରତ

କୋଲକାତା: ହସ୍ପିଟାଲରେ ଭର୍ତ୍ତି ହେଲ ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଜି ଭର୍ତ୍ତି କରାଯାଇଛି।

ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ ଦେବେ ନୁସରତ। ସେ ଏବେ ଗର୍ଭବତୀ ଅଛନ୍ତି। ଦିନେ କି ଦୁଇ ଦିନ ଭିତରେ ସେ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୁସରତଙ୍କ ଡେଲିଭରୀ ତାରିଖ ଅଗଷ୍ଟ ଲାଷ୍ଟ ଏବଂ ସେପ୍ଟେମ୍ବର ପ୍ରଥମ ଆଡକୁ ଥିଲା। ଏହା ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପୂର୍ବରୁ ନୁସରତ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିବା ପରେ ବହୁ ଚର୍ଚ୍ଚ ହୋଇଥିଲା। ଏପରିକି ତାଙ୍କ ବିବାହକୁ ନେଇ ବିବାଦ ମଧ୍ୟ ଉଠିଥିଲା। ଏବେ ନୁସରତ କୁଆଡେ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳିଛି। ମଙ୍ଗଳବାର ଦୁହେଁ ଏକା ଭଳି ଇନ୍‌ଷ୍ଟା ଷ୍ଟୋରୀ ଶେଆର କରିଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ସନ୍ଦେହ କରାଯାଉଛି।

ସୂଚନା ମୁତାବକ ନୁସରତ ୨୦୧୯ରେ ନିଖିଲ ଜେନ୍‌ଙ୍କୁ ବିବାହ କରିଥିଲେ। ତୁର୍କୀରେ ସେ ଡେଷ୍ଟିନେସନ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ନିଖିଲ ଏବଂ ନୁସରତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରେ ୨୦୨୧ରେ ଉଭୟ ଅଲଗା ହୋଇ ରହିଥିଲେ। ନିଖିଲ ଏବଂ ନୁସରତ ଏଯାଏଁ ଛାଡପତ୍ର ନେଇନଥିଲେ ସୁଦ୍ଧା ଆଉ ଏକାଠି ରହୁନାହାନ୍ତି।

ନୁସରତ ଏକ ପ୍ରେସ ବିବୃତ୍ତି ଜରି କରି ଖୁଲାସା କରିଥିଲେ ଯେ ତାଙ୍କର ବିବାହ ଅବୈଧ ଥିଲା। ସେ ତାଙ୍କ ବିବାହକୁ ରେଜିଷ୍ଟର କରିନଥିଲେ। ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ବିଦେଶୀ ମାଟିରେ ଥିବାରୁ ତାଙ୍କ ବିବାହ ଅବୈଧ ବୋଲି ନୁସରତ ଦାବି କରିଛନ୍ତି। ଭାରତରେ ଏହାକୁ ଆଇନଗତ ମାନ୍ୟତା ଦିଆଯିବା ଆବଶ୍ୟକ ଥିଲା କିନ୍ତୁ ତାହା ହୋଇ ନଥିଲା। ସେ ନିଖିଲଙ୍କ ସହ ଲିଭ-ଇନ୍‌ ରିଲେସନସିପ୍‌ରେ ଥିବା କହିଥିଲେ।ସେପଟେ ନିଖିଲ ଅଭିଯୋଗ କରିଛନ୍ତି ଯେ ନୁସରତ ସବୁବେଳେ ବିବାହ ପଞ୍ଜିକରଣ କରିବାକୁ ନେଇ ଦୂରେଇ ରହୁଥିଲେ।

 

View this post on Instagram

 

A post shared by Nusrat (@nusratchirps)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।