ସୁପରହିଟ୍‌ ଫିଲ୍ମ 'ପୁଷ୍ପା'ରେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲୁଗୁ ବ୍ଲକ ବଷ୍ଟର୍ ଫିଲ୍ମ ‘ପୁଷ୍ପା’ରେ ଓଡ଼ିଆ ଲିଙ୍କ୍। ଫିଲ୍ମରେ ପୁଲିସ ଅଫିସର ଗୋବିନ୍ଦାପ୍ପା ଭୂମିକାରେ ଦମ୍‌ଦାର ଅଭିନୟ କରିଥିବା ଅଭିନେତା ଏମ୍ ରାମକ୍ରିଷ୍ଣା ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ବରଗଡ଼ ଜିଲ୍ଲା ସର୍ଲା ଗାଁରେ। ତେଲୁଗୁ ଫିଲ୍ମ  ଇଣ୍ଡଷ୍ଟ୍ରିରେ ରାମକ୍ରିଷ୍ଣାଙ୍କୁ ସମସ୍ତେ ଶତ୍ରୁ ବୋଲି ଡାକିଥାଆନ୍ତି। ପୁଷ୍ପା ଫିଲ୍ମ ପୂର୍ବରୁ ‘ବାହୁବଲି-୨’ ରେ ମଧ୍ୟ ପିଣ୍ଡାରା ଭୂମିକାରେ ଜବରଦସ୍ତ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ ରାମକ୍ରିଷ୍ଣା। ତାଙ୍କର ଏହି […]

Pushpa Odisha Link

Madhupriya Mistry
  • Published: Tuesday, 18 January 2022
  • , Updated: 18 January 2022, 11:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲୁଗୁ ବ୍ଲକ ବଷ୍ଟର୍ ଫିଲ୍ମ 'ପୁଷ୍ପା'ରେ ଓଡ଼ିଆ ଲିଙ୍କ୍। ଫିଲ୍ମରେ ପୁଲିସ ଅଫିସର ଗୋବିନ୍ଦାପ୍ପା ଭୂମିକାରେ ଦମ୍‌ଦାର ଅଭିନୟ କରିଥିବା ଅଭିନେତା ଏମ୍ ରାମକ୍ରିଷ୍ଣା ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ବରଗଡ଼ ଜିଲ୍ଲା ସର୍ଲା ଗାଁରେ।

ତେଲୁଗୁ ଫିଲ୍ମ  ଇଣ୍ଡଷ୍ଟ୍ରିରେ ରାମକ୍ରିଷ୍ଣାଙ୍କୁ ସମସ୍ତେ ଶତ୍ରୁ ବୋଲି ଡାକିଥାଆନ୍ତି। ପୁଷ୍ପା ଫିଲ୍ମ ପୂର୍ବରୁ 'ବାହୁବଲି-୨' ରେ ମଧ୍ୟ ପିଣ୍ଡାରା ଭୂମିକାରେ ଜବରଦସ୍ତ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ ରାମକ୍ରିଷ୍ଣା। ତାଙ୍କର ଏହି ସଫଳତାରେ ପରିବାର ଲୋକେ ବେସ୍ ଖୁସି ପ୍ରକାଶ କରିଛନ୍ତି।

ପୁଅ ଆଗକୁ ଆହୁରି ଭଲ ଅଭିନୟ କରି ଗାଁ ପାଇଁ ଗୌରବ ଆଣିବ ବୋଲି ତାଙ୍କ ମାଆ କହିଛନ୍ତି। ଅତାବିରା କୋଶଳା ସ୍କୁଲରୁ ହାଇସ୍କୁଲ ଶିକ୍ଷା ପରେ ରାମକ୍ରିଷ୍ଣା ରେଭେନ୍ସା କଲେଜରେ ମାଇକ୍ରୋ ବାଇଲୋଜି ପଢୁଥିଲେ। ପରେ ଅଭିନୟ ପାଇଁ ହାଇଦ୍ରାବାଦ ଚାଲିଯାଇଥିଲେ। ସେ ପୁଷ୍ପା, ବାହୁବଳୀ-୨ ବ୍ୟତୀତ ଲିଜେଣ୍ଡ, ଡି ଜେ, ରଙ୍ଗସ୍ତାଲମ, ଅଗାଡୁ, ଗୋଦଲାକୁଣ୍ଡା ଗଣେଶ, ବାଲ୍ମିକୀ, କଡ଼ାଇ କୁଟ୍ଟୀ ସିଂହମ ପରି ୧୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି।

ପିଲାଟି ଦିନୁ ଅଭିନୟରେ ରୁଚି ରଖିଥିବା ରାମକ୍ରିଷ୍ଣା ଜଣେ ମେଧାବୀ ଛାତ୍ର। ତାଙ୍କୁ ବଡ଼ ପରଦାରେ ଦେଖି ବେଶ ଖୁସୀ ଅନୁଭବ କରୁଛନ୍ତି ସର୍ଲା ଗାଁର ବନ୍ଧୁ ଓ ପଡୋଶୀ। ବରଗଡ଼ ଜିଲ୍ଲାର ସର୍ଲା ପରି ଏକ ଅଖ୍ୟାତ ପଲ୍ଲୀରୁ ଯାଇ ଦକ୍ଷିଣ ଭାରତୀୟ ଫିଲ୍ମରେ ବଡ ସିନେ ତାରକାଙ୍କ ସହ କାମ କରିବା ନିଶ୍ଚିତ ଭାବେ ଅଂଚଳ ପାଇଁ ଗୌରବର ବିଷୟ ବୋଲି ତାଙ୍କ ସାଙ୍ଗସାଥୀ କହିଛନ୍ତି।

https://youtu.be/dcFoGGsJuiw

Related story