ପରେଶଙ୍କ ପତ୍ତା କାଟିଲେ ପଙ୍କଜ

ମୁମ୍ବାଇ: ବଲିଉଡରେ ଭେଟେରାନ ଅଭିନେତା ପରେଶ ରାୱଲ । ଏବେ ପରେଶଙ୍କ ପତ୍ତା କାଟିଛନ୍ତି ଭର୍ସଟାଇଲ ଅଭିନେତା ପଙ୍କଜ ତ୍ରିପାଠୀ । ପରେଶ ରାୱଲଙ୍କ ସ୍ଥାନରେ ଏବେ ପଙ୍କଜଙ୍କୁ ରିପ୍ଲେସ କରାଯାଇଛି । ବାସ୍ତବରେ ୨୦୧୨ର ସୁପରହିଟ୍ ଫିଲ୍ମ ‘ଓଃ ମାଇ ଗଡ୍‌’ର ସିକ୍ୱେଲରେ ଏବେ ଆଉ ପରେଶଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ । ତାଙ୍କ ସ୍ଥାନରେ ନଜର ଆସିବେ ପଙ୍କଜ ତ୍ରିପାଠୀ । ପିଙ୍କଭିଲ୍ଲାର ରିପୋର୍ଟ ମୁତାବକ ପ୍ରଥମ ଫିଲ୍ମ ଭଳି ଏହି ସିକ୍ୱେଲ […]

Pankaj Tirpathi paresh rawal

Madhupriya Mistry
  • Published: Saturday, 05 June 2021
  • , Updated: 05 June 2021, 01:10 PM IST

ମୁମ୍ବାଇ: ବଲିଉଡରେ ଭେଟେରାନ ଅଭିନେତା ପରେଶ ରାୱଲ । ଏବେ ପରେଶଙ୍କ ପତ୍ତା କାଟିଛନ୍ତି ଭର୍ସଟାଇଲ ଅଭିନେତା ପଙ୍କଜ ତ୍ରିପାଠୀ । ପରେଶ ରାୱଲଙ୍କ ସ୍ଥାନରେ ଏବେ ପଙ୍କଜଙ୍କୁ ରିପ୍ଲେସ କରାଯାଇଛି ।

ବାସ୍ତବରେ ୨୦୧୨ର ସୁପରହିଟ୍ ଫିଲ୍ମ ‘ଓଃ ମାଇ ଗଡ୍‌’ର ସିକ୍ୱେଲରେ ଏବେ ଆଉ ପରେଶଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ । ତାଙ୍କ ସ୍ଥାନରେ ନଜର ଆସିବେ ପଙ୍କଜ ତ୍ରିପାଠୀ । ପିଙ୍କଭିଲ୍ଲାର ରିପୋର୍ଟ ମୁତାବକ ପ୍ରଥମ ଫିଲ୍ମ ଭଳି ଏହି ସିକ୍ୱେଲ ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ । କିନ୍ତୁ ପରେଶ ରାୱଲଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀ ରହିବେ । ଅକ୍ଷୟଙ୍କୁ ଏଥିରେ ଭଗବାନ କୃଷ୍ଣଙ୍କ ଅବତାରରେ ଦେଖିବାକୁ ମିଳିବ ।

ସେପଟେ ଏହି ଫିଲ୍ମଙ୍କୁ ନେଇ ପଙ୍କଜ ତ୍ରିପାଠୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଏବେ ଏହାର ପ୍ରି-ପ୍ରଡକ୍ସନ କାମ ଆରମ୍ଭ ହୋଇସାରିଲାଣି । ଆଇସୋଲେସନରେ ରହି ଫିଲ୍ମର ଏକ ଟିମ୍ ସୁଟିଂ ପାଇଁ ଉଚିତ ଲୋକେଶନ ଖୋଜୁଛନ୍ତି । ଉମେଶ ଶୁକ୍ଲାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ସୁଟିଂ ଆସନ୍ତା ଅକ୍ଟୋବର ମାସ ଭିତରେ ସାରିବାକୁ ଯୋଜନା ହୋଇଛି ।

୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଓଃ ମାଇ ଗଡ୍‌’ର ଲିଡ୍ ରୋଲରେ ଅକ୍ଷୟ କୁମାର ଏବଂ ପରେଶ ରାୱଲ ଥିଲେ । ଦୁହିଁଙ୍କ କେମେଷ୍ଟ୍ରି ଏବଂ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏଥିରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା ।

Related story