ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଶାହାରୁଖ ଖାନ, ବୟକଟ୍‌ ଦାବି

ମୁମ୍ବାଇ: ଏକାଠି ହେଲେ ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍‌ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଦୁହେଁ ଗୋଟିଏ ମଞ୍ଚରେ ଆସିଲେ ନଜର। ଏଭଳି ଏକ ଫଟୋ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଶାହାରୁଖଙ୍କୁ ବୟକଟ୍‌ କରିବା ପାଇଁ ମଧ୍ୟ ଜୋରଦାର ଦାବି ହେଉଛି। ପ୍ରକୃତରେ ଶାହାରୁଖ ଏବଂ ଇମ୍ରାନଙ୍କ ଯେଉଁ ଫଟୋଟି ସାମ୍ନାକୁ ଆସିଛି ତାହା ବେଶ୍‌ ପୁରୁଣା। ଏହି ଫଟୋକୁ ନେଇ ଆଜି ସକାଳୁ ଟୁଇଟର୍‌ରେ […]

Imran-khan-with-Shahrukh-khan

Madhupriya Mistry
  • Published: Thursday, 16 September 2021
  • , Updated: 16 September 2021, 04:58 PM IST

ମୁମ୍ବାଇ: ଏକାଠି ହେଲେ ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍‌ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଦୁହେଁ ଗୋଟିଏ ମଞ୍ଚରେ ଆସିଲେ ନଜର। ଏଭଳି ଏକ ଫଟୋ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଶାହାରୁଖଙ୍କୁ ବୟକଟ୍‌ କରିବା ପାଇଁ ମଧ୍ୟ ଜୋରଦାର ଦାବି ହେଉଛି।

ପ୍ରକୃତରେ ଶାହାରୁଖ ଏବଂ ଇମ୍ରାନଙ୍କ ଯେଉଁ ଫଟୋଟି ସାମ୍ନାକୁ ଆସିଛି ତାହା ବେଶ୍‌ ପୁରୁଣା। ଏହି ଫଟୋକୁ ନେଇ ଆଜି ସକାଳୁ ଟୁଇଟର୍‌ରେ #BoycottShahRukhKhan ଟ୍ରେଣ୍ଡ କରୁଛି। ଶାହାରୁଖଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି। ତେବେ ଏହି ପୁରା ଟ୍ୱିଟର ଅଭିଯାନ ହରିୟାଣାରେ ବିଜେପିର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦାୟିତ୍ୱରେ ଥିବା ରାଜ୍ୟ ପ୍ରଭାରୀ ଅରୁଣ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଶାହାରୁଖ ଖାନ୍‌ଙ୍କ ବିରୋଧରେ ସୋସିଆଲ ମିଡିଆରେ ଅରୁଣ ଯାଦବ କ୍ରମାଗତ ଭାବରେ ଅନେକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ଶାହାରୁଖ ଖାନଙ୍କୁ ବୟକଟ୍‌ କରିବା ପାଇଁ କହିଛନ୍ତି।

ସେପଟେ ସୋଶାଲ ମିଡିଆରେ ଯେଉଁ ଟ୍ୱିଟ୍‌ ଭାଇରାଲ ହେଉଛି, ସେଥିରେ ଶାହାରୁଖଙ୍କୁ ପାକିସ୍ତାନର ଏଜେଣ୍ଟ ବୋଲି କୁହାଯାଇଛି। ଶାହାରୁଖ ଖାନ୍‌ ଏବଂ ତାଙ୍କ ଫିଲ୍ମକୁ ପୂର୍ଣ୍ଣ ରୂପେ ବହିସ୍କାର କରିବା ପାଇଁ ମଧ୍ୟ ଦାବି ଉଠିଛି।

ଗୋଟିଏ ପଟେ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ବୟକଟ ଟ୍ରେଣ୍ଡ ଚାଲିଥିବା ବେଳେ ଅନ୍ୟପଟେ ଶାହାରୁଖ ଖାନଙ୍କ ଟିମ୍‌ ଏହି ଟ୍ରେଣ୍ଡକୁ ଭାଙ୍ଗିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।  ସେମାନେ ଟ୍ୱିଟରରେ ନୂଆ ଟ୍ରେଣ୍ଡ #WeLoveShahRukhKhan ଆରମ୍ଭ କରିଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ଜୋରଦାର ଲେଢ଼ଇ ଆରମ୍ଭ ହୋଇଛି।

ସୂଚନା ମୁତାବକ ନିକଟରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଇମ୍ରାନ ଖାନ ତାଲିବାନକୁ ସାହାଯ୍ୟ କରୁଥିବା ନେଇ ଶାହାରୁଖ ଅଭିଯୋଗ ଉଠାଇଥିଲେ। ତାଙ୍କୁ ନିନ୍ଦା ମଧ୍ୟ କରିଥିଲେ।

ଶାହାରୁଖ ଦୀର୍ଘ ସମୟ ଧରି ବଡ ପରଦାଠାରୁ ଦୂରେଇ ରହିଛନ୍ତି। ଆଗକୁ ତାଙ୍କର ଫିଲ୍ମ 'ପଠାନ' ରିଲିଜ ଅପେକ୍ଷାରେ ରହିଛି। ଏଥିରେ ତାଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନ, ଜନ ଅବ୍ରାହମ, ଆଶୁତୋଷ ରାଣା ପ୍ରମୁଖ ନଜର ଆସିବେ। ଶାହାରୁଖ ଗତ ୧ ବର୍ଷ ଧରି ଏହି ଫିଲ୍ମର ସୁଟିଂ ଜାରି ରଖିଛନ୍ତି।

https://twitter.com/damini_prakash/status/1438349934193823750?s=20

Related story