ଆଲିଆଙ୍କ ପାଇଁ ପୂରା ହଲ୍‌ ବୁକ୍‌ କଲେ ପାକିସ୍ତାନୀ ଅଭିନେତା

ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା। ତାଙ୍କ ଫ୍ୟାନ୍‌ ଫଲୋଇଂ ମଧ୍ୟ ଢ଼େର ବଢ଼ିଛି। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଆଲିଆଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍‌। ଏବେ ଏହି ଫ୍ୟାନ୍‌ ତାଲିକାରେ ପାକିସ୍ତାନର ଜଣେ ଅଭିନେତା ମଧ୍ୟ ସାମିଲ ହୋଇଛନ୍ତି। ଆଲିଆଙ୍କୁ ନେଇ ତାଙ୍କ କ୍ରେଜ ଏତେ ବଢ଼ି ଯାଇଛି ଯେ, ସେ ତାଙ୍କ ଫିଲ୍ମ ଦେଖିବା ପାଇଁ ପୂରା ହଲ୍‌ ବୁକ୍‌ କରିଦେଇଛନ୍ତି। ପ୍ରକୃତରେ […]

Alia Bhatt and Muneeb Batt

Madhupriya Mistry
  • Published: Thursday, 24 March 2022
  • , Updated: 24 March 2022, 05:29 PM IST

ମୁମ୍ବାଇ: ଦିନକୁ ଦିନ ବଢ଼ି ଚାଲିଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା। ତାଙ୍କ ଫ୍ୟାନ୍‌ ଫଲୋଇଂ ମଧ୍ୟ ଢ଼େର ବଢ଼ିଛି। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଆଲିଆଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍‌। ଏବେ ଏହି ଫ୍ୟାନ୍‌ ତାଲିକାରେ ପାକିସ୍ତାନର ଜଣେ ଅଭିନେତା ମଧ୍ୟ ସାମିଲ ହୋଇଛନ୍ତି। ଆଲିଆଙ୍କୁ ନେଇ ତାଙ୍କ କ୍ରେଜ ଏତେ ବଢ଼ି ଯାଇଛି ଯେ, ସେ ତାଙ୍କ ଫିଲ୍ମ ଦେଖିବା ପାଇଁ ପୂରା ହଲ୍‌ ବୁକ୍‌ କରିଦେଇଛନ୍ତି।

ପ୍ରକୃତରେ ଆଲିଆ ଭଟ୍ଟଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଗଙ୍ଗୁବାଇ କାଠିଆବାଡି ଦେଖିବା ପାଇଁ ପାକିସ୍ତାନର ଜଣେ ଅଭିନେତା ପୂରା ଥିଏଟର ବୁକ୍‌ କରିଦେଇଛନ୍ତି। ଅଭିନେତା ମୁନୀବ ବଟ୍ଟ ନିଜ ପତ୍ନୀଙ୍କୁ ସର୍‌ପ୍ରାଇଜ ଦେବାକୁ ଯାଇ ଏଭଳି କରିଛନ୍ତି। ମୁନୀବ ବଟ୍ଟଙ୍କ ପତ୍ନୀ ଐମାନ୍‌ ଖାନ୍‌ ମଧ୍ୟ ଆଲିଆ ଭଟ୍ଟଙ୍କ ଜଣେ ବଡ ଫ୍ୟାନ୍‌। ଏଥିପାଇଁ ସେ ଥିଏଟର୍‌ରେ ତାଙ୍କ ଫିଲ୍ମ ଦେଖିବାକୁ ବେଶ୍‌ ଉତ୍ସାହିତ ଥିଲେ। ତେଣୁ ନିଜ ପତ୍ନୀଙ୍କୁ ଖୁସି କରିବାକୁ ଯାଇ ମୁନୀବ ଦୁବାଇର ଏକ ସିନେମା ହଲ୍‌କୁ ପୂରା ବୁକ୍‌ କରିଦେଇଥିବା ଜଣାପଡିଛି। ସ୍ୱାମୀଙ୍କ ଠାରୁ ଏଭଳି ସରପ୍ରାଇଜ୍‌ ପାଇ ଐମାନ୍‌ଙ୍କ ଖୁସି କହିଲେ ନସାରେ।

ବକ୍ସ ଅଫିସରେ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି' ଠିକ୍‌ଠାକ ଆୟ କରିଥିଲା। ତେବେ ଫିଲ୍ମରେ ଆଲିଆଙ୍କ ଅଭିନୟ କିନ୍ତୁ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ମାଫିଆ କୁଇନ୍‌ ଚରିତ୍ରରେ ଦମ୍‌ଦାର ଅଭିନୟ କରିଥିଲେ ଆଲିଆ। ଚାରିଆଡେ ତାଙ୍କ ଅଭିନୟକୁ ଲୋକେ ପ୍ରଶଂସା କରିଥିଲେ।

Related story