କ୍ୟାମେରାରେ ଧରାପଡ଼ିଗଲା ପଲକ୍‌ଙ୍କ ପ୍ରେମ! ଲୁଚାଇ ଦେଲେ ମୁହଁ

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍। ତାଙ୍କ ମ୍ୟୁଜିକ୍ ଭିଡିଓ ‘ବିଜ୍‌ଲି’ ସମସ୍ତଙ୍କ ମନ ଜିଣି ନେଇଛି। ତେବେ ଅନ୍ୟ ଏକ କାରଣ ଯୋଗୁଁ ବି ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚର୍ଚ୍ଚା ହେଉଛି ପ୍ରେମରେ ପଡ଼ି ଯାଇଛନ୍ତି ପଲକ୍‌। ପଲକ୍ ଯାହା ପ୍ରେମରେ ପଡ଼ିଛନ୍ତି, ସେ ହେଉଛନ୍ତି ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ପୁଅ ଇବ୍ରାହିମ। ନିକଟରେ ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ ଇବ୍ରାହିମ୍ ଓ ପଲକ୍। ଦୁହେଁ […]

Palak Tiwari

Jitendra Garnayak
  • Published: Saturday, 22 January 2022
  • , Updated: 22 January 2022, 05:53 PM IST

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍। ତାଙ୍କ ମ୍ୟୁଜିକ୍ ଭିଡିଓ ‘ବିଜ୍‌ଲି’ ସମସ୍ତଙ୍କ ମନ ଜିଣି ନେଇଛି। ତେବେ ଅନ୍ୟ ଏକ କାରଣ ଯୋଗୁଁ ବି ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚର୍ଚ୍ଚା ହେଉଛି ପ୍ରେମରେ ପଡ଼ି ଯାଇଛନ୍ତି ପଲକ୍‌। ପଲକ୍ ଯାହା ପ୍ରେମରେ ପଡ଼ିଛନ୍ତି, ସେ ହେଉଛନ୍ତି ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ପୁଅ ଇବ୍ରାହିମ।

ନିକଟରେ ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ ଇବ୍ରାହିମ୍ ଓ ପଲକ୍। ଦୁହେଁ ଏକାଠି ରେଷ୍ଟୁରାଣ୍ଟରୁ ବାହାରି ଥିଲେ। ତା’ପରେ ଦୁହେଁ ଅଲଗା ଅଲଗା ଦିଗରେ ଯାଇଥିଲେ। କିନ୍ତୁ ଅଲଗା ଅଲଗା ଦିଗରେ ଗଲେ ବି ସମାନ କାର୍‌ରେ ଯାଇ ବସିଥିଲେ। ଆଉ ଏସବୁ ଦୃଶ୍ୟକୁ କଏଦ କରିଥିଲେ ସେଠାରେ ଉପସ୍ଥିତ ଫଟୋଗ୍ରାଫର ଓ କ୍ୟାମେରାମ୍ୟାନ୍‌ ମାନେ।

ଫଟୋ ଓ ଭିଡିଓ ଉଠା ଯାଉଥିବା ବେଳେ କାର୍ ଭିତରେ ଥାଇ ମୁହଁକୁ ଲୁଚାଇ ଦେଇଥିଲେ ପଲକ୍‌। ସେ ତାଙ୍କୁ ଦୁଇ ପାପୁଲିରେ ମୁହଁକୁ ଲୁଚାଇ ଦେଇଥିଲେ। ଅନ୍ୟପକ୍ଷରେ ଇବ୍ରାହିମ ମଧ୍ୟ ତାଙ୍କ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ତେବେ ସେ ହସୁ ଥିଲେ।

କୁହାଯାଉଛି, ଇବ୍ରାହିମ୍ ଓ ପଲକ୍ ପରସ୍ପରକୁ ଡେଟ୍ କରୁଛନ୍ତି। ଯଦି ଏମିତି ବନ୍ଧୁ ହିସାବରେ ଇବ୍ରାହିମ୍‌ଙ୍କ ସହିତ ପଲ୍‌କ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ, ତା’ହେଲେ କ୍ୟାମେରାକୁ ଦେଖି ମୁହଁ ଲୁଚାଉଥିଲେ କାହିଁକି। ଦୁହିଁଙ୍କ ମଧ୍ୟରେ କିଛି ତ ଚାଲିଛି।

Related story