ନିୟମ ଭାଙ୍ଗିଲେ ଆଲିଆ, ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଅମାନିଆ ହେଲେ ବଲିଉଡର କ୍ୟୁଟିପାଇ ଆଲିଆ ଭଟ୍ଟା। ଭାଙ୍ଗଲି ନିୟମ, କଲେ ନିଜ ମନମାନି। ତାଙ୍କର ଏହି ମନମାନି ତାଙ୍କୁ ଏବେ ପଡିପାରେ ମହଙ୍ଗା। ତାଙ୍କ ବିରୋଧରେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ। ପାଣ୍ଡେମିକ୍ ଆକ୍ଟ ଅନୁଯାୟୀ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଆଲିଆ ଭଟ୍ଟଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ବିଏମସି ନିୟମ ଅନୁଯାୟୀ, ହାଇ ରିସ୍କ ସମ୍ପର୍କରେ ଆଥିବା ବ୍ୟକ୍ତିଙ୍କୁ ୧୪ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା […]

alia bhatt-1

Madhupriya Mistry
  • Published: Thursday, 16 December 2021
  • , Updated: 16 December 2021, 04:37 PM IST

ମୁମ୍ବାଇ: ଅମାନିଆ ହେଲେ ବଲିଉଡର କ୍ୟୁଟିପାଇ ଆଲିଆ ଭଟ୍ଟା। ଭାଙ୍ଗଲି ନିୟମ, କଲେ ନିଜ ମନମାନି। ତାଙ୍କର ଏହି ମନମାନି ତାଙ୍କୁ ଏବେ ପଡିପାରେ ମହଙ୍ଗା। ତାଙ୍କ ବିରୋଧରେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ।

ପାଣ୍ଡେମିକ୍ ଆକ୍ଟ ଅନୁଯାୟୀ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଆଲିଆ ଭଟ୍ଟଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ବିଏମସି ନିୟମ ଅନୁଯାୟୀ, ହାଇ ରିସ୍କ ସମ୍ପର୍କରେ ଆଥିବା ବ୍ୟକ୍ତିଙ୍କୁ ୧୪ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ଆବଶ୍ୟକ, କିନ୍ତୁ ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ରର ମୋସନ ପୋଷ୍ଟର ଉନ୍ମୋଚନ ପାଇଁ ରଣବୀର କପୁରଙ୍କ ସହ ଦିଲ୍ଲୀ ଆସିଥିଲେ। ଏଠାରେ ସେ ଅନେକ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଏଭଳି ପରିସ୍ଥିତିରେ ଆଲିଆ ନିୟମ ଭାଙ୍ଗିଛନ୍ତି। ବିଏମସି ଏହି ଘଟଣାର ଯାଞ୍ଚ କରୁଛି।

ଦିଲ୍ଲୀ ଯାଇଥିବା ଆଲିଆ ଭଟ୍ଟଙ୍କ ବିଷୟରେ ସୂଚନା ପାଇବା ପରେ ବିଏମସି ଏଚ୍ ୱେଷ୍ଟ ୱାର୍ଡର ସ୍ୱାସ୍ଥ୍ୟ ବିଭାଗ ବୁଧବାର ଆଲିଆଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲା। ସ୍ୱାସ୍ଥ୍ୟ ବିଭାଗ ଆଲିଆଙ୍କୁ କହିଛି, ତୁମେ ନିୟମ ଭଙ୍ଗ କରିଛ, ତେଣୁ ତୁମେ ଦିଲ୍ଲୀରେ ରୁହ, ମୁମ୍ବାଇକୁ ଫେରନ୍ତୁ ନାହିଁ, ଫଳରେ ଭାଇରସ ଅଧିକ ଲୋକଙ୍କୁ ବ୍ୟାପିବ ନାହିଁ। କିନ୍ତୁ ଏଥର ମଧ୍ୟ ଆଲିଆ ରାଜି ନ ହୋଇ ବିଳମ୍ବିତ ରାତିରେ ମୁମ୍ବାଇ ଫେରି ଆସିଥିଲେ।

ସୂଚନା ମୁତାବକ, ନିକଟରେ କରଣ ଜୋହରଙ୍କ ଫିଲ୍ମ 'କଭି ଖୁସି କଭି ଗମ୍‌'ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏକ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ କରୀନା କପୁର, ଅମୃତା ରାଓଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟି ପରେ କରୀନା ଓ ଅମୃତା କରୋନାରେ ସଂକ୍ରମିତ ହୋଇଥିଲେ। ଏମାନଙ୍କ ସହ ସମ୍ପର୍କରେ ଆସିଥିବା ଯୋଗୁଁ ଆଲିଆ ଭଟ୍ଟ ମଧ୍ୟ ନିଜ ଆର୍‌ଟିପିସିଆର୍‌ ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ବିଏମ୍‌ସି ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲା।

Related story