Advertisment

ଆଉ ନାହାନ୍ତି ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରି

ମୁମ୍ବାଇ: ପୁଣି ସଂଗୀତ ଜଗତକୁ ଲାଗିଛି ଝଟକା। ପ୍ରଥମେ ସିଙ୍ଗର କେକେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ବେଳେ ଆଜି ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରି ଅଲବିଦା କହିଛନ୍ତି। ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ। ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ହିଁ ସେ ଶେଷ ନିଃଶ୍ୱାସ […]

ଆଉ ନାହାନ୍ତି ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରି

Pandit

Advertisment

ମୁମ୍ବାଇ: ପୁଣି ସଂଗୀତ ଜଗତକୁ ଲାଗିଛି ଝଟକା। ପ୍ରଥମେ ସିଙ୍ଗର କେକେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ବେଳେ ଆଜି ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରି ଅଲବିଦା କହିଛନ୍ତି। ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ। ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

୧୯୪୮ ମସିହାରେ ପଣ୍ଡିତ ଭଜନ ସୋପୋରି ଜମ୍ମୁ-କଶ୍ମୀରର ସୋପର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ସୁଫିଆନା ଘରନା ଉପରେ ତାଙ୍କ ବେଶ ଦକ୍ଷତା ଥିଲା। ୨୦୧୬ରେ ତାଙ୍କୁ ଜୀବନବ୍ୟାପି ସାଧନା ପାଇଁ ଜମ୍ମୁ-କଶ୍ମୀରର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ତାଙ୍କୁ ୨୦୦୪ରେ ପଦ୍ମଶ୍ରୀ ଓ ୧୯୯୨ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି। ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ଅବଦାନ ଯୋଗୁ ତାଙ୍କୁ ୨୦୧୧ରେ ଏମଏନ ମାଥୁର ସମ୍ମାନ ପ୍ରଦାନ କରାଯାଇଥିଲା। ପଣ୍ଡିଜ ଭଜନ ସୋପୋରିଙ୍କ ପୂର୍ବରୁ ତାଙ୍କ ପୂର୍ବଜମାନେ ମଧ୍ୟ ସନ୍ତୁର ବାଦକରେ ସିଦ୍ଧହସ୍ତ ଥିଲେ।

ଭଜନ ସୋପୋରିଙ୍କୁ ୧୯୫୩ ମସିହାରେ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମଥର ପାଇଁ ଷ୍ଟେଜ ଉପରେ ବାଦ୍ୟ ଯନ୍ତ୍ର ବଜାଇବାର ଦକ୍ଷତା ଦେଖାଇଥିଲେ। ଦୀର୍ଘ ଦଶନ୍ଧି ଧରି ନିଜର ଯାଦୁ ଦେଖାଇଥିବା ପଣ୍ଡିଜ ଭଜନ ସୋପୋରି ଇଜିପ୍ଟ, ଇଂଲଣ୍ଡ, ଜର୍ମାନୀ ଓ ଆମେରିକା ଭଳି ଦେଶରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। ୱାଶିଂଟନରୁ ସେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ। ସେହିପରି ସେ ତାଙ୍କ ଜେଜେବାପା ଏସ୍‌ସି ସୋପୋରି ଓ ବାପା ଶମ୍ବୁନାଥଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ଜ୍ଞାନ ଅର୍ଜନ କରିଥିଲେ।

Advertisment

ଆଜି ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୋପରରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି।

ଗତ ମାସରେ ମହାନ ସଂଗୀତ ନିର୍ଦ୍ଦେଶକ ତଥା ସନ୍ତୁର ବାଦ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦେହାନ୍ତ ହୋଇଥିଲା। ହୃଦଘାତରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ୬ ମାସ ହେଲା ପଣ୍ଡିତ ଶିବ କୁମାର କିଡ୍‌ନୀ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏଥିପାଇଁ ତାଙ୍କର ଡାଏଲେସିସି ମଧ୍ୟ କରାଯାଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe