ପଜିଟିଭ ଚିହ୍ନଟ ହେଲେ ପୂଜା, କହିଲେ-ଟିକା ନେବିନି

ମୁମ୍ବାଇ: ଦେଶରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ। ତଥାପି ସମ୍ପୂର୍ଣ୍ଣ ଯାଇନି ମହାମାରୀ। ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ବି-ଟାଉନର ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମିଲ ହୋଇଛି। ଅଭିନେତ୍ରୀ ପୂଜା ବେଦୀଙ୍କ କୋଭିଡ ୧୯ ଟେଷ୍ଟ ପଜିଟିଭ୍ ଆସିଛି। ସେ ଏକ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମେ ତାଙ୍କୁ […]

Pooja Bedi

Madhupriya Mistry
  • Published: Monday, 18 October 2021
  • , Updated: 18 October 2021, 01:25 PM IST

ମୁମ୍ବାଇ: ଦେଶରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ। ତଥାପି ସମ୍ପୂର୍ଣ୍ଣ ଯାଇନି ମହାମାରୀ। ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ବି-ଟାଉନର ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମିଲ ହୋଇଛି।

ଅଭିନେତ୍ରୀ ପୂଜା ବେଦୀଙ୍କ କୋଭିଡ ୧୯ ଟେଷ୍ଟ ପଜିଟିଭ୍ ଆସିଛି। ସେ ଏକ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମେ ତାଙ୍କୁ କାଶ ଏବଂ ଥଣ୍ଡା ଭଳି ଆଲର୍ଜି ହୋଇଥିଲା। ଯେତେବେଳେ ସେ ଜ୍ୱରରେ ପୀଡିତ ହେଲେ, ସେ ପରୀକ୍ଷା କରିବାକୁ ସ୍ଥିର କଲେ। ପୂଜା ବେଦୀଙ୍କ ସହ ତାଙ୍କ ଭାବି ସ୍ୱାମୀ ଏବଂ ହାଉସ୍ ହେଲ୍ପର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଭିଡିଓରେ ପୂଜା କହିଛନ୍ତି, ‘ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ଗତ କିଛି ଦିନ ହେଲା ମୋର ଗଳାରେ ଆଲର୍ଜି ହୋଇଥିଲା। ମୁଁ ମୋର ଆଲମାରୀ ସଫା କରୁଥିଲି ଏବଂ ଭାବିଲି ଡଷ୍ଟ ଆଲର୍ଜି ହୋଇଛି। ତା’ପରେ ମୁଁ ଜ୍ୱରରେ ପୀଡିତ ହେଲି। ଟେଷ୍ଟ କରିବା ପରେ ମୋ ଭିତରେ କରୋନାର ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା। ’

ସେ କ୍ୟାପସନରେ ଲେଖିଛନ୍ତି-‘ଶେଷରେ ମୁଁ କରୋନାରେ ସକ୍ରମିତ ହୋଇଗଲି। ତେବେ ମୁଁ ଟିକା ନ ନେବାକୁ ନିଷ୍ପତ୍ତି ନେଇଛି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। କାରଣ ମୁଁ ଚାହୁଁଛି ମୋର ନାଚୁରାଲ୍ ଇମ୍ୟୁନିଟି, ବିକଳ୍ପ ଚିକିତ୍ସା ଏବଂ ବ୍ୟାୟମ ମୋତେ ସୁସ୍ଥ ହେବାରେ ସାହାଯ୍ୟ କରିବ। ଆପଣ ତାହା କରନ୍ତି ଯାହା ଆପଣଙ୍କୁ ଠିକ୍ ଲାଗିଥାଏ। ସମସ୍ତଙ୍କୁ ନିଜକୁ ରକ୍ଷା କରିବାକୁ ପଡିବ। ଭୟ କର ନାହିଁ, ସତର୍କ ରୁହନ୍ତୁ ବୋଲି ପୂଜା କହିଛନ୍ତି।'

ପୂଜା ବେଦୀଙ୍କ ପୋଷ୍ଟରେ ଅନେକ ସେଲିବ୍ରେଟ୍ କମେଣ୍ଟ ଦେଇଛନ୍ତି। ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସୂଚନା ମୁତାବକ, କିଛି ଦିନ ପୂର୍ବରୁ ପୂଜା କରୋନା ଟିକା ନେଇ ପ୍ରଶ୍ନ ଉଠାଇଥିଲେ। ସେ ଟ୍ୱିଟ୍ କରି ତାଙ୍କ ପ୍ରଶ୍ନ ପଚାରିଥିଲେ।

 

View this post on Instagram

 

A post shared by POOJA BEDI (@poojabediofficial)

Related story