ପରଦାକୁ ଆସିବେ ପୁନମଙ୍କ ଝିଅ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୁନମ ଢିଲୋନ ଏବେ ଆକାଶରେ ଉଡୁଛନ୍ତି। କାରଣ ତାଙ୍କ ଝିଅ ପାଲୋମା ଠାକେରିଆ ଢିଲୋନ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପାଲୋମା ତାଙ୍କର ପ୍ରଥମ ଫିଲ୍ମ ରାଜଶ୍ରୀ ପ୍ରଡକ୍ସନ୍ସ ସହିତ ସାଇନ୍ କରିଛନ୍ତି। ଅବିନାଶ ବଡ଼ଜାତ୍ୟା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଏଥିରେ ପାଲୋମାଙ୍କ ସହିତ ମୁଖ୍ୟ ଚରିତ୍ରରେ ରହିବେ ସନ୍ନି ଦେଓଲଙ୍କ ପୁଅ ରାଜବୀର। ପୁନମ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ପାଲୋମାଙ୍କ ଦୁଇଟି ଫଟୋ ଶେଆର କରିଛନ୍ତି। ତା’ସହିତ ରାଜଶ୍ରୀ […]

Paloma and Poonam

Jitendra Garnayak
  • Published: Friday, 20 May 2022
  • , Updated: 20 May 2022, 10:23 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୁନମ ଢିଲୋନ ଏବେ ଆକାଶରେ ଉଡୁଛନ୍ତି। କାରଣ ତାଙ୍କ ଝିଅ ପାଲୋମା ଠାକେରିଆ ଢିଲୋନ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପାଲୋମା ତାଙ୍କର ପ୍ରଥମ ଫିଲ୍ମ ରାଜଶ୍ରୀ ପ୍ରଡକ୍ସନ୍ସ ସହିତ ସାଇନ୍ କରିଛନ୍ତି। ଅବିନାଶ ବଡ଼ଜାତ୍ୟା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଏଥିରେ ପାଲୋମାଙ୍କ ସହିତ ମୁଖ୍ୟ ଚରିତ୍ରରେ ରହିବେ ସନ୍ନି ଦେଓଲଙ୍କ ପୁଅ ରାଜବୀର।

ପୁନମ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ପାଲୋମାଙ୍କ ଦୁଇଟି ଫଟୋ ଶେଆର କରିଛନ୍ତି। ତା’ସହିତ ରାଜଶ୍ରୀ ଫିଲ୍ମସର ଏକ ସୋଶାଲ ମିଡିଆ ପୋଷ୍ଟକୁ ଶେଆର କରିଛନ୍ତି, ଯେଉଁଥିରେ ପାଲୋମା ଓ ରାଜବୀରଙ୍କୁ ନେଇ ନୂଆ ଫିଲ୍ମ ହେବାକୁ ଯାଉଛି ବୋଲି ଘୋଷଣା କରାଯାଇଛି। ଏ ସବୁ ପୋଷ୍ଟ କରି ପୁନମ ତାଙ୍କ ଝିଅକୁ ଅଭିନନ୍ଦନ ଜଣାଇଛନ୍ତି ଓ ସଫଳତା କାମନା କରିଛନ୍ତି। ଏହା ତାଙ୍କ ଝିଅ ପାଇଁ ସୁପର ଲଞ୍ଚ୍ ବୋଲି ପୁନମ ଲେଖିଛନ୍ତି। କାରଣ ରାଜଶ୍ରୀ ପ୍ରଡକ୍ସନ୍ସ ହେଉଛି ଦେଶର ଅନ୍ୟତମ ଜଣାଶୁଣା ତଥା ପ୍ରସିଦ୍ଧ ଫିଲ୍ମ ନିର୍ମାଣକାରୀ ସଂସ୍ଥା।

ପୁନମଙ୍କ ଏହି ପୋଷ୍ଟ ପରେ ବଲିଉଡ୍‌ରୁ ମଧ୍ୟ ତାଙ୍କୁ ଓ ପାଲୋମାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫ ପ୍ରମୁଖ ପାଲୋମାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ପୁନମ ଢିଲୋନ ୧୯୭୭ରେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ତା’ପର ବର୍ଷ ସେ ବଲିଉଡ୍‌ରେ ପାଦ ଦେଇଥିଲେ। ୧୯୭୮ରେ ରିଲିଜ୍ ହୋଇଥିବା ୟଶ ଚୋପ୍ରାଙ୍କ ଫିଲ୍ମ ‘ତ୍ରିଶୂଳ’ରେ ସେ ଅଭିନୟ କରିଥିଲେ। ତେବେ ୧୯୭୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ନୂରୀ’ ତାଙ୍କୁ ଦେଇଥିଲା ଏକ ପରିଚିତି। ସେ ପ୍ରାୟ ୭୦ ଟି ଫିଲ୍ମ କରିଥିବା ବେଳେ ଅନେକ ଧାରାବାହିକରେ ବି କାମ କରିଛନ୍ତି। ‘କିଟି ପାର୍ଟି’, ‘ଏକ୍‌ ନଇ ପେହଚାନ୍‌’, ‘ସନ୍ତୋଷୀ ମା’ ଓ ‘ଦିଲ୍‌ ହି ତୋ ହେ’ ଭଳି ଧାରାବାହିକରେ ସେ କାମ କରିଛନ୍ତି। ୨୦୦୯ରେ ସେ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ।

Related story