ସାମ୍ନାକୁ ଆସିଲେ ରାଜ କୁନ୍ଦ୍ରା, କହିଲେ- ହୋଇଥିଲା ସାଙ୍ଘାତିକ ଷଡଯନ୍ତ୍ର

ମୁମ୍ବାଇ: ନିକଟରେ ପର୍ଣ୍ଣ ଫିଲ୍ମ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥା ଦାୟିତ୍ୱହୀନ ବୟାନ ଦେଇଥିବା ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରି ପ୍ରବଳ ବର୍ଷିଛନ୍ତି। ସେ କେବେବି ଅଶ୍ଳୀଳ କଣ୍ଟେଣ୍ଟ କିମ୍ବା ଏଭଳି ଫିଲ୍ମ ତିଆରି ରାକେଟ୍‌ରେ ସାମିଲ ନଥିଲେ। ତାଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ରଚାଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି। […]

Raj Kundra

Madhupriya Mistry
  • Published: Monday, 20 December 2021
  • , Updated: 20 December 2021, 02:24 PM IST

ମୁମ୍ବାଇ: ନିକଟରେ ପର୍ଣ୍ଣ ଫିଲ୍ମ ମାମଲାରେ ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥା ଦାୟିତ୍ୱହୀନ ବୟାନ ଦେଇଥିବା ବ୍ୟକ୍ତିଙ୍କୁ ସେ ଟାର୍ଗେଟ କରି ପ୍ରବଳ ବର୍ଷିଛନ୍ତି। ସେ କେବେବି ଅଶ୍ଳୀଳ କଣ୍ଟେଣ୍ଟ କିମ୍ବା ଏଭଳି ଫିଲ୍ମ ତିଆରି ରାକେଟ୍‌ରେ ସାମିଲ ନଥିଲେ। ତାଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ରଚାଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି।

ରାଜ କୁନ୍ଦ୍ରା ନିଜ ବୟାନରେ କହିଛନ୍ତି, "ଦୁର୍ଭାଗ୍ୟବଶତଃ  ମୁଁ ପୂର୍ବରୁ ଗଣମାଧ୍ୟମ ଦ୍ୱାରା 'ଦୋଷୀ' ସାବ୍ୟସ୍ତ ହୋଇସାରିଛି। ମୋ ପରିବାର ଏବଂ ମୁଁ ଲଗାତର ଅନେକ କଷ୍ଟ ସହିଛୁ, ମୋର ମାନବିକ ଏବଂ ସାମ୍ବିଧାନିକ ଅଧିକାର ସବୁ ସ୍ଥାନରେ ଉଲଂଘନ ହୋଇଛି।"

୪୭ ବର୍ଷୀୟ ରାଜ କୁନ୍ଦ୍ରା ତାଙ୍କ ଗୋପନୀୟତା ବଜାୟ ରଖିବାକୁ ନେଇ ଅନୁରୋଧ କରି ଟ୍ରୋଲିଂ, ନକାରାତ୍ମକତା ଏବଂ ଏକ ବିଷାକ୍ତ ଜନସାଧାରଣ ମଧ୍ୟରେ ତିଆରି ହୋଇଥିବା ଏକ ଉତ୍ତମ ଛବିକୁ ନଷ୍ଟ କରିଦିଏ ବୋଲି କହିଛନ୍ତି।

ସେ କହିଛନ୍ତି, "ଖୋଲାଖୋଲି ଭାବେ କହିବାକୁ ଗଲେ ମୁଁ ଲଜ୍ଜାଜନକ ଭାବେ ମୁହଁ ଲୁଚାଇବି ନାହିଁ, କିନ୍ତୁ ମୋର ଇଚ୍ଛା ଯେ ଏହି ମିଡିଆ ଟ୍ରାଏଲ ମାଧ୍ୟମରେ ମୋର ଗୋପନୀୟତା ଉପରେ ଆଉ ଅଧିକ ଆକ୍ରମଣ କରା ନଯାଉ। ମୋର ପ୍ରାଥମିକତା ସର୍ବଦା ମୋ ପରିବାର ରହିଆସିଛି। ମୋର ବିଶ୍ୱାସ, ସମ୍ମାନର ସହ ବଞ୍ଚିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଏବଂ ମୁଁ ମଧ୍ୟ ସମାନ ଅଧିକାର ପାଇଁ ପ୍ରାର୍ଥନା କରେ। ଧନ୍ୟବାଦ ... ।"

ସୂଚନା ମୁତାବକ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୁଲାଇ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହାପରେ ନଭେମ୍ବର ମାସରେ ତାଙ୍କୁ ଜାମିନ ମିଳିଥିଲା। ପରେ ବମ୍ବେ ହାଇକୋର୍ଟ ତାଙ୍କ  ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀ ଉପରେ ୪ ସପ୍ତାହ ଯାଏ ରୋକ ଲଗାଇଥିଲେ।

Related story