ଖାରଜ ହେଲା ଜାମିନ, ଏବେ ହାତକଡ଼ି ଭୟ

ମୁମ୍ବାଇ: ଅଭିନେତ୍ରୀ ସେର୍‌ଲିନ୍ ଚୋପ୍ରାଙ୍କ ବଢ଼ିଲା ଚିନ୍ତା। ଘାରିଲା ହାତକଡ଼ି ଭୟ। ଆଗୁଆ ଜାମିନ ଆବେଦନ ଖାରଜ ପରେ ତାଙ୍କ ଭୟ ବଢ଼ିଯାଇଛି। ସେ କୁଆଡେ ଗିରଫ ହୋଇଯିବେ ବୋଲି ଏବେ ଚିନ୍ତା କରୁଛନ୍ତି। ପର୍ଣ୍ଣ ଫିଲ୍ମ କେସ୍‌ରେ ମୁଖ୍ୟ ସାକ୍ଷୀ ଥିବା ସେର୍‌ଲିନ୍‌ଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି। ମୁମ୍ବାଇ ସେଶଂସ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ଅଶ୍ଳୀଳ ଫିଲ୍ମ ରାକେଟ୍ ମାମଲାରେ ସେରଲିନ୍ ଚୋପ୍ରା ସାକ୍ଷୀ ବୋଲି ପୁଲିସ କୋର୍ଟରେ କହିଛି। […]

sherlyn-chopra-1

Madhupriya Mistry
  • Published: Thursday, 29 July 2021
  • , Updated: 29 July 2021, 05:22 PM IST

ମୁମ୍ବାଇ: ଅଭିନେତ୍ରୀ ସେର୍‌ଲିନ୍ ଚୋପ୍ରାଙ୍କ ବଢ଼ିଲା ଚିନ୍ତା। ଘାରିଲା ହାତକଡ଼ି ଭୟ। ଆଗୁଆ ଜାମିନ ଆବେଦନ ଖାରଜ ପରେ ତାଙ୍କ ଭୟ ବଢ଼ିଯାଇଛି। ସେ କୁଆଡେ ଗିରଫ ହୋଇଯିବେ ବୋଲି ଏବେ ଚିନ୍ତା କରୁଛନ୍ତି।

ପର୍ଣ୍ଣ ଫିଲ୍ମ କେସ୍‌ରେ ମୁଖ୍ୟ ସାକ୍ଷୀ ଥିବା ସେର୍‌ଲିନ୍‌ଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଛି। ମୁମ୍ବାଇ ସେଶଂସ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ଅଶ୍ଳୀଳ ଫିଲ୍ମ ରାକେଟ୍ ମାମଲାରେ ସେରଲିନ୍ ଚୋପ୍ରା ସାକ୍ଷୀ ବୋଲି ପୁଲିସ କୋର୍ଟରେ କହିଛି। ଅଶ୍ଳୀଳ ଫିଲ୍ମ ମାମଲାରେ ପୂର୍ବରୁ ବ୍ୟବସାୟୀ ରାଜ କୁନ୍ଦ୍ରା ଜେଳରେ ଅଛନ୍ତି। ଏହି ମାମଲାରେ ବୟାନ ରେକର୍ଡ କରିବାକୁ ପୁଲିସ ସେର୍‌ଲିନ୍ ଚୋପ୍ରାଙ୍କୁ ଡକାଇଛି।

ଯେବେ ଠାରୁ ସେର୍‌ଲିନ୍‌ଙ୍କୁ ପୁଲିସ ସମନ ପଠାଇଛି ସେବେଠାରୁ ତାଙ୍କୁ ଗିରଫ ଭୟ ଘାରିଛି। ଏହି କାରଣରୁ ସେ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଏହାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ଶୁଣାଣି ବେଳେ ସେରଲିନଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ଅଭିନେତ୍ରୀ ଗିରଫଦାରୀକୁ ଭୟ କରନ୍ତି ନାହିଁ, ସେ କେବଳ ନିଜକୁ ରକ୍ଷା କରୁଛନ୍ତି।

ମୁମ୍ବାଇ କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ୍ ସେର୍‌ଲିନ୍‌ଙ୍କ ସମେତ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ମଧ୍ୟ ସମନ୍ କରିଛି। ତେବେ ଉଭୟ ଅଭିନେତ୍ରୀ ଏଯାଏଁ ପୁଲିସ ସାମ୍ନାକୁ ଆସିନାହାନ୍ତି। ଉଭୟ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଛନ୍ତି।

ସୂଚନା ମୁତାବକ ସେର୍‌ଲିନ୍ ଚୋପ୍ରା ଗଣମାଧ୍ୟମ ଜରିଆରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜ କୁନ୍ଦ୍ରା ହିଁ ତାଙ୍କୁ ଆଡଲ୍ଟ ଫିଲ୍ମ ବିଜେନେସ୍‌ରେ ପୂରାଇଥିବା ସେ ଦାବି କରିଛନ୍ତି।

Related story