ପାୱାରଷ୍ଟାର ପବନ କଲ୍ୟାଣଙ୍କୁ କରୋନା, ଫୁସ‍ଫୁସରେ ସଂକ୍ରମଣ!

ଚେନ୍ନାଇ: ପାୱାରଷ୍ଟାର ପବନ କଲ୍ୟାଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଓକିଲ ସାବ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା ଆରମ୍ଭ କରୁଛନ୍ତି। ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ହେଲେ ମେଡିକାଲ ପକ୍ଷରୁ ଏଯାଏ ଫୁସଫୁସ ସଂକ୍ରମଣ ବିଷୟରେ କିଛି ବି କୁହାଯାଇ ନାହିଁ। ଏହାପୂର୍ବରୁ ପବନ କଲ୍ୟାଣଙ୍କ ଏକାଧିକ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ। […]

Pawan-Kalyan

Hemant Lenka
  • Published: Friday, 16 April 2021
  • , Updated: 16 April 2021, 06:40 PM IST

ଚେନ୍ନାଇ: ପାୱାରଷ୍ଟାର ପବନ କଲ୍ୟାଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଓକିଲ ସାବ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା ଆରମ୍ଭ କରୁଛନ୍ତି। ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ହେଲେ ମେଡିକାଲ ପକ୍ଷରୁ ଏଯାଏ ଫୁସଫୁସ ସଂକ୍ରମଣ ବିଷୟରେ କିଛି ବି କୁହାଯାଇ ନାହିଁ।

ଏହାପୂର୍ବରୁ ପବନ କଲ୍ୟାଣଙ୍କ ଏକାଧିକ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ନିଜକୁ ଆଇସୋଲେଟ କରିନେଇଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ରେ ତିରୁପତିରେ ଆୟୋଜିତ ପଦଯାତ୍ରାରେ ଜନସେନା ମୁଖ୍ୟ ତଥା ପାୱାରଷ୍ଟାର ପବନ କଲ୍ୟାଣ ଯୋଗଦେଇଥିଲେ। ସେଠାରୁ ସେ ହାଇଦ୍ରାବାଦ ଫେରିବା ପରେ କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଗତ ରବିବାର ପବନ କଲ୍ୟାଣଙ୍କ ଏକାଧିକ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏଥିପାଇଁ ସେ ନିଜକୁ ଆଇସୋଲେସନ କରିନେଇଥିଲେ। କିନ୍ତୁ ଦୁଇ ଦିନ ପରେ ତାଙ୍କର ନାକ ବନ୍ଦ ହେବା ସେ ସାମାନ୍ୟ ଜ୍ୱରରେ ପୀଡ଼ିତ ହୋଇଥିଲେ। ତାଙ୍କ ଛାତିରେ ମଧ୍ୟ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ସେ ଗୋଟିଏ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ  ଦୁଇ ଦିନ ତଳେ ସେ ତାଙ୍କ ନମୁନା ପରୀକ୍ଷା କରିବାକୁ ଦେଇଥିଲେ। ଆଜି ଏହା ପଜିଟିଭ ଆସିଛି।

ତେଲେଙ୍ଗାନାର ଖାମ୍ମାମରୁ ଡାକ୍ତର ଟି ସୁମନ ସ୍ୱତନ୍ତ୍ର ଭାବେ ପବନଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ଆସିଛନ୍ତି। ସେ ପହଞ୍ଚିବା ପରେ ପବନ କଲ୍ୟାଣଙ୍କ ସବୁ ଟେଷ୍ଟ କରାଯାଇଛି। ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଆଣ୍ଟି ଭାଇରାଲ ଡୋଜ୍‌ ଦିଆଯାଇଛି। ସେହିପରି ତାଙ୍କୁ ଅମ୍ଳଜାନ ମଧ୍ୟ ଯୋଗାଇ ଦିଆଯାଉଛି।  ତାଙ୍କ ଭାଇ ଚିରଞ୍ଜୀବ ଓ ପୁତୁରା ରାମ ଚରଣ ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଡା ସୁମନଙ୍କ ବ୍ୟତୀତ ଆପୋଲର ଗୋଟିଏ ଟିମ୍‌ ମଧ୍ୟ ପବନଙ୍କ ଚିକିତ୍ସାରେ ଲାଗିଥିବା ଏହି ସୂତ୍ରରେ କୁହାଯାଇଛି।

Related story