କରୋନା ରୋଗୀଙ୍କ ପାଇଁ ୬ କୋଟି ଟଙ୍କାର ସେଟକୁ ଦାନ କରିଦେଲା ପ୍ରଭାସଙ୍କ ଫିଲ୍ମ

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ସାଙ୍ଗକୁ ଅକ୍ସିଜେନ୍ ସିଲିଣ୍ଡର, ବେଡ୍ ଓ ମେଡିସିନର ଅଭାବ ଦେଖା ଦେଉଥିବା ଅଭିଯୋଗ ଆସୁଛି । ଏହି କଠିନ ସମୟରେ ଅନେକ ସେଲିବ୍ରିଟୀ ସହାୟତା ପାଇଁ ଆଗକୁ ଆସୁଛନ୍ତି ଏବଂ ନିଜ ନିଜ ସ୍ତରରେ ରୋଗୀଙ୍କୁ ସହାୟତା କରୁଛନ୍ତି । ଏବେ ସୁପରଷ୍ଟାର୍ ପ୍ରଭାସ ଓ ପୂଜା ହେଗଡେଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ନିର୍ମାତା ସହାୟତା ପାଇଁ ବଡ଼ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ, ନିର୍ମାତା ହାଇଦ୍ରାବାଦରେ ଫିଲ୍ମର […]

FILM-SETS

Ranjit Kumar Jena
  • Published: Tuesday, 11 May 2021
  • , Updated: 11 May 2021, 08:00 PM IST

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ସାଙ୍ଗକୁ ଅକ୍ସିଜେନ୍ ସିଲିଣ୍ଡର, ବେଡ୍ ଓ ମେଡିସିନର ଅଭାବ ଦେଖା ଦେଉଥିବା ଅଭିଯୋଗ ଆସୁଛି । ଏହି କଠିନ ସମୟରେ ଅନେକ ସେଲିବ୍ରିଟୀ ସହାୟତା ପାଇଁ ଆଗକୁ ଆସୁଛନ୍ତି ଏବଂ ନିଜ ନିଜ ସ୍ତରରେ ରୋଗୀଙ୍କୁ ସହାୟତା କରୁଛନ୍ତି । ଏବେ ସୁପରଷ୍ଟାର୍ ପ୍ରଭାସ ଓ ପୂଜା ହେଗଡେଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ନିର୍ମାତା ସହାୟତା ପାଇଁ ବଡ଼ ଘୋଷଣା କରିଛନ୍ତି ।

ରିପୋର୍ଟ ମୁତାବକ, ନିର୍ମାତା ହାଇଦ୍ରାବାଦରେ ଫିଲ୍ମର ସେଟର ପୂରା ପ୍ରପର୍ଟିକୁ ଏକ ପ୍ରାଇଭେଟ୍ ହସ୍ପିଟାଲକୁ ଦାନ କରି ଦେଇଛନ୍ତି । ଏହାର ଦାମ ୬ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଫିଲ୍ମରେ ଇଟାଲୀର ଏକ ହସ୍ପିଟାଲକୁ ଦେଖାଇବା ପାଇଁ ସେଟ୍ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୫୦ ବେଡ୍‌, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ସ୍ୱାସ୍ଥ୍ୟ ଉପକରଣ ଷ୍ଟାଣ୍ଡ, ଷ୍ଟ୍ରେଚର୍ ଓ ଅକ୍ସିଜେନ୍ ସିଲିଣ୍ଡର ସାମିଲ୍ ଥିଲା । ନିର୍ମାତା ଏସବୁକୁ ଏକ ବ୍ୟକ୍ତିଗତ ହସ୍ପିଟାଲକୁ ଦାନ କରିଦେଇଛନ୍ତି।

https://twitter.com/Prabhas_Memes/status/1391580705428185092?s=20

ଫିଲ୍ମର ପ୍ରଡକ୍ସନ୍ ଡିଜାଇନର୍ ରବୀନ୍ଦ୍ର ରେଡ୍ଡୀ ଡେକାନ କ୍ରୋନିକଲକୁ କହିଛନ୍ତି ଯେ ଏକ ପ୍ରାଇଭେଟ୍ ହସ୍ପିଟାଲର ସିଇଓ ଆମକୁ ସାକ୍ଷାତ କରିଥିଲେ, ଯାହା ପରେ ଆମ ମନକୁ ଏହି ବିଚାର ଆସିଥିଲା । ସିଇଓ ଆମକୁ କହିଥିଲେ ଯେ ତାଙ୍କ ପାଖରେ ବେଡ୍ ନାହିଁ ଏବଂ ସମସ୍ତେ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛନ୍ତି। ରବିନ୍ଦର କହିଛନ୍ତି ପ୍ରଭାସ ଓ ‘ରାଧେ ଶ୍ୟାମ’ର ପୂରା ୟୁନିଟ୍ ଏହି ନିଷ୍ପତ୍ତିରେ ବହୁତ ଖୁସି ହୋଇଛନ୍ତି ଏବଂ ହସ୍ପିଟାଲ ସେଟ୍ ଓ ଅନ୍ୟ ଉପକରଣ ଦ୍ୱାରା କୋଭିଡ୍‌-୧୯ ରୋଗୀଙ୍କୁ ସହାୟତା ମିଳିବ।

ଫିଲ୍ମ ନିର୍ମାତାଙ୍କ ଏହି ବଡ଼ ଘୋଷଣା ପରେ ପ୍ରଭାସଙ୍କୁ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି ।

Related story