ପ୍ରଭାସଙ୍କ ଜବ୍‌ରା ଫ୍ୟାନ୍‌, ଚିଠି ଲେଖି ନିର୍ଦ୍ଦେଶକଙ୍କୁ ଦେଲେ ଆତ୍ମହତ୍ୟା ଧମକ

ମୁମ୍ବାଇ: ଅଭିନେତା ପ୍ରଭାସଙ୍କ ଫ୍ୟାନ୍‌ ଫଲୋଇଂ ଢ଼େର ଅଧିକା। ତାଙ୍କର ଗୋଟିଏ ଝଲକ୍‌ ଦେଖିବା ପାଇଁ ଲୋକେ ପାଗଳ। ଅଭିନେତାଙ୍କ ଗତ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲେ ମଧ୍ୟ ତାଙ୍କ ଉପରକୁ ଭରସା ତୁଟିନି। ଫ୍ୟାନ୍‌ମାନେ ଏବେବି ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମକୁ ଚାହିଁ ବସିଛନ୍ତି। ଏପରିକି ତାଙ୍କ ଅପ୍‌କମିଂ ଫିଲ୍ମର ଅପଡେଟ୍‌ ପାଇବା ପାଇଁ ଧର୍ଯ୍ୟହରା ହୋଇପଡିଛନ୍ତି। ସୀମା ଡେଇଁଲେ ପ୍ରଭାସଙ୍କ ଜଣେ ଜବ୍‌ରା ଫ୍ୟାନ୍‌। ଦୀର୍ଘ ଦିନ ଧରି ତାଙ୍କ ଅପ୍‌କମିଂ ଫିଲ୍ମ […]

Prabhas

Madhupriya Mistry
  • Published: Monday, 16 May 2022
  • , Updated: 16 May 2022, 02:12 PM IST

ମୁମ୍ବାଇ: ଅଭିନେତା ପ୍ରଭାସଙ୍କ ଫ୍ୟାନ୍‌ ଫଲୋଇଂ ଢ଼େର ଅଧିକା। ତାଙ୍କର ଗୋଟିଏ ଝଲକ୍‌ ଦେଖିବା ପାଇଁ ଲୋକେ ପାଗଳ। ଅଭିନେତାଙ୍କ ଗତ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲେ ମଧ୍ୟ ତାଙ୍କ ଉପରକୁ ଭରସା ତୁଟିନି। ଫ୍ୟାନ୍‌ମାନେ ଏବେବି ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମକୁ ଚାହିଁ ବସିଛନ୍ତି। ଏପରିକି ତାଙ୍କ ଅପ୍‌କମିଂ ଫିଲ୍ମର ଅପଡେଟ୍‌ ପାଇବା ପାଇଁ ଧର୍ଯ୍ୟହରା ହୋଇପଡିଛନ୍ତି।

ସୀମା ଡେଇଁଲେ ପ୍ରଭାସଙ୍କ ଜଣେ ଜବ୍‌ରା ଫ୍ୟାନ୍‌। ଦୀର୍ଘ ଦିନ ଧରି ତାଙ୍କ ଅପ୍‌କମିଂ ଫିଲ୍ମ 'ସଲାର'ର ଅପଡେଟ୍‌ ନ ମିଳିବାରୁ ଏହି ଫ୍ୟାନ୍‌ ଜଣକ ରାଗି ଯାଇଛନ୍ତି। ସେ ରାଗରେ ସବୁ କିଛି ଭୁଲି ଯାଇଛନ୍ତି। ଏପରିକି ଏହି ଫିଲ୍ମର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆତ୍ମହତ୍ୟା ଧମକ ଦେଇଛନ୍ତି। ପ୍ରଭାସଙ୍କ ଫିଲ୍ମର ଅପ୍‌ଡେଟ୍‌ ନ ମିଳିଲେ ସେ ଜୀବନ ହାରିଦେବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ଫିଲ୍ମରେ ଅପ୍‌ଡେଟ୍‌ ଦେବା ପାଇଁ ନିର୍ଦ୍ଦେଶକଙ୍କୁ ଏହି ଫ୍ୟାନ୍‌ ଜଣକ ଅଲ୍‌ଟିମେଟମ୍‌ ମଧ୍ୟ ଦେଇଛନ୍ତି।

ପ୍ରଭାସଙ୍କର ଏହି ଜବ୍‌ରା ଫ୍ୟାନ୍‌ଙ୍କ ଚିଠି ଏବେ ସୋସିଆଲ୍‌ ମିଡଆରେ ଭାଇରାଲ୍‌ ହେବାରେ ଲାଗିଛି। ଚିଠିରେ ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’ର ଅପ୍‌ଡେଟ୍‌ ନ ମିଳିଥିବାରୁ ପ୍ରଶଂସକ ଜଣକ ଅସନ୍ତୋଷ ଜାହିର କରିଛନ୍ତି। ସେ ଚିଠିରେ ‌ଲେଖିଛନ୍ତି, ‘ଏହି ଚିଠି ଜରିଆରେ ମୁଁ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କୁ ସୂଚୀତ କରାଇବାକୁ ଚାହୁଁଛି ଯେ ‘ସଲାର୍‌’ ଫିଲ୍ମର ଅପ୍‌ଡେଟ୍‌ ଖୁବ୍ ଶୀଘ୍ର ଆସିବ ବୋଲି ସେ ଆମକୁ କହିଥିଲେ। ମାତ୍ର ଏହାରି ଭିତରେ ମାସେ ବିତି ଯାଇଥିଲେ ବି କିଛି ଅପ୍‌ଡେଟ୍‌ ଆସିନାହିଁ। ଏବେ ମେ ମାସର ଦ୍ୱିତୀୟ ସପ୍ତାହ ଚାଲିଛି। ହେଲେ ଏ ଯାଏ ବି ଫିଲ୍ମକୁ ନେଇ ନିର୍ଦ୍ଦେଶକ କୌଣସି ଅପ୍‌ଡେଟ୍‌ ଦେଇନାହାନ୍ତି। ଆମେ ପ୍ରଭାସଙ୍କର ଫ୍ୟାନ୍‌। ପ୍ରଭାସଙ୍କ ଏହି ଫିଲ୍ମ ସମ୍ପର୍କରେ ଆମକୁ ଟିକ୍‌ନିକ୍‌ ଖବର ଦରକାର। ଯଦି ଏହି ମାସ ଭିତରେ ସେପରି ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି।’ ଫ୍ୟାନ୍‌ଙ୍କର ଏହି ଚିଠି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନା ମୁତାବକ, ଫିଲ୍ମ 'ସଲାର' ପ୍ରଭାସଙ୍କ କ୍ୟାରିଅର୍‌ର ସବୁଠାରୁ ଭାଏଲେଣ୍ଟ ଫିଲ୍ମ ହେବାକୁ ଯାଉଛି। ଏହାକୁ ପ୍ରଶାନ୍ତ ନିଲ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ପ୍ରଭାସଙ୍କ ଶ୍ରୁତି ହସନ, ଦିଶା ପଟାନି, ଜଗପତି ବାବୁଙ୍କ ଭଳି ଷ୍ଟାର୍‌ ନଜର ଆସିବେ। ଆସନ୍ତା ବର୍ଷ ୨୦୨୩ରେ ଫିଲ୍ମଟି ପରଦାରେ ରିଲିଜ ହେବ। ପ୍ରଭାସଙ୍କୁ ଶେଷ ଥର ପାଇଁ ‘ରାଧେ ଶ୍ୟାମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ କଲେକ୍‌ସନ୍‌ କରି ପାରିନଥିଲା।

Related story