ମା' ହେବା ପରେ ଆଉ ଏକ ସର୍‌ପ୍ରାଇଜ୍‌ ଦେଲେ ପ୍ରୀତି

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ସେ ନିକଟରେ ଜାଆଁଳା ସନ୍ତାନର ମା’ ହୋଇଛନ୍ତି। ଏହି ଖୁସି ଖବରକୁ ନିଜେ ଘୋଷଣା କରିଛନ୍ତି। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଖୁସି ହୋଇଯାଇଛନ୍ତି। ଏହାରି ଭିତରେ ପୁଣି ଆଉ ଏକ ସର୍‌ପ୍ରାଇଜ ଦେଇଛନ୍ତି ଏହି ଡିମ୍ପଲ ଗାର୍ଲ। ଶେୟାର କରିଛନ୍ତି ଆଉ ଏକ ଖୁସି ଖବର। ୪ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ରହିଥିବା ପ୍ରୀତି ପୁଣି କମ୍‌ବ୍ୟାକ୍‌ କରିବାକୁ […]

Preity zinta

Preity zinta

Madhupriya Mistry
  • Published: Saturday, 20 November 2021
  • Updated: 20 November 2021, 04:15 PM IST

Sports

Latest News

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ସେ ନିକଟରେ ଜାଆଁଳା ସନ୍ତାନର ମା' ହୋଇଛନ୍ତି। ଏହି ଖୁସି ଖବରକୁ ନିଜେ ଘୋଷଣା କରିଛନ୍ତି। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଖୁସି ହୋଇଯାଇଛନ୍ତି। ଏହାରି ଭିତରେ ପୁଣି ଆଉ ଏକ ସର୍‌ପ୍ରାଇଜ ଦେଇଛନ୍ତି ଏହି ଡିମ୍ପଲ ଗାର୍ଲ। ଶେୟାର କରିଛନ୍ତି ଆଉ ଏକ ଖୁସି ଖବର।

୪ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ରହିଥିବା ପ୍ରୀତି ପୁଣି କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ପାଇଁ ଜଣାଶୁଣା ପ୍ରୀତି ପୁଣି ଦର୍ଶକଙ୍କୁ କରିବେ ଘାଇଲା। ଲାଇବେ ଗ୍ଲାମର ସହ ଅଭିନୟର ତଡ୍‌କା।

ଦୀର୍ଘ ସମୟର ବ୍ୟବଧାନ ପରେ ପ୍ରୀତି ଦାନିଶ ରେଞ୍ଜୁଙ୍କ ଫିଲ୍ମ ଜରିଆରେ ବଲିଉଡକୁ ବ୍ୟାକ୍‌ କରିବାକୁ ଯାଉଛନ୍ତି। ତେବେ ତାଙ୍କ ଫିଲ୍ମର ଟାଇଟଲ ଏଯାଏଁ ଫାଇନ୍‌ଲ ହୋଇନାହିଁ।  ଏହି ଫିଲ୍ମର କାହାଣୀ 'କଶ୍ମୀର' ଉପରେ ଆଧାରିତ। ତେବେ ଅଧିକାରୀକ ରୂପେ ଏହି ଫିଲ୍ମର ଘୋଷଣା ହୋଇନଥିଲେ ମଧ୍ୟ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ, ଫିଲ୍ମର ପ୍ରି-ପ୍ରଡକ୍ସନ ଏବଂ କାଷ୍ଟିଂ ଉପରେ କାମ ଆରମ୍ଭ ହେଇଛି। ୨୦୨୨ରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ। କୁହାଯାଉଛି ଯେ ପ୍ରୀତିଙ୍କ ଆହୁରି ୨ରୁ୩ ଟି ଫିଲ୍ମ ଅଛି, ଯାହା ଉପରେ କାମ ଚାଲିଛି। ଏହା ବ୍ୟତୀତ ସେ ଅନ୍ୟାନ୍ୟ ପ୍ରୋଜେକ୍ଟ ସହ ମଧ୍ୟ ଜଡିତ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos