ପ୍ରିୟଙ୍କା ଚୋପ୍ରା ଏବେ ପ୍ରିୟଙ୍କା ସିଂହ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍‌ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ୍ ଚର୍ଚ୍ଚିତ। ସେ ବଲିଉଡ୍ ସହିତ ହଲିଉଡ୍ ଫିଲ୍ମ ବି କରୁଛନ୍ତି। ଏହା ସତ୍ତ୍ୱେ ଗୁଗୁଲ୍‌ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ ତାଙ୍କୁ ପ୍ରିୟଙ୍କା ସିଂହ ବୋଲି ଲେଖିଛି। ଯଦି ପ୍ରିୟଙ୍କା ଜୋନ୍‌ସ […]

priyanka1

Chinmayee Roy
  • Published: Saturday, 07 September 2019
  • , Updated: 07 September 2019, 09:58 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍‌ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ୍ ଚର୍ଚ୍ଚିତ। ସେ ବଲିଉଡ୍ ସହିତ ହଲିଉଡ୍ ଫିଲ୍ମ ବି କରୁଛନ୍ତି। ଏହା ସତ୍ତ୍ୱେ ଗୁଗୁଲ୍‌ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ ତାଙ୍କୁ ପ୍ରିୟଙ୍କା ସିଂହ ବୋଲି ଲେଖିଛି। ଯଦି ପ୍ରିୟଙ୍କା ଜୋନ୍‌ସ ଲେଖାଥା’ନ୍ତା, ତା’ହେଲେ ବି ଚଳିଥା’ନ୍ତା। କାରଣ ତାଙ୍କ ସ୍ୱାମୀଙ୍କ ନାଁ ନିକ୍ ଜୋନ୍‌ସ। ଗୁଗୁଲ୍‌ରେ ପ୍ରିୟଙ୍କାଙ୍କ ନାଁ ସର୍ଚ୍ଚ କଲେ ତାଙ୍କ ପ୍ରୋଫାଇଲ୍‌ରେ ‘ପ୍ରିୟଙ୍କା ସିଂହ’ ଆସୁଛି। ଏହା ବ୍ୟତୀତ ‘people search for’ ଅପ୍‌ସନ୍‌ରେ ମଧ୍ୟ ତାଙ୍କ ନାଁ ପ୍ରିୟଙ୍କା ସିଂହ ଲେଖା ହୋଇଛି। ତେବେ ଏହା ସ୍ପଷ୍ଟ ହୋଇ ପାରିନି ଯେ ଏହା ଗୁଗୁଲ୍‌ର ସାମାନ୍ୟ ତ୍ରୁଟି ନାଁ ଆଉ କିଛି ଜଟିଳ ସମସ୍ୟା ରହିଛି। କାରଣ ୱିକିପେଡ଼ିଆରେ କ୍ଲିକ୍‌ କଲେ ତାଙ୍କ ନାଁ ଠିକ୍ ଆସୁଛି।

 

https://www.instagram.com/p/B2FOhrYH3Wd/?utm_source=ig_web_copy_link

ଗତବର୍ଷ ଡିସେମ୍ବରରେ ପ୍ରିୟଙ୍କା ହଲିଉଡ୍‌ ଗାୟକ ନିକ୍‌ ଜୋନ୍‌ସଙ୍କୁ ବିବାହ କରିଥିଲେ। ତା’ପରେ ସେ ତାଙ୍କ ନାଁ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଘୋଷଣା କରିଥିଲେ।

https://www.instagram.com/p/B163bZ0HSEV/?utm_source=ig_web_copy_link

ପ୍ରିୟଙ୍କା ଏବେ ନିଜ ଅପ୍‌କମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ସହ ଏହି ଫିଲ୍ମରେ ଫର୍‌ହାନ୍‌ ଅଖ୍‌ତର୍ ଓ ଜାୟରା ୱସିମ୍ ଭଳି ଷ୍ଟାର ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି। ଫିଲ୍ମରେ ଜାୟରାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ପ୍ରିୟଙ୍କା। ଏହାର ପ୍ରିମିୟର ସେପ୍ଟେମ୍ବର ୧୩ରେ କାନାଡ଼ାର ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ହେବ।  ଭାରତରେ ଏହା ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ଏହି ଫିଲ୍ମ ଜରିଆରେ ଅନେକ ଦିନ ପରେ ପ୍ରିୟଙ୍କା ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ତାଙ୍କ ଶେଷ ବଲିଉଡ୍‌ ଫିଲ୍ମ ଥିଲା ୨୦୧୬ରେ ଆସିଥିବା ‘ଜୟ ଗଙ୍ଗାଜଲ୍‌’।

Related story