ରାଜନୀତିରେ ଏଣ୍ଟ୍ରି କଲେ ଅଭିନେତ୍ରୀ ମାହି ଗିଲ୍‌, ଧରିଲେ ପଦ୍ମ

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ। ତେବେ ଭୋଟିଂ ପୂର୍ବରୁ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ କରୁଛନ୍ତି ଏଣ୍ଟ୍ରି। ସୋନୁ ସୁଦଙ୍କ ଭଉଣୀ ପରେ ଅଭିନେତ୍ରୀ ମାହି ଗିଲ୍‌ ପଲିଟିକ୍ସର ପଶିଛନ୍ତି। ସୁପର ହିଟ୍‌ ଫିଲ୍ମ ‘ଦେବ ଡି’ର ଅଭିନେତ୍ରୀ ମାହି ଗିଲ୍‌ ଧରିଛନ୍ତି ପଦ୍ମ। ମାହି ଗିଲ୍‌ ଚଣ୍ଡିଗଡରୁ ଭାରତୀୟ ଜନତା ପାର୍ଟି ତଥା ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫୁଲ ଗୁଚ୍ଛା […]

mahi gill

Madhupriya Mistry
  • Published: Monday, 07 February 2022
  • , Updated: 07 February 2022, 02:34 PM IST

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ। ତେବେ ଭୋଟିଂ ପୂର୍ବରୁ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ କରୁଛନ୍ତି ଏଣ୍ଟ୍ରି। ସୋନୁ ସୁଦଙ୍କ ଭଉଣୀ ପରେ ଅଭିନେତ୍ରୀ ମାହି ଗିଲ୍‌ ପଲିଟିକ୍ସର ପଶିଛନ୍ତି। ସୁପର ହିଟ୍‌ ଫିଲ୍ମ 'ଦେବ ଡି'ର ଅଭିନେତ୍ରୀ ମାହି ଗିଲ୍‌ ଧରିଛନ୍ତି ପଦ୍ମ।

ମାହି ଗିଲ୍‌ ଚଣ୍ଡିଗଡରୁ ଭାରତୀୟ ଜନତା ପାର୍ଟି ତଥା ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫୁଲ ଗୁଚ୍ଛା ଦେଇ ଦଳକୁ ସ୍ୱାଗତ କରିଛନ୍ତି। ଏହି ସମୟରେ ହିରୟାଣା ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଜେପି ନେତା ଦୁଷ୍ୟନ୍ତ ଗୌତମ ମଧ୍ୟ ଉପସ୍ଥିତ ଥିଲେ।

ମାହିଗିଲ୍‌ ଗତ ଦୁଇ ଦଶନ୍ଧି ଧରି ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜୋଡି ହୋଇ ରହିଛନ୍ତି। ୪୬ ବର୍ଷୀୟା ମାହି ୨୦୦୩ରେ ଫିଲ୍ମ 'ହୱା'ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ 'ଖୁସି ମିଲ୍‌ ଗଇ' ଏବଂ 'ସିଫ ପଞ୍ଜ ଦିନ' ଭଳି ପଞ୍ଜାବୀ ଫିଲ୍ମରେ କାମ କରିଥିଲେ।

ମାହି ଗୁଲାଲ, ଆଗେ ସେ ରାଇଟ୍, ଦବଙ୍ଗ, ସାହେବ ବିୱି ଔର ଗ୍ୟାଙ୍ଗଷ୍ଟର, ପାନ ସିଂ ତୋମାର, ଦବାଙ୍ଗ ୨, ସାହେବ ବିୱି ଔର ଗ୍ୟାଙ୍ଗଷ୍ଟର ରିଟର୍ଣ୍ଣସ, ଜାନଞ୍ଜିର, ଦୁର୍ଗାମେତୀ ଭଳି ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଅନୁରାଗ କାଶ୍ୟପଙ୍କ ଫିଲ୍ମ ‘ଦେବ ଡି’ ସହିତ ମାହି ଗିଲ ବଲିଉଡରେ ଡେବ୍ୟୁ କରିଥିଲେ। 'ଦେବ ଡି' ଫିଲ୍ମ ପରେ ମାହି ଅନେକ ପୁରସ୍କାର ମଧ୍ୟ ପାଇଥିଲେ । ମାହି ଗିଲଙ୍କ ପ୍ରକୃତ ନାମ ହେଉଛି ରିମ୍ପି କୌର ଗିଲ। ମାହି ଏକ ପଞ୍ଜାବୀ ପରିବାରର ଏବଂ ମୁଖ୍ୟତଃ ଚଣ୍ଡିଗଡ଼ର।

ପଞ୍ଜାବର ସମସ୍ତ ୧୧୭ ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ୍ ଗଣନା କରାଯିବ।

Related story