ଅଡୁଆରେ ଅଭିନେତ୍ରୀ, ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ଚର୍ଚ୍ଚରେ ସାଉଥ ଅଭିନେତ୍ରୀ ରାଶି ଖନ୍ନା। ନିକଟରେ ଅଜୟ ଦେବଗନଙ୍କ ୱେବସିରିଜ ‘ରୁଦ୍ର’ରୁ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀ ଏବେ ଅଡୁଆରେ ଫସିଛନ୍ତି। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାଁ ଖରାପ କରୁଥିବା ନେଇ ଅଭିଯୋଗ ହୋଇଛି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ହେଉଛନ୍ତି ରାଶି ଖନ୍ନା। କିଛି ଦିନ ତଳେ ସେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା […]

Rashi Khanna

Madhupriya Mistry
  • Published: Thursday, 07 April 2022
  • , Updated: 07 April 2022, 02:42 PM IST

ମୁମ୍ବାଇ: ଚର୍ଚ୍ଚରେ ସାଉଥ ଅଭିନେତ୍ରୀ ରାଶି ଖନ୍ନା। ନିକଟରେ ଅଜୟ ଦେବଗନଙ୍କ ୱେବସିରିଜ ‘ରୁଦ୍ର’ରୁ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀ ଏବେ ଅଡୁଆରେ ଫସିଛନ୍ତି। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାଁ ଖରାପ କରୁଥିବା ନେଇ ଅଭିଯୋଗ ହୋଇଛି।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ହେଉଛନ୍ତି ରାଶି ଖନ୍ନା। କିଛି ଦିନ ତଳେ ସେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ଫରକ୍‌କୁ ନେଇ ନିଜ ଅଭିଜ୍ଞତା ବଖାଣିଥିଲେ। ସେ ନିଜ ସାକ୍ଷାତକାର୍‌ରେ କହିଥିଲେ, ବଲିଉଡ ଠାରୁ ପୂରାପୁରି ଭିନ୍ନ ସାଉଥ ଇଣ୍ଡଷ୍ଟ୍ରି। ୱେବସିରିଜ ‘ରୁଦ୍ର’ରେ ତାଙ୍କ ଯେଉଁ ଚରିତ୍ର ମିଳିଛି ତାହା ଭିନ୍ନ। ପ୍ରଥମ ଥର ଏଭଳି ଚରିତ୍ରରେ ଅଭିନୟ କରିବା ପାଇଁ ସେ ସୁଯୋଗ ପାଇଥିବା କହିଥିଲେ।

ଏଥିସହ ରାଶି ଆହୁରି କହିଥିଲେ,‘ସାଉଥ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ତାଙ୍କୁ ସମ୍ମାନ ମିଳୁନି।’ ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ସେ ସାଉଥ ଇଣ୍ଡଷ୍ଟ୍ରିକୁ ବଦନାମ କରିବା ସହ ତା’ ଛବିକୁ ବିଗାଡୁଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି।

ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ରାଶି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ସାଉଥ ଫିଲ୍ମକୁ ନେଇ ମୋ ବିଷୟରେ ମନଗଢ଼ା କଥା ଓ ଭୁଲ୍‌ ତଥ୍ୟ ସୋଶାଲ ମିଡିଆରେ ପ୍ରସାରିତ କରାଯାଉଛି। ଯେଉଁମାନେ ଏଭଳି କରୁଛନ୍ତି ଦୟାକରି ଏଭଳି କରିବା ବନ୍ଦ କରିଦିଅନ୍ତୁ। ମୁଁ ଯେଉଁ ଭାଷାରେ ବି ଫିଲ୍ମ କରେ, ତାକୁ ବେଶ ସମ୍ମାନ କରେ।’

ଉଲ୍ଲେଖଯୋଗ୍ୟ, ରାଶି ଖନ୍ନା ଜନ୍‌ ଅବ୍ରାହମଙ୍କ ଫିଲ୍ମ ‘ମଦ୍ରାସ କାଫେ’ରୁ ଆକ୍ଟିଂ ଜଗତରେ ପାଦ ରଖିଥିଲେ। ଏହାପରେ ସେ ସାଉଥ ଇଣ୍ଡଷ୍ଟ୍ରି ମୁହାଁ ହୋଇଯାଇଥିଲେ। ସେ ତେଲୁଗୁ ଭାଷାରେ ଅନେକ ଛୋଟ ବଡ ଫିଲ୍ମରେ କାମ କରିଛନ୍ତି। ଏହାବ୍ୟତୀତ ସେ ମଲୟାଲମ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଆଗକୁ ସେ ବଲିଉଡ ଫିଲ୍ମ ‘ୟୋଦ୍ଧା’ରେ ନଜର ଆସିବେ। ଏହାର ଲିଡ୍‌ ରୋଲରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଦିଶା ପଠାନି ଅଛନ୍ତି।

Related story