କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍‌, ପାସ୍‌ପୋର୍ଟ ଜବତ

ମୁମ୍ବାଇ: ଲାଗାତର ବଢ଼ୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପର୍ଣ୍ଣ କେସ୍‌ରେ ଗିରଫ ହୋଇଥିବା ରାଜଙ୍କୁ ମିଳିଲାନି ବେଲ୍। ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ ରାଜଙ୍କ ସାଥୀ ତଥା ତାଙ୍କ ଆଇଟି ହେଡ୍ ରିଆନ୍‌ଙ୍କୁ ମଧ୍ୟ ଜାମିନ୍ ମିଳି ନାହିଁ। ସୂଚନା ମୁତାବକ, କୋର୍ଟରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ନେଇ ମୁମ୍ବାଇ ପୁଲିସ ଆପତ୍ତି ଉଠାଇଥିଲା। ପୁଲିସ କହିଥିଲା, ଏହି ମାମଲାର ଏବେ […]

Businessman-Raj-Kundra

Madhupriya Mistry
  • Published: Wednesday, 28 July 2021
  • , Updated: 28 July 2021, 04:47 PM IST

ମୁମ୍ବାଇ: ଲାଗାତର ବଢ଼ୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପର୍ଣ୍ଣ କେସ୍‌ରେ ଗିରଫ ହୋଇଥିବା ରାଜଙ୍କୁ ମିଳିଲାନି ବେଲ୍। ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ ରାଜଙ୍କ ସାଥୀ ତଥା ତାଙ୍କ ଆଇଟି ହେଡ୍ ରିଆନ୍‌ଙ୍କୁ ମଧ୍ୟ ଜାମିନ୍ ମିଳି ନାହିଁ।

ସୂଚନା ମୁତାବକ, କୋର୍ଟରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ନେଇ ମୁମ୍ବାଇ ପୁଲିସ ଆପତ୍ତି ଉଠାଇଥିଲା। ପୁଲିସ କହିଥିଲା, ଏହି ମାମଲାର ଏବେ ତଦନ୍ତ ଚାଲିଛି। ତଦନ୍ତ ଅଧିକାରୀ ପୁଲିସ ଇନ୍ସପେକ୍ଟର କିରଣ କୋର୍ଟଙ୍କୁ କହିଛନ୍ତି ଯେ ଯଦି ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ତାଙ୍କ ବିରୋଧରେ ଯେଉଁ ସବୁ ପ୍ରମାଣ ରହିଛି ତାକୁ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ଅଭିଯୁକ୍ତଙ୍କ ଅନେକ ବୟାନ ଏପର‌୍ୟ୍ୟନ୍ତ ରେକର୍ଡ ହୋଇନାହିଁ।

ଅନ୍ୟପଟେ ରାଜ କୁନ୍ଦ୍ରା ଜଣେ ବ୍ରିଟିଶ ନାଗରିକ। ତେଣୁ ସେ ଯେପରି ବିଦେଶକୁ ପଳାୟନ ନକରନ୍ତି ଏଥିପାଇଁ ତାଙ୍କ ପାସ୍‌ପୋର୍ଟକୁ ପୂର୍ବରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜବତ କରିସାରିଛି। ଏପ୍ରିଲ ମାସରେ ପର୍ଣ୍ଣ ମାମଲରେ ଯେତେବେଳେ କୁନ୍ଦ୍ରାଙ୍କ ନାଁ ଆସିଥିଲା ସେତେବେଳେ ହିଁ ତାଙ୍କ ପାର୍ସପୋର୍ଟକୁ ପୁଲିସ ଜବତ କରିନେଇଥିଲା।

ଏହାପୂର୍ବରୁ ମଙ୍ଗଳବାର ଦିନ ମୁମ୍ବାଇର କିଲା କୋର୍ଟ ରାଜ କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ମଙ୍ଗଳବାର ଦିନ ଶୁଣାଣି ବେଳେ ପୁଲିସ ରାଜ କୁନ୍ଦ୍ରଙ୍କ ୭ ଦିନିଆ ରିମାଣ୍ଡ ଦାବି କରିଥିଲା। ପୁଲିସ କୋର୍ଟଙ୍କୁ କହିଥିଲା ଯେ ରାଜ କୁନ୍ଦ୍ରାଙ୍କ ସିଟିବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଆକାଉଣ୍ଟ ଫ୍ରିଜ୍ କରାଯାଇଛି।

Related story