ସର୍ଜରୀ ପରେ ହସ୍ପିଟାଲରୁ ଫେରିଲେ ସୁପରଷ୍ଟାର୍‌ ରଜନୀକାନ୍ତ

ଚେନ୍ନାଇ: ଘରକୁ ଫେରିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ଦୀର୍ଘ ତିନି ଦିନ ପରେ ସର୍ଜରୀ ସାରି ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଏନେଇ ନିଜେ ରଜନୀକାନ୍ତ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଘର ଭିତରକୁ ଯିବା ବେଳେ ରଜନୀକାନ୍ତ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୁଁ ଘରକୁ ଫେରିଛି’। ଏହି ଫଟୋ ସାମ୍ନାକୁ ଆସିବା ପରେ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ଚିନ୍ତିତ ହୋଇପଡିଥିବା […]

RAJNIKANTH

RAJNIKANTH

Madhupriya Mistry
  • Published: Monday, 01 November 2021
  • Updated: 01 November 2021, 04:20 PM IST

Sports

Latest News

ଚେନ୍ନାଇ: ଘରକୁ ଫେରିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ଦୀର୍ଘ ତିନି ଦିନ ପରେ ସର୍ଜରୀ ସାରି ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଏନେଇ ନିଜେ ରଜନୀକାନ୍ତ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଘର ଭିତରକୁ ଯିବା ବେଳେ ରଜନୀକାନ୍ତ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, 'ମୁଁ ଘରକୁ ଫେରିଛି'।

ଏହି ଫଟୋ ସାମ୍ନାକୁ ଆସିବା ପରେ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ଚିନ୍ତିତ ହୋଇପଡିଥିବା ତାଙ୍କ ଫ୍ୟାନ୍‌ମାନେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି। ଏହାବ୍ୟତୀତ ସାଉଥ ସୁପରଷ୍ଟାରଙ୍କ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରଜନୀକାନ୍ତ ଗାଡିରେ ଘରେ ପହଞ୍ଚିବା ପରେ ତାଙ୍କ ପତ୍ନୀ ଲତା କବାଠ ପାଖରେ ତାଙ୍କ ଅଳତି କରୁଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଗତ ୨୮ ତାରିଖରେ ରଜନୀକାନ୍ତଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ରୁଟିନ୍‌ ମେଡିକାଲ ଚେକ୍‌ଅପ୍‌ ପାଇଁ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପତ୍ନୀ କହିଥିଲେ। କିନ୍ତୁ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିବା ସୂଚନା ମିଳିଥିଲା। ଏହାପରେ ଡାକ୍ତରମାନେ ତାଙ୍କର ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ।

ସର୍ଜରୀ ପରେ ରଜନୀକାନ୍ତ ସୁସ୍ଥ ଥିବା ନେଇ ହସ୍ପିଟାଲ ପକ୍ଷରୁ ବୟାନ ଜାରି କରାଯାଇଥିଲା। ଅସୁସ୍ଥ ଖବର ପାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ କାବେରୀ ହସ୍ପିଟାଲ ଯାଇ ରଜନୀକାନ୍ତଙ୍କୁ ଭେଟିଥିଲେ। ଏହାପରେ ୩୧ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

https://twitter.com/rajinikanth/status/1454858945797898251?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos