ଆସନ୍ତା ମାସରେ ବାହା ହେବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ହେଉଛନ୍ତି ରାଜକୁମାର ରାଓ। ତେବେ ୩୭ ବର୍ଷରେ ପାଦ ଥାପି ସାରିଥିବା ଏହି ଅଭିନେତା ଏଯାଏଁ ବାହା ହୋଇ ନାହାନ୍ତି। କିନ୍ତୁ ଆଉ ବେଶୀ ଦିନ ସେ ବ୍ୟାଚ୍‌ଲର୍ ହୋଇ ରହିବେ ନାହିଁ। ଆସନ୍ତା ମାସରେ ତାଙ୍କର ବାହାଘର ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ରାଜକୁମାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ। ଯାହା ଖବର ଆସିଛି, ନଭେମ୍ବର ୧୦ କିମ୍ବା ୧୧ […]

Rajkumar and Patralekha

Jitendra Garnayak
  • Published: Saturday, 30 October 2021
  • , Updated: 30 October 2021, 08:08 PM IST

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ହେଉଛନ୍ତି ରାଜକୁମାର ରାଓ। ତେବେ ୩୭ ବର୍ଷରେ ପାଦ ଥାପି ସାରିଥିବା ଏହି ଅଭିନେତା ଏଯାଏଁ ବାହା ହୋଇ ନାହାନ୍ତି। କିନ୍ତୁ ଆଉ ବେଶୀ ଦିନ ସେ ବ୍ୟାଚ୍‌ଲର୍ ହୋଇ ରହିବେ ନାହିଁ। ଆସନ୍ତା ମାସରେ ତାଙ୍କର ବାହାଘର ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ରାଜକୁମାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।

ଯାହା ଖବର ଆସିଛି, ନଭେମ୍ବର ୧୦ କିମ୍ବା ୧୧ ତାରିଖରେ ରାଜକୁମାରଙ୍କ ବାହାଘର ହେବ। ଏପରିକି କିଛି ସେଲେବ୍ରିଟିଙ୍କୁ ଏଥିପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ବଲିଉଡ୍‌ ବାହାରେ ଥିବା ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ବି ରାଜକୁମାର ନିମନ୍ତ୍ରଣ କରି ସାରିଲେଣି। ତେବେ ବାହାଘରକୁ ଅଧିକ ଲୋକଙ୍କୁ ଡାକି ନାହାନ୍ତି ବୋଲି ଜଣାପଡ଼ିଛି।

ରାଜକୁମାର କାହାକୁ ବାହା ହେବ, ବୋଧହୁଏ ତାହା ସମସ୍ତଙ୍କୁ ଭଲ ଭାବେ ଜଣାଥିବ। କାରଣ ପତ୍ରଲେଖା ପାଉଲ ଓ ତାଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ଉଭୟ ପରସ୍ପରକୁ ୧୦ ବର୍ଷ ହେଲା ଜାଣନ୍ତି। ଦୀର୍ଘ ଦିନ ହେଲା ସେମାନେ ଲିଭ୍ ଇନ୍ ରିଲେସନ୍‌ଶିପ୍‌ରେ ମଧ୍ୟ ରହୁଛନ୍ତି।

ପତ୍ରଲେଖା ୨୦୧୪ରେ ହଂସଲ ମେହତାଙ୍କ ଫିଲ୍ମ ‘ସିଟିଲାଇଟ୍‌ସ’ରେ ଡେବ୍ୟୁ କରିଥିଲେ। ଏଥିରେ ରାଜକୁମାର ରାଓ ମଧ୍ୟ ଥିଲେ।

Related story