ବଲିଉଡ ନିର୍ଦ୍ଦେଶକଙ୍କୁ ବର୍ଷେ ଜେଲ୍‌

ମୁମ୍ବାଇ: ଜେଲ ଯାଇପାରନ୍ତି ବଲିଉଡର ନାମିଦାମୀ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି। ରାଜକୋଟ୍‌ର ଏକ ଅଦାଲତ ତାଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଚେକ୍‌ ବାଉନ୍ସ ମାମଲାରେ ତାଙ୍କୁ ଏହି ସଜା ଶୁଣାଯାଇଛି। ଏଥିସହ ଦୁଇ ମାସ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ସୂଚନା ମୁତାବକ, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି ଏବଂ ରାଜକୋଟର ଅନିଲଭାଇ ଧନରାଜଭାଇ ଜେଠାନୀଙ୍କ ମଧ୍ୟରେ ନେଣଦେଣ ହୋଇଥିଲା। ଏଥିରେ ରାଜକୁମାର ସନ୍ତୋଷି ଅନିଲଭାଇଙ୍କୁ ୫ ଲକ୍ଷ […]

Rajkumar Santhoshi

Madhupriya Mistry
  • Published: Monday, 04 April 2022
  • , Updated: 04 April 2022, 08:43 AM IST

ମୁମ୍ବାଇ: ଜେଲ ଯାଇପାରନ୍ତି ବଲିଉଡର ନାମିଦାମୀ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି। ରାଜକୋଟ୍‌ର ଏକ ଅଦାଲତ ତାଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଚେକ୍‌ ବାଉନ୍ସ ମାମଲାରେ ତାଙ୍କୁ ଏହି ସଜା ଶୁଣାଯାଇଛି। ଏଥିସହ ଦୁଇ ମାସ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ସୂଚନା ମୁତାବକ, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି ଏବଂ ରାଜକୋଟର ଅନିଲଭାଇ ଧନରାଜଭାଇ ଜେଠାନୀଙ୍କ ମଧ୍ୟରେ ନେଣଦେଣ ହୋଇଥିଲା। ଏଥିରେ ରାଜକୁମାର ସନ୍ତୋଷି ଅନିଲଭାଇଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ତେବେ ଏହି ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏହାକୁ ନେଇ ଅନିଲଭାଇ ଜେଠାନୀ ତାଙ୍କ ଓକିଲଙ୍କ ଜରିଆରେ ରାଜକୁମାରଙ୍କୁ ନୋଟିସ୍‌ ପଠାଇଥିଲେ।

୨୦୧୬ରେ ଚେକ୍‌ ବାଉନ୍ସ ହୋଇଯିବା ଏବଂ ଟଙ୍କା ପଇଠ କରିନଥିବା ନେଇ ରାଜକୋଟ କୋର୍ଟରେ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷିଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଯଦି ସେ ୬୦ ଦିନ ଭିତରେ କ୍ଷତିପୂରଣ ନ ଦିଅନ୍ତି ତେବେ ତାଙ୍କୁ ବର୍ଷେ ପାଇଁ ଜେଲ୍‌ ଯିବାକୁ ପଡିବ ବୋଲି କୋର୍ଟ କହିଛନ୍ତି। ସେପଟେ ଏହି ମାମଲାକୁ ନେଇ ରାଜକୁମାର ସନ୍ତୋଷି କହିଛନ୍ତି, 'ମୁଁ ସେଲେବ୍ରିଟି ହୋଇଥିବା ଯୋଗୁ ତା' ପରିଣାମ ଭୋଗିବାକୁ ପଡୁଛି। ଆମକୁ ଟାର୍ଗେଟ କରିବା ବେଶ୍‌ ସହଜ।'

ଉଲ୍ଲେଖ ଯୋଗ୍ୟ, ରାଜକୁମାର ସନ୍ତୋଷି ବଲିଉଡର ଜଣେ ଜଣାଶୁଣା ଲେଖକ ତଥା ନିର୍ଦ୍ଦେଶ। ସେ ଘାଏଲ, ପୁକାର, ଅନ୍ଦାଜ ଅପନା ଅପନା ଭଳି ଅନେକ ହିଟ୍‌ ଫିଲ୍ମ ବଲିଉଡକୁ ଦେଇଛନ୍ତି। ନିକଟରେ ସେ ଅନ୍ଦାଜ ଅପନା ଅପନା-୨ ତିଆରି କରିବାକୁ ଯାଉଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା।

Related story