ଆଜି ବର ସାଜିବେ ରାଜକୁମାର! ଗାର୍ଲଫ୍ରେଣ୍ଡଙ୍କ ଧରିବେ ହାତ

ମୁମ୍ବାଇ: ଆଜି ବର ସାଜିବେ ବଲିଉଡର ଭର୍ସଟାଇଲ ଅଭିନେତା ରାଜ କୁମାର ରାଓ। ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ଧରିବେ ହାତ। ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ। ଚଣ୍ଡିଗଡରେ ଉଭୟଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳିଛି। ଏହି ବିବାହ ଫଙ୍କସନ୍‌ ୧୦ ରୁ ୧୨ ତାରିଖ ଯାଏଁ ଚାଲିବ। ଇ-ଟାଇମ୍ସର ରିପୋର୍ଟ ମୁତାବକ, ଏହି ଲଭ୍‌ବାର୍ଡ ଚଣ୍ଡିଗଡରେ ପାରମ୍ପରିକ ରୀତିନୀତିରେ ବିବାହ କରିବେ। ପୂର୍ବରୁ ରାଜସ୍ଥାନ ଜୟପୁରରେ ରାଜକୁମାର ଏବଂ ପତ୍ରଲେଖା ବିବାହ କରିବା ନେଇ […]

Rajkumar rao and patralekha

Madhupriya Mistry
  • Published: Wednesday, 10 November 2021
  • , Updated: 10 November 2021, 01:30 PM IST

ମୁମ୍ବାଇ: ଆଜି ବର ସାଜିବେ ବଲିଉଡର ଭର୍ସଟାଇଲ ଅଭିନେତା ରାଜ କୁମାର ରାଓ। ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ଧରିବେ ହାତ। ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ। ଚଣ୍ଡିଗଡରେ ଉଭୟଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳିଛି। ଏହି ବିବାହ ଫଙ୍କସନ୍‌ ୧୦ ରୁ ୧୨ ତାରିଖ ଯାଏଁ ଚାଲିବ।

ଇ-ଟାଇମ୍ସର ରିପୋର୍ଟ ମୁତାବକ, ଏହି ଲଭ୍‌ବାର୍ଡ ଚଣ୍ଡିଗଡରେ ପାରମ୍ପରିକ ରୀତିନୀତିରେ ବିବାହ କରିବେ। ପୂର୍ବରୁ ରାଜସ୍ଥାନ ଜୟପୁରରେ ରାଜକୁମାର ଏବଂ ପତ୍ରଲେଖା ବିବାହ କରିବା ନେଇ ଖବର ଆସିଥିଲା। ଏବେ କିନ୍ତୁ ଏମାନଙ୍କ ୱେଡିଂ ଭେନ୍ୟୁ ପାଇଁ ଚଣ୍ଡିଗଡ ସ୍ଥିର କରାଯାଇଥିବା ଶୁଣିବାକୁ ମିଳିଛି।

ଏହି ବିବାହରେ କେବଳ ନିକଟ ସମ୍ପର୍କୀୟ, ଉଭୟଙ୍କ ପରିବାର ଲୋକେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅତିଥି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ଯାଏଁ ରାଜକୁମାର ଏବଂ ପତ୍ରଲେଖାଙ୍କ ତରଫରୁ ବିବାହକୁ ନେଇ କିଛି ଘୋଷଣା କରାଯାଇ ନାହିଁ।

୨୦୧୦ରୁ ରାଜକୁମାର ଏବଂ ପତ୍ରଲେଖା ଉଭୟଙ୍କୁ ଡେଟିଂ କରୁଛନ୍ତି। କେବଳ ସେତିକି ନୁହେଁ ଗତ କିଛି ଦିନ ହେବ ଉଭୟ ଲିଭ୍‌-ଇନ୍‌ରେ ମଧ୍ୟ ରହୁଛନ୍ତି। ଏକ ସାକ୍ଷାତକାର୍‌ରେ ପତ୍ରଲେଖା କହିଥିଲେ ଯେ, ସେ ପ୍ରଥମ ଥର ପାଇଁ ରାଜକୁମାରଙ୍କୁ ପରଦାରେ ଫିଲ୍ମ 'ଲଭ୍‌ ସେକ୍ସ ଔର ଧୋକା' ଜରିଆରେ ଦେଖିଥିଲେ। ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିଲା।

ସେପଟେ ପତ୍ରଲେଖାଙ୍କୁ ପ୍ରଥମ ଥର ଏକ ଟେଲିଭିଜନ ବିଜ୍ଞାପନରେ ଦେଖିଥିଲେ ରାଜକୁମାର। ପ୍ରଥମ ଦେଖାରେ ହିଁ ରାଜକୁମାର ତାଙ୍କୁ ନିଜ ଦିଲ୍‌ ଦେଇଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା। ରାଜକୁମାର ଏବଂ ପତ୍ରଲେଖା ନିର୍ଦ୍ଦେଶକ ହଂସଲ ମେହେତାଙ୍କ ଫିଲ୍ମ 'ସିଟିଲାଇଟ୍‌ସ'ରେ ଏକାଠି କାମ କରିଛନ୍ତି।

 

View this post on Instagram

 

A post shared by 🌸 Patralekhaa 🌸 (@patralekhaa)

Related story