ଛାଡପତ୍ର ଦେଲେ ରାଖୀ, ଭାଲେଣ୍ଟାଇନ୍‌ ଡେ'ରେ ଭାଙ୍ଗିଲା ସମ୍ପର୍କ

ମୁମ୍ବାଇ: ଭାଙ୍ଗିଲା ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କ ବିବାହ। ପ୍ରେମର ଦିନ ତଥା ଭାଲେଣ୍ଟାଇନ୍‌ ଡେ’ରେ ତୁଟିଲା ସମ୍ପର୍କ। ସ୍ୱାମୀ ରିତେଶଙ୍କ ଠାରୁ ଛାଡପତ୍ର ନେବା ପାଇଁ ଘୋଷଣା କଲେ ରାଖୀ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଝଟ୍‌କା ଦେବା ସହ ବି-ଟାଉନ୍‌ର ଚର୍ଚ୍ଚାର ବିଷୟ ପାଲଟିଛି। ରାଖୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। […]

Rakhi shawant

Madhupriya Mistry
  • Published: Monday, 14 February 2022
  • , Updated: 14 February 2022, 12:36 PM IST

ମୁମ୍ବାଇ: ଭାଙ୍ଗିଲା ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କ ବିବାହ। ପ୍ରେମର ଦିନ ତଥା ଭାଲେଣ୍ଟାଇନ୍‌ ଡେ'ରେ ତୁଟିଲା ସମ୍ପର୍କ। ସ୍ୱାମୀ ରିତେଶଙ୍କ ଠାରୁ ଛାଡପତ୍ର ନେବା ପାଇଁ ଘୋଷଣା କଲେ ରାଖୀ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଝଟ୍‌କା ଦେବା ସହ ବି-ଟାଉନ୍‌ର ଚର୍ଚ୍ଚାର ବିଷୟ ପାଲଟିଛି।

ରାଖୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ରାଖୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ତାଙ୍କୁ ଦେଖି ନଥିଲେ କି ସେ କେବେ ବି କ୍ୟାମେରା ସାମ୍ନାକୁ ଆସିନଥିଲେ। ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ-୧୫’ ଶୋ ପରେ ବହୁତ କିଛି ଆମ ଜୀବନରେ ଘଟି ଯାଇଛି ଏବଂ ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ମୋତେ ଏହା ଠିକ୍‌ ହେଲା ଭଳି ଲାଗୁନି। ତେଣୁ ଆମେ ଦୁହେଁ ଅଲଗା ହୋଇଯିବା ହିଁ ଭଲ ଏବଂ ନିଜ ନିଜ ଜୀବନରେ ଏକାକି ଆଗକୁ ବଢ଼ିବା ଉଚିତ।'

ରାଖୀ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମୁଁ ପ୍ରକୃତରେ ଦୁଃଖିତ। ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏଭଳି କିଛି ଘଟିଛି, ଯେଉଁଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଲା। ମୁଁ ରିତେଶଙ୍କୁ ଶୁଭକାମନା ଜଣାଉଛି, କିନ୍ତୁ ଜୀବନର ଏହି ପର୍ଯ୍ୟାୟରେ ମୋ ପାଇଁ ମୋର କାର୍ଯ୍ୟ ଏବଂ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମୋତେ ସବୁବେଳେ ବୁଝିଥିବା ଏବଂ ସମର୍ଥନ କରିଥିବାରୁ ଧନ୍ୟବାଦ।'

ସେପଟେ ଏନେଇ ରାଖୀଙ୍କ ସ୍ୱାମୀ ରିତେଶଙ୍କ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରାଖୀ ଓ ରିତେଶଙ୍କୁ ଏକାଠି ଶେଷଥର ପାଇଁ ଅଭିନେତ୍ରୀ ସମିତା ଶେଟ୍ଟୀଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା।

୨୦୧୯ରେ ରାଖୀ ସାୱନ୍ତ ବିବାହ କରିଥିଲେ। ତେବେ ସେ କାହାକୁ ବିବାହ କରିଥିଲେ ତାଙ୍କର ଫଟୋ କିନ୍ତୁ କାହାକୁ ଦେଖାଇ ନଥିଲେ। ତାଙ୍କ ସ୍ୱାମୀଙ୍କ ପରିଚୟକୁ ସେ ଲୁଚାଇ ରଖିଥିଲେ। ପରେ ବିଗ୍‌ ବସ୍‌-୧୪ରେ ଯେତେବେଳେ ସେ ଭାଗ ନେଇଥିଲେ ସେତେବେଳେ ତାଙ୍କ ସ୍ୱାମୀ ଜଣେ ବିଜନେସ୍‌ ମ୍ୟାନ୍‌ ଓ ତାଙ୍କ ନାଁ ରିତେଶ ବୋଲି କହିଥିଲେ।

 

View this post on Instagram

 

A post shared by Rakhi Sawant (@rakhisawant2511)

Related story