ରାମ ଗୋପାଲ କହିଲେ-ବିବାହ ହେଉଛି ନର୍କ, ଛାଡ଼ପତ୍ର ସ୍ୱର୍ଗ

ମୁମ୍ବାଇ: ସାଉଥର ସୁପରଷ୍ଟାର ଯୋଡି ନାଗାର୍ଜୁନ ଏବଂ ସମନ୍ଥା ଅଲଗା ହୋଇଯାଇଛନ୍ତି। ତାଙ୍କ ବିବାହ ବିଚ୍ଛେଦ ହୋଇଛି। ଦୁହେଁ ଛାଡପତ୍ର ନେବେ ବୋଲି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏହି ଦୁଇ ଷ୍ଟାରଙ୍କ ଛାଡପତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଛାଡପତ୍ରକୁ ନେଇ ଜ୍ଞାନ ବାଣ୍ଟିଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ବିବାହ ଏବଂ ଛାଡପତ୍ରକୁ ନେଇ ରାମ ଗୋପାଲ ନିଜ ଟ୍ୱିଟର ଆକାଉଣ୍ଟରେ ଏକାଧିକ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, […]

Ram Gopal On marraige

Madhupriya Mistry
  • Published: Monday, 04 October 2021
  • , Updated: 04 October 2021, 01:47 PM IST

ମୁମ୍ବାଇ: ସାଉଥର ସୁପରଷ୍ଟାର ଯୋଡି ନାଗାର୍ଜୁନ ଏବଂ ସମନ୍ଥା ଅଲଗା ହୋଇଯାଇଛନ୍ତି। ତାଙ୍କ ବିବାହ ବିଚ୍ଛେଦ ହୋଇଛି। ଦୁହେଁ ଛାଡପତ୍ର ନେବେ ବୋଲି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏହି ଦୁଇ ଷ୍ଟାରଙ୍କ ଛାଡପତ୍ରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଛାଡପତ୍ରକୁ ନେଇ ଜ୍ଞାନ ବାଣ୍ଟିଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା।

ବିବାହ ଏବଂ ଛାଡପତ୍ରକୁ ନେଇ ରାମ ଗୋପାଲ ନିଜ ଟ୍ୱିଟର ଆକାଉଣ୍ଟରେ ଏକାଧିକ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, 'ବିବାହ ହେଉଛି ନର୍କ ଏବଂ ଛାଡପତ୍ର ହେଉଛି ସ୍ୱର୍ଗ। ବିବାହ ଅପେକ୍ଷା 'ଛାଡପତ୍ର' ଏକ ଉତ୍ସବ ଅଟେ। କାରଣ ବିବାହରେ ଆପଣ ଜାଣି ନାହାଁନ୍ତି ଆପଣ କେଉଁ ଆଡେ ଯାଉଛନ୍ତି, ହେଲେ ଛାଡପତ୍ର ବେଳେ ଆପଣ ଜାଣିଛନ୍ତି ଆପଣ କେଉଁ ଆଡେ ଯିବେ। ବିବାହ ନର୍କରେ ହୁଏ ଏବଂ ଛାଡପତ୍ର ସ୍ୱର୍ଗରେ ହୁଏ।'

ରାମ ଗୋପାଳ ତାଙ୍କର ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, 'ବିବାହ ନୁହେଁ ଛାଡପତ୍ରକୁ ସେଲିବ୍ରେଟ୍ କରାଯିବା ଉଚିତ। ବିବାହ ହେଉଛି ଏକ ମୃତ୍ୟୁ ଏବଂ ଛାଡପତ୍ର ପୁନର୍ଜନ୍ମ। ଏହି ଟୁଇଟ୍ ସହିତ ରାମ ଗୋପାଳ ଏକ ପୁରୁଣା ଭିଡିଓର ଲିଙ୍କ୍ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏହି ସବୁ କଥା କହୁଥିବାର ନଜର ଆସିଛନ୍ତି।'

ରାମ ଗୋପାଳ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, 'ବିବାହ ହେଉଛି ବ୍ରିଟିଶ ନିୟମ, ଆଉ ଛାଡପତ୍ର ସ୍ୱାଧୀନତା। ବିବାହ ହେଉଛି ହିଟଲର ଶାସନ, ଯାହା ଯୁଦ୍ଧକୁ ଜନ୍ମ ଦିଏ। ଛାଡପତ୍ର ହେଉଛି ଗାନ୍ଧିଜୀଙ୍କ ଦ୍ୱାରା ପ୍ରାପ୍ତ ସ୍ୱାଧୀନତା।'

ସେ ଆହୁରି ଲେଖିଛନ୍ତି,  'ବିବାହ ଏକ ରୋଗ ଏବଂ ଛାଡପତ୍ର ଏକ ଉପଶମ। ବିବାହ ଅପେକ୍ଷା ଛାଡପତ୍ରକୁ ଅଧିକ ଉପଭୋଗ କରାଯିବା ଉଚିତ। ଅଧିକାଂଶ ବିବାହ ଖୁବ୍ କମ୍ ସମୟ ଧରି ଚାଲିଥାଏ। ଛାଡପତ୍ର ପରେ ମଧ୍ୟ ଏକ ସଙ୍ଗୀତ ମହୋତ୍ସବ କରିବା ଉଚିତ, ଯେଉଁଠାରେ ଛାଡପତ୍ର ନେଇଥିବା ଲୋକମାନେ ଏକାଠି ହୋଇ ନାଚି-ଗାଇ ଏହାକୁ ଉପଭୋଗ କରିପାରିବେ।' ରାମ ଗୋପାଲ ବର୍ମାଙ୍କ ଏହି ସବୁ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହାପୂର୍ବରୁ ମଧ୍ୟ ରାମ ଗୋପାଲ ବର୍ମା ଆମୀର ଖାନ୍‌ ଏବଂ କିରଣ ରାଓଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ। ଯେତେବଳେ ଆମୀର ଓ କିରଣ ୧୫ ବର୍ଷର ସମ୍ପର୍କ ଭାଙ୍ଗିବା ପାଇଁ ଘୋଷଣା କରିଥିଲେ ସେତେବେଳେ ରାମ ଗୋପାଲ କହିଥିଲେ, 'ମୁଁ ଆପଣ ଦୁଇ ଜଣଙ୍କ ଉଜ୍ୱଳ ଭବିଷ୍ୟତର କାମନା କରୁଛି। ପୂର୍ବାପେକ୍ଷା ଆପଣଙ୍କ ଜୀବନ ଆହୁରି ଅଧିକ ଖୁସିମୟ ହେଉ।' ସେ ଆହୁରି କହିଥିଲେ, ଛାଡପତ୍ର ଜ୍ଞାନ ଦ୍ୱାରା ହୋଇଥାଏ ଏବଂ ବିବାହ ଅଜ୍ଞାନତା ଓ ମୁର୍ଖତାରୁ ହୋଇଥାଏ।

https://twitter.com/RGVzoomin/status/1444276109495787528?s=20

https://twitter.com/RGVzoomin/status/1444274595196911619?s=20

https://twitter.com/RGVzoomin/status/1444274904912699396?s=20

https://twitter.com/RGVzoomin/status/1444277007550857225?s=20

https://twitter.com/RGVzoomin/status/1444275828099932163?s=20

https://twitter.com/RGVzoomin/status/1444265658636648449?s=20

Related story