ଆର୍‌ଏସ୍‌ଏସ୍‌କୁ ତାଲିବାନ ସହ ତୁଳନା କରି ଫସିଲେ ଜାବେଦ

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ପ୍ରସିଦ୍ଧ ସଙ୍ଗୀତକାର ତଥା ଲେଖକ ଜାବେଦ ଅଖତର। ମୌଳିକ ହିନ୍ଦୁତ୍ୱବାଦୀଙ୍କ ଟାର୍ଗେଟ୍‌ରେ ଜାବେଦ। ନିକଟରେ ସେ ଆର୍‌ଏସ୍‌ଏସ୍‌, ଭିଏଚ୍‌ପି ଏବଂ ବଜରଙ୍ଗ ଦଳକୁ ତାଲିବାନ ସହ ତୁଳନା କରିଥିଲେ। ଏହାକୁ ନେଇ ତାଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି। ତାଙ୍କ ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ବିରୋଧ କରିଛି। ଏପରିକି ତାଙ୍କ ଘର ଆଗରେ ବିଜେପିର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତା ରାମ କଦମ କହିଛନ୍ତି, ଜାବେଦ ହାତ […]

javed akhtar

Madhupriya Mistry
  • Published: Sunday, 05 September 2021
  • , Updated: 05 September 2021, 04:31 PM IST

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ପ୍ରସିଦ୍ଧ ସଙ୍ଗୀତକାର ତଥା ଲେଖକ ଜାବେଦ ଅଖତର। ମୌଳିକ ହିନ୍ଦୁତ୍ୱବାଦୀଙ୍କ ଟାର୍ଗେଟ୍‌ରେ ଜାବେଦ। ନିକଟରେ ସେ ଆର୍‌ଏସ୍‌ଏସ୍‌, ଭିଏଚ୍‌ପି ଏବଂ ବଜରଙ୍ଗ ଦଳକୁ ତାଲିବାନ ସହ ତୁଳନା କରିଥିଲେ। ଏହାକୁ ନେଇ ତାଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି। ତାଙ୍କ ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ବିରୋଧ କରିଛି। ଏପରିକି ତାଙ୍କ ଘର ଆଗରେ ବିଜେପିର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିଜେପି ନେତା ରାମ କଦମ କହିଛନ୍ତି, ଜାବେଦ ହାତ ଯୋଡି ଆର୍‌ଏସ୍‌ଏସ୍‌କୁ କ୍ଷମା ମାଗନ୍ତୁ। ଏଥିସହ ନିଜ ମନ୍ତବ୍ୟ ଫେରାଇ ନିଅନ୍ତୁ। ଯେତେ ପର୍ଯ୍ୟନ୍ତ ଜାବେଦ କ୍ଷମା ମାଗିନାହାନ୍ତି ସେ ଯାଏଁ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ବି ଫିଲ୍ମକୁ ରିଲିଜ କରାଇଦେବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ରାମ କଦମ ଆହୁରି କହିଛନ୍ତି, 'ଜାବେଦ ଅଖତରଙ୍କ ଏଭଳି ମନ୍ତବ୍ୟ କେବଳ ଲଜ୍ଜାଜନକ ନୁହେଁ, କୋଟି କୋଟି ଆରଏସଏସ କର୍ମଚାରୀଙ୍କ ପାଇଁ ଏହା ଯନ୍ତ୍ରଣାଦାୟକ ଏବଂ ଅପମାନଜନକ ମଧ୍ୟ। ଯେଉଁମାନେ ଆର୍‌ଏସଏସ୍‌ର ବିଚାରଧାରକୁ ଅନୁସରଣ କରନ୍ତି ସେ ସମସ୍ତ କୋଟି କୋଟି ଲୋକଙ୍କୁ ଅପମାନିତ କରିଛନ୍ତି ଜାବେଦ। ମନ୍ତବ୍ୟ ଦେବା ପୂର୍ବରୁ ସେ ଭାବିବା ଉଚିତ ଥିଲା ଯେ, ସମାନ ଚିନ୍ତାଧାରା ଥିବା ଲୋକମାନେ ବର୍ତ୍ତମାନ ସରକାର ଚଳାଉଛନ୍ତି ଏବଂ ରାଜ ଧର୍ମ ପାଳନ କରୁଛନ୍ତି।'

ସୂଚନା ମୁତାବକ, ଜାବେଦ ଅଖତର ନିକଟରେ ଏକ ସାକ୍ଷାତକାର୍‌ରେ କହିଥିଲେ, 'ଆର୍‌ଏସଏସ୍‌, ଭିଏଚ୍‌ପି ଏବଂ ବଜରଙ୍ଗ ଦଳ ଭଳି ସଙ୍ଗଠନଗୁଡିକ ତାଲିବାନ ଭଳି। ଆର୍‌ଏସ୍‌ଏସ୍‌ର ମାନସିକତା ତାଲିବାନୀଙ୍କ ଭଳି। ଆର୍‌ଏସ୍‌ଏସ୍‌ର ସମର୍ଥନ କରୁଥିବା ଲୋକଙ୍କ ଆତ୍ମା ପରୀକ୍ଷା କରିବା ଉଚିତ। ଭାରତର ସମ୍ବିଧାନ ସେମାନଙ୍କ ପଥରେ ଏକ ପ୍ରତିବନ୍ଧକ ସଜିଛି। ଯଦି ଟିକିଏ ସୁଯୋଗ ଦିଆଯାଏ, ଏମାନେ ସୀମା ଲଂଘିବାକୁ ଦ୍ୱିଧା କରିବେ ନାହିଁ। ତାଲିବାନ ଏବଂ ଆର୍‌ଏସ୍‌ଏସ୍‌ ଉଭୟଙ୍କ ମାନସିକତା ଏକା ଭଳି।'

ଜାବେଦଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ଉଗ୍ର ରୂପ ନେଇଛି। ଚାରିଆଡୁ ତାଙ୍କୁ ଆର୍‌ଏସ୍‌ଏସ୍‌ କର୍ମୀମାନେ ବିରୋଧ କରୁଛନ୍ତି।

https://twitter.com/ramkadam/status/1434151192037183493?s=20

Related story