ରଣବୀର-ଆଲିଆଙ୍କ ବିବାହ: ସିଦ୍ଧାର୍ଥଙ୍କୁ କୁକୁର କହିଲେ KRK

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ କରିବାକୁ ଯାଉଛନ୍ତି। ଆଜି ଦୁହେଁ ନେବେ ସାତ ଫେରା। ଏହି ଗ୍ରାଣ୍ଡ ବିବାହ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଫଟୋ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏସବୁ ଭିତରେ ଏବେ ଆଲିଆଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳଚ୍ଚିତ୍ର ସମାଲୋଚକ କମଲ ଆର.ଖାନ ତଥା KRK ଆଲିଆଙ୍କ ବିବାହକୁ […]

KKR target Shidharah

Madhupriya Mistry
  • Published: Thursday, 14 April 2022
  • , Updated: 14 April 2022, 04:14 PM IST

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ କରିବାକୁ ଯାଉଛନ୍ତି। ଆଜି ଦୁହେଁ ନେବେ ସାତ ଫେରା। ଏହି ଗ୍ରାଣ୍ଡ ବିବାହ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଫଟୋ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଏସବୁ ଭିତରେ ଏବେ ଆଲିଆଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳଚ୍ଚିତ୍ର ସମାଲୋଚକ କମଲ ଆର.ଖାନ ତଥା KRK ଆଲିଆଙ୍କ ବିବାହକୁ ନେଇ ସିଦ୍ଧାର୍ଥଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ତାଙ୍କ ମଜାକ ଉଡାଇବା ସହ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଏପରିକି ସେ ସିଦ୍ଧାର୍ଥଙ୍କୁ କୁକୁର ବୋଲି ମଧ୍ୟ କହିଦେଇଛନ୍ତି।

କେଆର୍‌କେ ଟ୍ୱିଟ୍‌ କରି କହିଛନ୍ତି, ‘ଥରେ ସିଦ୍ଧାର୍ଥ ମୋ ସହ ଆଲିଆଙ୍କ ପାଇଁ ଲଢେଇ କରିଥିଲେ ଏବଂ ହେଲେ ବର୍ତ୍ତମାନ ଦେଖ ଆଲିଆ ବିବାହକୁ ନିମନ୍ତ୍ରଣ କରି ନାହାଁନ୍ତି। ଏବେ ଜଣାପାରିଲ ତ ନିଜର ଔକାତ କେତେ।' ଏହାସହ ସେ ବ୍ୟଙ୍ଗତ୍ମକ ଭାବେ ତାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, 'ଧୋବି କା କୁତ୍ତା ନା ଘରକା ନା ଘାଟ କା'।

https://twitter.com/kamaalrkhan/status/1513428160435662849?s=20&t=fn59Bq--GfQBuDhLPHOyng

ସିଦ୍ଧାର୍ଥଙ୍କୁ ଏଭଳି ଟାର୍ଗେଟ୍‌ କରାଯାଇଥିବା ଦେଖି ତାଙ୍କ ପ୍ରଶଂସକମାନେ କେ.ଆ.କେଙ୍କ କ୍ଲାସ୍‌ ନେଇଛନ୍ତି। ଏହାକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ‘ସେତେବେଳେ ସିଦ୍ଧାର୍ଥ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଛିଡା ହୋଇଥିଲେ। ସେ ତାହା କରିବା ଉଚିତ୍ ଥିଲା।’ ସେହି ସମୟରେ, ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୁନିଆ ତୁମ ବିଷୟରେ ସବୁକିଛି ଜାଣେ, ପ୍ରଥମେ ନିଜକୁ ସୁଧାର ତା'ପରେ ଆଉ ଜଣଙ୍କୁ କହିବ।'

ମିଡିଆ ରିପୋର୍ଟ ମୁତାବକ, ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର' ସମୟରେ ଆଲିଆ ଏବଂ ସିଦ୍ଧାର୍ଥ ପରସ୍ପରକୁ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏ ଦୁହିଁଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଟି ନଥିଲା। ୨୦୧୭ରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଛି।

Related story