ଗୋବିନ୍ଦାଙ୍କୁ ଦେଖି କାନ୍ଦି ପକାଇଲେ ରଣବୀର ସିଂହ

ମୁମ୍ବାଇ: ଏବେ ଏକ ରିଆଲିଟି ଶୋ’ ହୋଷ୍ଟ କରୁଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଆଉ ଯେତେବେଳେ ଏହି ଶୋ’ରେ ସେ ବଲିଉଡ୍‌ର ଅନ୍ୟତମ ଜଣାଶୁଣା ତଥା ଲୋକପ୍ରିୟ ଅଭିନତା ଗୋବିନ୍ଦାଙ୍କୁ ସେ ଦେଖିଲେ ନିଜ ଲୁହକୁ ରୋକି ପାରିଲେ ନାହିଁ। ଏହାର ଭିଡିଓ ସୋଶଲ୍ ମିଡିଆରେ ଭାଇରାଲ ହେଉଛି। ଏଥିରେ ଗୋବିନ୍ଦା ତାଙ୍କ ପିଠି ଥାପୁଡ଼ାଉ ଥିବା ଦେଖିବାକୁ ମିଳିଛି। ଶୋ’ରେ ଗୋବିନ୍ଦାଙ୍କୁ ସ୍ୱାଗତ କରିବା ପରେ ଉପସ୍ଥିତ ଦର୍ଶକଙ୍କୁ ରଣବୀର କହିଥିଲେ ଯେ ସେ […]

Govinda

Jitendra Garnayak
  • Published: Sunday, 02 January 2022
  • , Updated: 02 January 2022, 02:05 PM IST

ମୁମ୍ବାଇ: ଏବେ ଏକ ରିଆଲିଟି ଶୋ’ ହୋଷ୍ଟ କରୁଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଆଉ ଯେତେବେଳେ ଏହି ଶୋ’ରେ ସେ ବଲିଉଡ୍‌ର ଅନ୍ୟତମ ଜଣାଶୁଣା ତଥା ଲୋକପ୍ରିୟ ଅଭିନତା ଗୋବିନ୍ଦାଙ୍କୁ ସେ ଦେଖିଲେ ନିଜ ଲୁହକୁ ରୋକି ପାରିଲେ ନାହିଁ। ଏହାର ଭିଡିଓ ସୋଶଲ୍ ମିଡିଆରେ ଭାଇରାଲ ହେଉଛି। ଏଥିରେ ଗୋବିନ୍ଦା ତାଙ୍କ ପିଠି ଥାପୁଡ଼ାଉ ଥିବା ଦେଖିବାକୁ ମିଳିଛି।

ଶୋ’ରେ ଗୋବିନ୍ଦାଙ୍କୁ ସ୍ୱାଗତ କରିବା ପରେ ଉପସ୍ଥିତ ଦର୍ଶକଙ୍କୁ ରଣବୀର କହିଥିଲେ ଯେ ସେ ତାଙ୍କ ପାଇଁ ଭଗବାନ। ଗୋବିନ୍ଦା ଶୋ’କୁ ଆସିବା ମାତ୍ରେ ରଣବୀର ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ରଣବୀରଙ୍କ ଠାରୁ ଏଭଳି ସମ୍ମାନ ପାଇ ଗୋବିନ୍ଦା ବି ଭାବବିହ୍ୱଳ ହୋଇଯାଇଥିଲେ।

ଦୁହେଁ ‘ଇଶ୍କ ହେ ସୁହାନା’ ଓ ‘ୟୁପି ୱାଲା ଠୁମ୍‌କା’ ଭଳି ଅନେକ ସୁପରହିଟ୍ ଗୀତରେ ଜମେଇକି ନାଚିଥିଲେ। ଭିଡିଓ କଲ୍ ମାଧ୍ୟମରେ ଏହି ଶୋ’ ସହିତ ଯୋଡ଼ି ହୋଇଥିଲେ ଗୋବିନ୍ଦାଙ୍କ ପତ୍ନୀ, ଝିଅ ଟିନା ଓ ପୁଅ ଯଶବର୍ଦ୍ଧନ ଆହୁଜା।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗୋବିନ୍ଦଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ରଣବୀର। ଏହା ପୂର୍ବରୁ ବି ଅନେକ ସମୟରେ ସେ ଗୋବିନ୍ଦାଙ୍କ ପ୍ରତି ଥିବା ତାଙ୍କର ସମ୍ମାନକୁ ଜାହିର କରିଛନ୍ତି। ସେ ଗୋବିନ୍ଦାଙ୍କୁ ଲିଜେଣ୍ଡ ବୋଲି କହନ୍ତି। ଗୋବିନ୍ଦାଙ୍କର କିଛି ଫିଲ୍ମକୁ ସେ ୫୦ରୁ ଅଧିକ ଥର ଦେଖିଛନ୍ତି ବୋଲି ରଣବୀର କହିଛନ୍ତି।୨୦୧୪ରେ ଦୁହେଁ ‘କିଲ୍ ଦିଲ୍’ରେ ସ୍କ୍ରିନ୍ ଶେଆର କରିଥିଲେ।

Related story