ଭିନ୍ନ ଏକ ହିରୋର କାହାଣୀ କହିବେ ରଣବୀର

ମୁମ୍ବାଇ: ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରକାରର ହିରୋ ଦେଖିଥିବେ। ଗନ୍‌ ବାଲା ହିରେ, ଧନ୍ ବଲା ହିରୋ, ପୁଲିସ ବାଲା ହିରୋ, ଲାଲ ଚଡ୍ଡି ବାଲା ହିରୋ, ନମ୍ବର ୱାନ୍‌ ହିରୋ। କିନ୍ତୁ ହିରୋଗିରିରେ ସମସ୍ତଙ୍କଠୁ ଭିନ୍ନ ଥିବା ହିରୋ ବିଷୟରେ ଶୁଣିଛନ୍ତି କି। ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର। ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଅପ୍‌କମିଂ ଫିଲ୍ମର ଇଣ୍ଟରଡ୍ରକ୍ସନ ଦେଇଛନ୍ତି ବଲିଉଡର ବାଜିରାଓ ଓରଫ ରଣବୀର ସିଂହ। […]

Ranveer singh

Madhupriya Mistry
  • Published: Thursday, 03 March 2022
  • , Updated: 03 March 2022, 02:30 PM IST

ମୁମ୍ବାଇ: ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରକାରର ହିରୋ ଦେଖିଥିବେ। ଗନ୍‌ ବାଲା ହିରେ, ଧନ୍ ବଲା ହିରୋ, ପୁଲିସ ବାଲା ହିରୋ, ଲାଲ ଚଡ୍ଡି ବାଲା ହିରୋ, ନମ୍ବର ୱାନ୍‌ ହିରୋ। କିନ୍ତୁ ହିରୋଗିରିରେ ସମସ୍ତଙ୍କଠୁ ଭିନ୍ନ ଥିବା ହିରୋ ବିଷୟରେ ଶୁଣିଛନ୍ତି କି। ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।

ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଅପ୍‌କମିଂ ଫିଲ୍ମର ଇଣ୍ଟରଡ୍ରକ୍ସନ ଦେଇଛନ୍ତି ବଲିଉଡର ବାଜିରାଓ ଓରଫ ରଣବୀର ସିଂହ। ବହୁପ୍ରତିକ୍ଷିତ ଫିଲ୍ମ 'ଜୟେଶଭାଇ ଜେରଦାର'ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜ ଅନ୍ଦାଜରେ ଏହାକୁ ଘୋଷଣା କରିଛନ୍ତି ରଣବୀର।

ଏହି ଫିଲ୍ମ ଜରିଆରା ପୁଣିଥରେ ରଣବୀରଙ୍କ ଦେଖିବାକୁ ମିଳିବ ଅତରଙ୍ଗୀ ଅବତାର। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ଅପୋଜିଟରେ ଅଭିନେତ୍ରୀ ଶାଲିନୀ ପାଣ୍ଡେ ଅଛନ୍ତି। ଅନ୍ୟପ୍ରମୁଖ ଭୂମିକାରେ ରତ୍ନା ପାଠକ ଓ ବୋମନ ଇରାନୀ ନଜର ଆସିବେ। ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମା' ୧୩ ତାରିଖରେ ପରଦାକୁ ଆସିବ।

ସୂଚନା ମୁତାବକ, ରଣବୀର ସିଂହଙ୍କୁ ଶେଷ ଥର ପାଇଁ ଫିଲ୍ମ '୮୩'ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଭାରତୀୟ ଦଳର ପୂର୍ବତନ ଷ୍ଟାର ଖେଳାଳି କପିଲ ଦେବଙ୍କ ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମର ରଣବୀରଙ୍କ ଜବରଦସ୍ତ ଅଭିନୟକୁ ଚାରିଆଡେ ପ୍ରଶଂସା କରାଯାଇଥିଲା।

 

View this post on Instagram

 

A post shared by Ranveer Singh (@ranveersingh)

Related story